Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଜୁନ୍ ୮ ତାରିଖ ପରେ ଆରମ୍ଭ ହୋଇପାରେ ଚାରି ଧାମ୍ ଯାତ୍ରା : ସରକାରୀ ବିଚାର ବିମର୍ଷ ଜାରି

3/06/2020 at 2:54 PM

ଡେରାଡୁନ ୦୩/୦୬ : ଉତ୍ତରାଖଣ୍ଡରେ ବାବା ବଦ୍ରୀନାଥ ଓ କେଦାରନାଥ ମଣ୍ଡିତ କବାଟ ଖୋଲିବା ପରେ ଚାରି ଧାମ ଯାତ୍ରା ଆରମ୍ଭ ହେବ ନେଇ ସଂକେତ ମିଳିଛି | ମିଳିଥିବା ସୂଚନା ଅନୁଯାଇ, ଜୁନ ୮ ତାରିଖ ପରେ ଚାରି ଧାମ ଯାତ୍ରା ଆରମ୍ଭ କରିବାକୁ ସରକାର ବିଚାର କରୁଛନ୍ତି | ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ କହିଛନ୍ତି ଯେ, ଖୁବ ଶୀଘ୍ର ଚାରି ଧାମ ଯାତ୍ରା ନେଇ ନିଷ୍ପତ୍ତି ନିଆଯିବ | ତେବେ ଯାତ୍ରା କେବେଠାରୁ ଆରମ୍ଭ ହେବ ସେନେଇ କୌଣସି ତାରିଖ ନିର୍ଣ୍ଣୟ ହୋଇନାହିଁ |

ଉତ୍ତରାଖଣ୍ଡ ସମେତ ସାରା ଦେଶରେ କରୋନା ଭାଇରସ ସଂକ୍ରମଣ ଯୋଗୁଁ ଚଳିତବର୍ଷ ବିଶ୍ୱ ପ୍ରସିଦ୍ଧ ଚାରି ଧାମ ଯାତ୍ରା ଆରମ୍ଭ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା | କରୋନା ଓ ଲକଡାଉନ ଯୋଗୁଁ ଗଙ୍ଗୋତ୍ରୀ, ଯମୁନେତ୍ରୀ, ବଦ୍ରୀନାଥ ଓ କେଦାରନାଥ ଧାମ ମନ୍ଦିର କବାଟ ବିଳମ୍ବରେ ଖୋଲିଥିଲା | ସେଥିପାଇଁ ଚଳିତବର୍ଷ ଚାରି ଧାମ ଯାତ୍ରା ସମ୍ଭବତଃ ନ ହୋଇପାରେ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା | କିନ୍ତୁ ରାଜ୍ୟ ସରକାର ଅନେକଥର ସ୍ପଷ୍ଟ କରିଛନ୍ତି ଯେ ସେ ଚାରି ଧାମ ଯାତ୍ରା ଆରମ୍ଭ କରିବା ନେଇ ଗମ୍ଭୀର ଭାବେ ଚିନ୍ତା କରୁଛନ୍ତି | ଏଥିପାଇଁ କରାଯାଉଥିବା ତମାମ ପ୍ରୟାସ ସମ୍ପର୍କରେ ମଧ୍ୟ ରାଜ୍ୟ ସରକାର ଲୋକଙ୍କୁ ସୂଚନା ଦେଉଛନ୍ତି | ତେବେ ଚାରି ଧାମ ଯାତ୍ରା ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ସଂକେତ ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ଆଶା ସଞ୍ଚାର ହୋଇଛି |

ଉତ୍ତରାଖଣ୍ଡ ଚାରି ଧାମ ଯାତ୍ରା ମେ ମାସରୁ ଆରମ୍ଭ କରି ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ଚାଲିଥାଏ | ଶୀତ ଋତୁ ଯାଇ ଗ୍ରୀଷ୍ମ ଋତୁ ଆରମ୍ଭ ହେଲେ ଗଙ୍ଗୋତ୍ରୀ, ଯମୁନେତ୍ରୀ, ବଦ୍ରୀନାଥ ଓ କେଦାରନାଥ ଧାମ ସ୍ଥିତ ମନ୍ଦିର କବାଟ ଖୋଲାଯାଇଥାଏ ଏବଂ ଯାତ୍ରା ଆରମ୍ଭ ହୋଇଥାଏ | ଶୀତ ଆରମ୍ଭ ହେବା ପୂର୍ବରୁ ଅର୍ଥାତ ନଭେମ୍ବର ମାସ ଆରମ୍ଭରୁ ପୁଣି ଯାତ୍ରା ବନ୍ଦ ରଖାଯାଏ | ଚାରି ଧାମ ଯାତ୍ରା କରିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦେଶର ବିଭିନ୍ନ ପ୍ରାନ୍ତରୁ ଉତ୍ତରାଖଣ୍ଡ ଆସିଥାନ୍ତି |

   Related Posts