Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଆମେରିକା ଉପରେ ଘନଉଛି ଆଉ ଏକ ବଡ଼ ବିପଦ : କରୋନା ସହ ବ୍ୟାପୁଛି ଚାପରେ ଭାଇରସ୍

24/11/2020 at 11:35 AM

କରୋନା ମହାମାରୀର କାୟା ଏବେ ଯାଏଁ କମି ନଥିବାବେଳେ ବିଶ୍ବରେ ଆଉ ଏକ ଭାଇରସର ବିପଦ ଘନେଇଛି। ଆମେରିକାରେ କରୋନା କାଳରେ ବଲିଭିଆର କିଛି ଲୋକଙ୍କଠାରେ ଚାପରେ ନାମକ ଭୟଙ୍କର ଭାଇରସ୍ ସଂକ୍ରମିତ କରିବାର ଜଣା ପଡ଼ିଛି, ଯାହା ପରେ ସେଣ୍ଟର୍ସ ଫର ଡିଜିଜ କଣ୍ଟ୍ରୋଲ ଆଲର୍ଟ ଜାରି କରିଥିଲେ। ଏହି ନୂଆ ଭାଇରସର କିଛି ଲକ୍ଷଣ ଇବୋଲା ଏବଂ ଡେଙ୍ଗୁ ଭଳି କିନ୍ତୁ ଏଥିରୁ ଶୀଘ୍ର କାବୁ ମିଳିଯାଇଥିଲା। ବୈଜ୍ଞାନିକମାନେ କରୋନା ସଙ୍କଟରେ ଏହି ଭାଇରସ୍ ମହାମାରୀର ରୂପ ନନେଉ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।

ଆମେରିକାର ବଲିଭିଆରେ ମଧ୍ୟ ଚାପରେ ଭାଇରସ୍ ନାମକ ଏକ ନୂଆ ରୋଗ ସାମନାକୁ ଆସିଛି,ଯାହା କରୋନା ଭଳି ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ। CCD ଏହା ବିଷୟରେ ଜଣାଇବା ପରେ ଲୋକଙ୍କୁ ସଚେତନ କରିଛନ୍ତି। ବୈଜ୍ଞାନିକଙ୍କ ମୁତାବକ ଏହି ଭାଇରସ୍ ସଂକ୍ରମିତ ହେବାର ପ୍ରଥମ ମାମଲା ୨୦୦୪ମସିହାରେ ବଲିଭିଆରେ ଆସିଥିଲା। ସେତେବେଳେ ଜଣେ ରୋଗୀଙ୍କଠୁ ମେଡିକାଲ୍ ରେଜିଡେଣ୍ଟ୍,ଆମ୍ବୁଲାନ୍ସ ଚାଳକ ଏବଂ ଅନ୍ତର ବିଶେଷଜ୍ଞ ଡାକ୍ତରଙ୍କୁ ଏହି ସଂକ୍ରମଣ ହୋଇଥିଲା ଯେଉଁଥିରେ ୨ଜଣ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହା ପରେ ୨୦୧୯ମସିହାରେ ବଲିଭିଆର ରାଜଧାନୀରେ ୨ଜଣ ସ୍ବାସ୍ଥ୍ୟକର୍ମୀ ଏଥିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି।

ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଭାଇରସ୍ ମନୁଷ୍ୟ ଶରୀରର ତରଳ ପଦାର୍ଥରୁ ସଂକ୍ରମଣ ସୃଷ୍ଟି କରିପାରେ। ଚାପରେ ଭାଇରସ୍ ଦ୍ବାରା ମନୁଷ୍ୟଙ୍କୁ ଏପରି ଜ୍ବର ହୋଇଥାଏ ଯାହା ଦ୍ବାରା ବ୍ରେନ୍ ହାମେରେଜ ମଧ୍ୟ ହୋଇପାରେ। ଏପରି କ୍ଷେତ୍ରରେ ଏହି ଭାଇରସର ଲକ୍ଷଣ ଗୁଡ଼ିକୁ ଅଣଦେଖା ମହଙ୍ଗା ପଡ଼ିପାରେ କାରଣ ବୈଜ୍ଞାନିକଙ୍କ ମୁତାବକ ଏହା ଏକ ମହାମାରୀର ରୂପ ନେଇପାରେ।

ଚାପରେ ଭାଇରସର ଲକ୍ଷଣ :

– ପ୍ରବଳ ଜ୍ବର

– ପେଟରେ ଅସହନୀୟ ଯନ୍ତ୍ରଣା

– ବାନ୍ତି

– ଦାନ୍ତମୂଳରୁ ରକ୍ତ ବାହାରିବା

– ତ୍ବଚାରେ ଛାଲ ପଡ଼ିବା

– ଆଖିରେ ଯନ୍ତ୍ରଣା ଏବଂ ଝାପସା ଦେଖାଯିବା।

   Related Posts