ଚାପେଲ୍ ବ୍ରଦର୍ସଙ୍କ ପାଇଁ ବଦଳିଗଲା ବୋଲିଂ ନିୟମ, ଅଷ୍ଟ୍ରେଲିଆର ବିଜୟକୁ ହଜମ କରିପାରିନଥିଲେ କମେଣ୍ଟ୍ରି ବକ୍ସରେ ଥିବା ଆଉ ଜଣେ ଭାଇ

Published By : Prameya-News7 Bureau | May 21, 2020 IST

ମେଲବର୍ଣ୍ଣ, ୨୧|୦୫:  ଦିନିକିଆ ଫାଇନାଲ ମୁକାବିଲା ଓ ଶେଷ ବଲରେ ବିପକ୍ଷ ଦଳକୁ ମ୍ୟାଚ୍ ଟାଇ ପାଇଁ ୬ ରନ ଆବଶ୍ୟକ । ଏହି ନିର୍ଣ୍ଣାୟକ ସମୟରେ ବୋଲିଂ କରୁଥିବା ଅଧିନାୟକ ମଧ୍ୟ ବିଚଳିତ ହୋଇପଡିଥାନ୍ତି । ଏହି ସମୟରେ ସେ ଏପରି କିଛି କରିଥିଲେ ଯାହାକୁ କ୍ରିକେଟ ଇତିହାସରେ ସବୁଠାରୁ ବଡ ଧୋକା ବୋଲି କୁହାଯାଏ । ଏଠାରେ ଆମେ କହୁଛୁ ଅଷ୍ଟ୍ରେଲିଆର ତତ୍କାଳୀନ ଅଧିନାକର ଗ୍ରେଗ୍ ଚାପେଲଙ୍କ କଥା । ୩୯ ବର୍ଷ ପୂର୍ବରୁ ଚାପେଲ କ୍ରିକେଟରେ ଖେଳର ନିୟମକୁ ଅବମାନନା କରିଥିବା କୁହାଯାଏ ।

ଏହି ଘଟଣା ୧୯୮୧ ମସିହା ଫେବ୍ରୁଆରୀ ମାସ ୧ତାରିଖରେ ଘଟିଥିଲା । ଚାପେଲ୍ କ୍ରିକେଟ ଇତିହାସର ସବୁଠାରୁ ବଦନାମ ବୋଲିଂ କରିଥିଲେ । ଏହି ବଲ୍ ଅଣ୍ଡର ଆର୍ମ୍ ବଲ ଥିଲା । ସେହି ସମୟରେ ବୋଲର ବ୍ୟାଟସମ୍ୟାନଙ୍କ ଆଡକୁ ବୋଲିଂ କରିଥିଲେ । କିନ୍ତୁ ପଡିଆରେ ଗ୍ରେଗ୍ ଓ ତାଙ୍କ ଭାଇ ଟ୍ରାଭେର୍ ଚାପେଲ ଏପରି ବୁଦ୍ଧି ଖର୍ଚ୍ଚ କରିଥିଲେ ଯାହା ସମସ୍ତଙ୍କୁ ଲଜ୍ଜିତ କରିଥିଲା । ସବୁଠାରୁ ବଡ କଥା ହେଲେ ଯେ ମ୍ୟାଚର କମେଣ୍ଟ୍ରି କରୁଥିବା ଇଆନ୍ ଚାପେଲ ମଧ୍ୟ ଏହାକୁ ବିରୋଧ କରିଥିଲେ ।

wp:html /wp:html

ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବୋସନ୍ ଆଣ୍ଡ ହେଜେଜ୍ କପର ଫାଇନାଲ ମ୍ୟାଚ ଖେଳାଯାଉଥିଲା । ପ୍ରଥମ ୪ଟି ମ୍ୟାଚରେ ଉଭୟ ଦଳ ୨-୨ରେ ବରାବର କରିଥିଲେ । ତେଣୁ ଫାଇନାଲ ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ଥିଲା । ଅନ୍ତିମ ବଲରେ ନ୍ୟୁଜିଲାଣ୍ଡକୁ ମ୍ୟାଚ ଟାଇ ପାଇଁ ୬ ରନ ଦରକାର ଥିଲା । କିନ୍ତୁ ଚାପେଲ୍ ତାଙ୍କ ଭାଇ ଟ୍ରାଭେରଙ୍କୁ ଅଣ୍ଡର ଆର୍ମ ବୋଲିଂ କରିବାକୁ କହିଥିଲେ ଯ ଯାହା ଅଣଖେଳୁଆଡ ମନୋଭାବ ପ୍ରଦର୍ଶିତ କରୁଥିଲା । ସେତେବେଳେ କ୍ରିଜେରେ ବ୍ୟାଟିଂ କରୁଥିଲେ କ୍ୱିଓ୍ୱି ବ୍ୟାଟସମ୍ୟାନ ବ୍ରାଏନ ମେକନୀ ।

{"id":273539,"width":750,"height":585,"sizeSlug":"large"}

ଏହି ବଲର ସାମ୍ନା କରିପାରି ନଥିଲେ ବ୍ରାଏନ । ରାଗିକରି ବ୍ୟାଟକୁ କ୍ରିଜରେ ଫିଙ୍ଗି ଦେଇଥିଲେ । ମେକନୀ ଛକା ମାରି ମ୍ୟାଚ ଟାଇ କରିଥାନ୍ତେ କିନ୍ତୁ ଅଷ୍ଟ୍ରେଲିଆ ବିଜୟ ଲାଭ କରିବା ସହ ସିରିଜ ମଧ୍ୟ ହାତେଇଥିଲା । ଏହି ଖେଳ କ୍ରିକେଟ ପରମ୍ପରାର ବିରୋଧୀ ବୋଲି ମଧ୍ୟ ତତ୍କାଳୀନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ  ମାଲକମ୍ ଫ୍ରେଜର କହିଥିଲେ । ତେବେ ଏହି ମ୍ୟାଚ ପରେ ଆଇସିସି ଅଣ୍ଡର ଆର୍ମ୍ ବୋଲିଂ ଉପରେ ବ୍ୟାନ ଲଗାଇଥିଲା । ଏହାସହ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.