କୋହଲି ଫେରିବା ପରେ ନେତୃତ୍ୱ ନେବେ ଆଜିଙ୍କ୍ୟ, ଚାପେଲ୍ କହିଲେ- 'ରାହାଣେଙ୍କ ଆକ୍ରମଣାତ୍ମକ ନେତୃତ୍ୱ ଭଲ ଲାଗେ'

Published By : Prameya-News7 Bureau | December 10, 2020 IST

ସିଡନୀ,୧୦/୧୨:   ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୧୭ ତାରିଖରେ ରହେବାକୁ ଥିବା ଆଡିଲେଡ ଟେଷ୍ଟ ପରେ ପିତୃତ୍ୱ ଅବକାଶ ନେଇ ଭାରତ ଫେରି ଆସିବେ । ସେ ବର୍ଡର ଗାଭାସ୍କର ଟ୍ରଫିର ଅନ୍ୟ ତିନୋଟି ମ୍ୟାଚ୍ ଖେଳିପାରିବେ ନାହିଁ । ଏହି ସମୟରେ ଦଳର ନେତୃତ୍ୱ ନେବେ ଆଜିଙ୍କ୍ୟ ରାହାଣେ । ତେବେ ରାହାଣେ ଜଣେ ଭଲ ଅଧିନାୟକ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଇଆନ ଚାପେଲ ।

ଚାପେଲ କହିଛନ୍ତି ଯେ, ସେ ରାହାଣେଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଟେଷ୍ଟରେନେତୃତ୍ୱ ନେଇଥିବା ଦେଖିଥିଲେ । ନେତୃତ୍ୱ ନେବାର ଶୈଳୀ ପସନ୍ଦ ଆସିଥିଲା । ସେ ବାସ୍ତବରେ ଆକ୍ରମଣାତ୍ମକ ଅଧିନାୟକ ଅଟନ୍ତି । ସେହି ଟେଷ୍ଟରେ ଡେଭିଡ୍ ଓ୍ୱାର୍ଣ୍ଣର ଭଲ ଖେଳିଥିଲେ । ରାହାଣେ ସେହି ସମୟପେ କୁଳଦୀପ ଯାଦବଙ୍କୁ ବୋଲିଂ ଦେଇଥିଲେ । ଏହାପରେ ଓ୍ୱାର୍ଣ୍ଣର ଆଉଟ ହୋଇଥିଲେ ।

ସେ ଆହୁରି କହିଛନ୍ତି ଯେ, ରାହାଣେ ଚାପର ବଶବର୍ତ୍ତୀ ହୁଅନ୍ତି ନାହିଁ । ସେ ନିଜ ଧାରାରେ ଖେଳନ୍ତି । ଏକଦା ସେ ୨୭ ବଲରୁ ୩୮ ରନ୍ କରିଥିଲେ । ଏହି ଆଭିମୁଖ୍ୟ ଭଲ ବୋଲି କହିଛନ୍ତି ଚାପେଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.