Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଅଶାନ୍ତ ଆମେରିକା : ଥମୁନି ଦଙ୍ଗା, ୨୫ ସହରରେ ପ୍ରଦର୍ଶନକାରୀଙ୍କ ବିକ୍ଷୋଭ, ଜାଳିଦେଲେ ପୋଲିସ ଗାଡି

31/05/2020 at 2:42 PM

ୱାସିଂଟନ ୩୧/୦୫ : ଆମେରିକାରେ ୨୫ ରୁ ଅଧିକ ସହରରେ ପ୍ରଦର୍ଶନ, ହଙ୍ଗାମା ଓ ହିଂସା ଜାରି ରହିଛି | ଅନେକ ସ୍ଥାନରେ ପ୍ରଦର୍ଶନ ଦଙ୍ଗା ପାଲଟିଗଲାଣି | ଲୋକେ ପୋଲିସ ଗାଡି, ବିଭିନ୍ନ କୋଠାରେ ନିଆଁ ଲଗାଇ ଦେଉଛନ୍ତି | ଅନେକ ଦୋକାନରୁ ଜିନିଷ ମଧ୍ୟ ଲୁଟି ନେଉଛନ୍ତି | ନେସବିଲେ ସ୍ଥିତ କୋର୍ଟର ଐତିହାସିକ କୋଠାକୁ ନିଆଁ ଲଗେଇ ଦେଇଛନ୍ତି ପ୍ରଦର୍ଶନକାରୀ | ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ନ୍ୟୁୟର୍କ, ଲସ ଏଞ୍ଜେଲସ, କାଲିଫର୍ନିଆ, ୱାସିଂଟନ ପ୍ରଦର୍ଶନରେ ସାମିଲ ହୋଇଛନ୍ତି | ମିନ୍ନିସୋଟା ଓ ଜର୍ଜିଆରେ ଏମର୍ଜେନ୍ସି ଘୋଷଣା କରାଯାଇଛି | ସୋମବାର ଦିନ ପୋଲିସ କଷ୍ଟଡିରେ ଜଣେ ଅଶ୍ଵେତ ନାଗରିକ ଜର୍ଜ ଫ୍ଲାଇଡଙ୍କ ମୃତ୍ୟୁ ହୋଇଥିଲା | ତାଙ୍କ ନ୍ୟାୟ ପାଇଁ ପ୍ରଦର୍ଶନ ଆରମ୍ଭ ହୋଇଥିଲା | ପ୍ରଦର୍ଶନ ଯୋଗୁଁ ଆମେରିକାରେ ଗୋରା ଅଶ୍ଵେତଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗ ପୁଣିଥରେ ଉଠିଥିଲା |

ଶନିବାର ଦିନ ପ୍ରଦର୍ଶନର ପଞ୍ଚମ ଥିଲା | ଡେଲି ମେଲ ରିପୋର୍ଟ ଅନୁଯାୟୀ, ୨୫ ସହରରେ ଦଙ୍ଗା ଯୋଗୁଁ କର୍ଫ୍ୟୁ ଜାରି କରାଯାଇଛି | କର୍ଫ୍ୟୁ ସତ୍ତ୍ୱେ ଦଙ୍ଗା ଜାରି ରହିଛି | ପ୍ରଦର୍ଶନ ଯୋଗୁଁ ଟେକ୍ସସ, ଓହିୟୋ, ଜର୍ଜିଆ, କୋଲୋରାଡୋ, ଓଟାହ ଆଦି ସହର ପ୍ରଭାବିତ ହୋଇଛି |

ଅଶ୍ଵେତ ନାଗରିକ ଜର୍ଜ ଫ୍ଲାଇଡଙ୍କ ମୃତ୍ୟୁର ଗୋଟିଏ ଦିନ ପୂର୍ବର ଭିଡିଓ ସାମ୍ନାକୁ ଆସିଛି | ଜର୍ଜ ତଳେ ପଡିଥିବା ଏବଂ ଜଣେ ପୋଲିସକର୍ମୀ ତାଙ୍କ ତଣ୍ଟିରେ ଚଢି ଥିବା ଭିଡିଓରେ ଦେଖିବାକୁ ମିଳିଛି | ସେତେବେଳେ ଜର୍ଜଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଥିବା ସେ କହିଥିଲେ |

ବର୍ତ୍ତମାନ ପ୍ରଶ୍ନ ଉଠିଛି, ଅଶ୍ଵେତ ନାଗରିକଙ୍କ ଉପରେ ବର୍ଷ ବର୍ଷ ଧରି ହେଉଥିବା ଅତ୍ୟାଚାରକୁ ଶେଷ କରିବା ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନ କରିବା ଆବଶ୍ୟକ | ଜର୍ଜଙ୍କୁ ଗିରଫ କରିଥିବା ପୋଲିସକର୍ମୀଙ୍କ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ କରିବାକୁ ପ୍ରଦର୍ଶନକାରୀ ଦାବି କରିଛନ୍ତି |

ବିଭିନ୍ନ ସହରରେ ସ୍ଥାନୀୟ ପୋଲିସ ପ୍ରଦର୍ଶନକୁ ନିୟନ୍ତ୍ରଣ କରିବାରେ ବିଫଳ ହେବାପରେ ନ୍ୟାସନାଲ ଗାର୍ଡଙ୍କୁ ହ୍ୱାଇଟ ହାଉସ ଆଡକୁ ପଠାଇବାକୁ ପଡିଥିଲା | ନ୍ୟୁୟର୍କରେ ପ୍ରଦର୍ଶନକାରୀମାନେ ଏକ ପୋଲିସ ଗାଡିକୁ ନିଆଁ ଲଗାଇ ଦେଇଥିଲେ | ପୋଲିସ ମଧ୍ୟ ପ୍ରଦର୍ଶନକାରୀଙ୍କ ଆଡକୁ ହିଂସା ଦେଖିଥିବା ଆଉ ଏକ ଭିଡିଓରେ ଦେଖିବାକୁ ମିଳିଥିଲା |

ଜର୍ଜ ଫ୍ଲାଇଡଙ୍କ ମୃତ୍ୟୁ ମିନ୍ନୋସୋଟା ମିନିୟୋପଲିସରେ ହୋଇଥିଲା | ମିନିୟୋପଲିସର ମେୟର କହିଥିଲେ ଯେ, ଜେକଵ ଫ୍ରି କହିଛନ୍ତି ଯେ, ଯଦି ଜର୍ଜ ଶ୍ଵେତ ହୋଇଥାନ୍ତେ ତାହେଲେ ଆଜି ଜୀବନ୍ତ ଥାଆନ୍ତେ | ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କହିଛନ୍ତି ଯେ ୨୦୨୦ ମସିହାରେ ଏହିଭଳି ଘଟଣା ହେବା ଅନୁଚିତ |

   Related Posts