ଶ୍ରୀରାମଙ୍କର ଏହି ମନ୍ତ୍ର ଜପିବା ଦ୍ୱାରା ଦୁର ହୋଇଥାଏ ସମସ୍ତ ସଂକଟ

Published By : Prameya-News7 Bureau | April 20, 2021 IST

ନୂଆଦିଲ୍ଲୀ ୨୦/୦୪: ଚୈତ୍ର ନବରାତ୍ରୀର ନବମ ଦିନକୁ ନବମି ତିଥି କୁହାଯାଏ । ଧାର୍ମିକ ଏବଂ ପୌରାଣିକ କାହାଣୀ ଅନୁଯାୟୀ ଭଗବାନ ଶ୍ରୀରାମ ଏହି ଶୁଭ ଦିନରେ ଜନ୍ମଗ୍ରହଣ କରିଥିଲେ । ଏହି ବର୍ଷ, ଏହି ଦିନ ୨୧ ଏପ୍ରିଲ ବୁଧବାର ଦିନ ପାଳନ କରାଯିବ । ଏହି ଦିନ ଭଗବାନ ଶ୍ରୀ ରାମଙ୍କୁ ପୂଜା କରିବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସହିତ, କିଛି ବିଶେଷ ମନ୍ତ୍ର ଜପ କରିବା ଦ୍ୱାରା ଜୀବନର ସମସ୍ୟା ଦୂର ହୋଇ ଘରେ ସୁଖର ଆଗମନ ହୋଇଥାଏ ।  ତେବେ ଚାଲନ୍ତୁ ଜାଣିବା କ’ଣ ରହିଛି ସେହି ବିଶେଷ ମନ୍ତ୍ର ...

{"width":604,"height":377}
PunjabKesari

‘ରାମ’ :

କୁହାଯାଏ ଯେ ରାମ ନାମ ହେଉଛି ସବୁଠାରୁ ବଡ଼ ଏବଂ କଲ୍ୟାଣକାରୀ ମନ୍ତ୍ର । ତେଣୁ, ପ୍ରତିଦିନ ରାମଙ୍କ ନାମ ଜପ କରିବା ଦ୍ୱାରା ଜୀବନର ଅସୁବିଧା ଦୂର ହୋଇଥାଏ ।  ତେଣୁ ରାମନବମୀ ଶୁଭ ଦିନରେ, ନିଜର ଇଚ୍ଛା ଅନୁଯାୟୀ କିଛି ସମୟ ପାଇଁ ରାମ ନାମ ଜପ କରନ୍ତୁ ।

‘ଓଁ ଜାନକୀ ବଲ୍ଲଭାୟ ସ୍ୱାହା’ :

ରାମ ନବମୀ ଶୁଭ ଦିନରେ ଏହି ମନ୍ତ୍ରକୁ ନିଶ୍ଚିତ ଭାବରେ ଜପ କରନ୍ତୁ । ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ପ୍ରଭୁ ଶ୍ରୀରାମ ଏବଂ ଦେବୀ ସୀତାଙ୍କର ଆର୍ଶୀବାଦ ମିଳିଥାଏ ।

‘ଓଁ ରାଂ ରାମାୟ ନମଃ’ :

ରାମ ନବମୀ ବିଶେଷ ଅବସରରେ ଏହି ମନ୍ତ୍ରକୁ ପବିତ୍ର ମନରେ ଜପ କରନ୍ତୁ । ଏହା ଦ୍ୱାରା ଜୀବନର ସଂକଟ ଦୁର ହୋଇଥାଏ ।

‘ଓଁ ରାମଭଦ୍ରାୟ ନମଃ’ :

ଭଗବାନ ରାମଙ୍କର ଏହି ଶକ୍ତିଶାଳୀ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଏହା ଦ୍ୱାରା ଜୀବନ ଏବଂ କାର୍ଯ୍ୟରେ ଆସୁଥିବା ସମସ୍ୟା ଦୁର ହୋଇଥାଏ । ଏଥିସହିତ ଶ୍ରୀ ରାମଙ୍କର ଅସୀମ କୃପା ମିଳିଥାଏ ।

‘ଓଁ ରାମଚନ୍ଦ୍ରାୟ ନମଃ’ :

ପ୍ରଭୁ ଶ୍ରୀରାମଙ୍କର ଏହି ମନ୍ତ୍ରକୁ ଜପିବା ଦ୍ୱାରା ଘରେ ସୁଖ-ଶାନ୍ତି ଏବଂ ସମୃଦ୍ଧି ବଢିଥାଏ । ଗର ଏବଂ ପରିବାର ଉପରେ ପ୍ରଭୁଙ୍କର ଅସିମ କୃପା ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.