Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆର୍ଥିକ ସମସ୍ୟା ଦୂର ଓ ଧନ ଲାଭ ପାଇଁ ଆଜି ଶରତ ପୂର୍ଣ୍ଣିମା ରାତିରେ ଜପ କରନ୍ତୁ ଏହି ୨ଟି ମନ୍ତ୍ର

13/10/2019 at 3:39 PM

ହିନ୍ଦୁ ଧର୍ମରେ ଶରତ ପୂର୍ଣ୍ଣିମାକୁ ସ୍ୱତନ୍ତ୍ର ଭାବେ ପାଳନ କରାଯାଏ୍ । ଏହି ଦିନ କୁମାର ପୂର୍ଣ୍ଣିମା ସହ ଗଜ ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ । ଶରତ ପୂର୍ଣ୍ଣିମାକୁ ନେଇ ଅନେକ ବିଶ୍ବାସ ମଧ୍ୟ ରହିଛି।ଏହି ଦିନରେ ଅନେକ ପ୍ରାଚୀନ କାହାଣୀ ମନେ ପକାନ୍ତି । ଶରତ ପୂର୍ଣ୍ଣିମା ଦିନଠୁ ଶୀତ ଋତୁ ଆରମ୍ଭ ହୁଏ ବୋଲି କୁହାଯାଏ । ଏହି ଦିନରେ ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ କଲେ ତାହା ସଫଳ ହୁଏ ବୋଲି ବିଶ୍ବାସ ରହିଛି। କାରଣ ଏହି ଦିନରେ ଲକ୍ଷ୍ମୀ ମାଆଙ୍କ ଜନ୍ମ ହୋଇଥିଲା । ଧନଲାଭ ପାଇଁ ଏହି ଦିନକୁ ଖାସ ବୋଲି କୁହନ୍ତି।ଏହି ପୂର୍ଣ୍ଣିମାରେ ଛୋଟ ଛୋଟ ଉପାୟ ମଧ୍ୟ ବଡ ବଡ ସମସ୍ୟାକୁ ଦୂର କରିଥାଏ । ତେବେ ଏଥିପାଇଁ ଏମିତି ୨ଟି ମନ୍ତ୍ର ରହିଛି ଯାହା ଶରଦ ପୂର୍ଣ୍ଣିମା ରାତିରେ ଜପ କଲେ କେବେ ଆର୍ଥିକ ଅସୁବିଧା ହେବ ନାହିଁ। ଏହି ୨ଟି ମନ୍ତ୍ର ହେଉଛି-

ପ୍ରଥମ ମନ୍ତ୍ର-

ପୁତ୍ର ପୌନ୍ତ୍ର ଧନଂ ଧ୍ୟାନଂ ହସ୍ତ୍ୟଶ୍ୱାଦିଗବେରଥମ ପ୍ରଜାନାଂ

ଭବସି ମାତା ଆୟୁଷ୍ମନତଂ କରତୁ ମେ

ଦ୍ୱିତୀୟ ମନ୍ତ୍ର-

ଓଁ ୟକ୍ଷାୟ କୁବେରାୟ ବୈଶ୍ରବଣାୟ ଧନ ଧାନ୍ୟାଧିପତୟେ  

ଧନ ଧାନ୍ୟ ସମୃଦ୍ଧିଂ ମେ ଦେହି ଦାପୟ ଦାପୟ  ସ୍ୱାହା    

ଏହି ଦିନରେ ମାଆ ଲକ୍ଷ୍ମୀଙ୍କ ଜପ କଲେ ମଧ୍ୟ ମଣିଷ ପାଇଁ ଶୁଭ ହୋଇଥାଏ । ଶରଦ ପୂର୍ଣ୍ଣିମା ଦିନରେ ଚନ୍ଦ୍ରଙ୍କଠାରୁ ଏକ ବିଶେଷ ପ୍ରକାରର ଔଷଧୀୟ ତତ୍ତ୍ବ ବାହାରେ ଯାହା ଖାଦ୍ୟ ମାଧ୍ୟମରେ ମଣିଷ ଶରୀରକୁ ଯାଏ। ଏହା ଦ୍ବାରା ଶରୀର ରୋଗମୁକ୍ତ ହୋଇଥାଏ। ତେବେ ଶରଦ ପୂର୍ଣ୍ଣିମାର ତିଥି ଓ ଏହାର ପୌରାଣିକ ମହତ୍ବ ବିଷୟରେ ଏହି ଖାସ ତଥ୍ୟ ଉପରେ ନଜର ପକାନ୍ତୁ।

ହିନ୍ଦୁ ଧର୍ମର ଲୋକମାନେ ଏହି ଦିନକୁ କୋଜାଗର ବ୍ରତ ରୂପରେ ପାଳନ୍ତି। ଏହି ଦିନକୁ କୌମୁଦୀ ବ୍ରତ ମଧ୍ୟ କୁହାଯାଏ । ଲକ୍ଷ୍ମୀ ମାଆଙ୍କ ଜନ୍ମ ଏହି ଦିନରେ ହୋଇଥିବାରୁ ଏହି ଦିନକୁ ବିଶେଷ ରୂପରେ ପାଳନ କରାଯାଏ । ଶରଦ ପୂର୍ଣ୍ଣିମା ଦିନରେ ଶ୍ରୀକୃଷ୍ଣ ମହାରାସ ରଚିଥିଲେ ବୋଲି ମଧ୍ୟ କୁହାଯାଏ । ଏହି ପୌରାଣିକ କାରଣ ଯୋଗୁଁ ଶରଦ ପୂର୍ଣ୍ଣିମାର ବିଶେଷ ମହତ୍ବ ରହିଛି। ଲୋକଙ୍କ ବିଶ୍ବାସ ରହିଛି ଯେ, ପ୍ରାଚୀନ କାଳରୁ ଶରଦ ପୂର୍ଣ୍ଣିମା ଦିନରେ ଚନ୍ଦ୍ରଙ୍କଠୁ ଅମୃତ ଝରିଥାଏ। ଯାହା ଖାଇଲେ ଶରୀର ରୋଗମୁକ୍ତ ହୋଇଥାଏ। ଏଥିପାଇଁ ଶରଦ ପୂର୍ଣ୍ଣିମାରେ ଲୋକେ କ୍ଷୀରି ତିଆରି କରି ଚନ୍ଦ୍ରଙ୍କ କିରଣରେ ରଖାଯାଏ। ପରେ ଏହା ପ୍ରସାଦ ରୂପରେ ଗ୍ରହଣ କରାଯାଏ।

   Related Posts