ହନୁମାନଙ୍କ ଏହି ୧୨ ଅତ୍ୟନ୍ତ ଚମତ୍କାରୀ: ନିଷ୍ଠାରେ କଲେ ହୁଏ ଭାଗ୍ୟୋଦୟ, ଦୂର ହୁଏ ସବୁ ସମସ୍ୟା

Published By : Prameya-News7 Bureau | November 23, 2021 IST

ଭୁବନେଶ୍ୱର ୨୩/୧୧ : ଧାର୍ମିକ ଗ୍ରନ୍ଥ ଅନୁଯାୟୀ, ଭଗବାନ ହନୁମାନ କଳିଯୁଗରେ ଧରାପୃଷ୍ଠରେ ବାସ କରୁଛନ୍ତି। ସେ ଭକ୍ତଙ୍କ ସବୁ କଷ୍ଟ ଦୂର କରିଥାନ୍ତି। ସେଥିପାଇଁ ତାଙ୍କୁ ସଙ୍କଟମୋଚନ ମଧ୍ୟ କୁହାଯାଏ। ହନୁମାନଙ୍କୁ ନିଷ୍ଠାର ସହ ପୂଜା କଲେ ଯେତେ ବଡ ସମସ୍ୟା ହେଉ ନା କାହିଁକି ସମାଧାନ ହୋଇଯାଇଥାଏ ବୋଲି କୁହାଯାଏ । ହନୁମାନ ଶୀଘ୍ର ନିଜ ଭକ୍ତଙ୍କ ଡାକ ଶୁଣନ୍ତି | ହନୁମାନଙ୍କ କୃପା ପାଇବାକୁ ଭକ୍ତ ତାଙ୍କର ୧୨ଟି ନାମ ଜପ କରନ୍ତି। ମଙ୍ଗଳବାର ଦିନ ସନ୍ଧ୍ୟାରେ ହନୁମାନଙ୍କ ୧୨ ନାମ ଜପ କଲେ ସବୁ କାମ ହୋଇଥାଏ ବୋଲି କୁହାଯାଏ।

ହନୁମାନଙ୍କ ସେହି ୧୨ଟି ନାମ ହେଲା: ଓଁ ହନୁମାନ, ଅଞ୍ଜନିସୁତ, ବାୟୁପୁତ୍ର, ମହାବଳ, ରାମେଷ୍ଟ, ଫାଲ୍ଗୁନ ସଖା, ପିଙ୍ଗାକ୍ଷ, ଅମିତ ବିକ୍ରମ, ଉଦଧିକ୍ରମଣ, ସୀତା ଶୋକ ବିନାଶନ, ଲକ୍ଷ୍ମଣ ପ୍ରାଣଦାତା, ଦାସଗ୍ରୀବ ଦର୍ପହା

ଶ୍ରଦ୍ଧା ଓ ନିଷ୍ଠାର ସହ ହନୁମାନଙ୍କ ସମ୍ମୁଖରେ ଦୀପ ଜାଳି ନିଃସ୍ୱାର୍ଥ ଭାବରେ ତାଙ୍କ ନାମ ଜପ କଲେ ହନୁମାନ ପ୍ରସନ୍ନ ହୁଅନ୍ତି। ସକାଳେ ଉଠି ହନୁମାନଙ୍କ ଏହି ନାମ ଜପ କଲେ ସବୁ ମନୋସ୍କାମନା ପୂରଣ ହୁଏ ବୋଲି କୁହାଯାଏ।

ଅପରାହ୍ନ ସମୟରେ ହନୁମାନଙ୍କ ଏହି ନାମ ଜପ କଲେ ଅପାର ଧନ ସମ୍ପତ୍ତି ପ୍ରାପ୍ତ ହୋଇଥାଏ। ସନ୍ଧ୍ୟା ସମୟରେ ନାମ ଜପ କଲେ ଘର-ପରିବାରକୁ ସୁଖ ସମୃଦ୍ଧି ଆସିଥାଏ।

ରାତିରେ ଶୋଇବା ବେଳେ ଏହି ନାମ ଜପ କଲେ ବିଗିଡି ଯାଇଥିବା କାମ ମଧ୍ୟ ହୋଇଯାଇଥାଏ। ଏହାସହ ଶାରୀରିକ କଷ୍ଟରୁ ମଧ୍ୟ ମୁକ୍ତି ମିଳିଥାଏ। ଏହି ନାମ ଜପ କଲେ ସଙ୍କଟମୋଚନ ସବୁ ଦିଗରୁ ଓ ଆକାଶ-ପାତାଳରୁ ଭକ୍ତଙ୍କୁ ରକ୍ଷା କରନ୍ତି।

ମଙ୍ଗଳବାର ଦିନ ନାଲି ପେନରେ ଭୋଜପତ୍ରରେ ଏହି ୧୨ଟି ନାମ ଲେଖି ତାକୁ ସେହି ଦିନ ହିଁ ଡେଉଁରିଆରେ ବାନ୍ଧି ଦିଅନ୍ତୁ ଏବଂ ଧାରଣ କରନ୍ତୁ। ଏହାଦ୍ୱାରା ସମସ୍ତ ଶାରୀରିକ କଷ୍ଟରୁ ମୁକ୍ତି ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.