ପୂଜା କଲାବେଳେ ଯଦି ଅଜାଣତରେ କିଛି ଭୁଲ ହୋଇଯାଏ ତା'ହେଲେ ଜପ କରନ୍ତୁ ଏହି ମନ୍ତ୍ର, ଦୂର ହୋଇଯିବ ସମସ୍ତ ସମସ୍ୟା

Published By : Prameya-News7 Bureau | February 24, 2019 IST

ଭୁବନେଶ୍ୱର ୨୪/୨ : ଅନେକ ସମୟରେ ପୂଜା କଲାବେଳେ ଛୋଟମୋଟ ଭୁଲ ହୋଇଯାଇଥାଏ | ଏହି ଭୁଲ ଯୋଗୁଁ ଆମେ ଭୟଭୀତ ହୋଇଯାଇଥାଉ | କାଳେ କ'ଣ ଅଘଟଣ ଘଟିବ କି ବୋଲି ମନରେ ଅନେକ ଧାରଣା ଆସେ | ଏଭଳି ପରିସ୍ଥିତିରେ କ'ଣ କରାଯିବ ଉଚିତ ଏହା ବହୁତ ଲୋକ ଜାଣିଥାନ୍ତି | ଜ୍ୟୋତିଷ ଆଚାର୍ଯ୍ୟ ପଣ୍ଡିତ ମନୀଷ ଶର୍ମାଙ୍କ ଅନୁସାରେ, ପୂଜା କଲାବେଳେ ଯଦି କୌଣସି ପ୍ରକାର ଭୁଲ ହୋଇଯାଏ ତା'ହେଲେ ଏକ ମନ୍ତ୍ର ଜପ କଲେ ଭଗବାନ ଆପଣଙ୍କ ଦ୍ୱାରା ହୋଇଥିବା ଭୁଲକୁ କ୍ଷମା କରିଦେଇଥାନ୍ତି | ଭୁଲ କ୍ଷମା କରିବା ସହ ଶୁଭ ଫଳ ମଧ୍ୟ ଦେଇଥାନ୍ତି |

{"id":88273}

ଆସନ୍ତୁ ଜାଣିବା ମନ୍ତ୍ରଟି କ'ଣ :

ଅପରାଧସହସ୍ତ୍ରାଣି କ୍ରିୟନ୍ତି ହାର୍ନିସଙ୍ଗ ମୟା

ଦାସୋୟମତି ମାଂ ମତ୍ୱା କ୍ଷମସ୍ୱ ପରମେଶ୍ୱର

ଗତନଂ ପାପଙ୍ଗ ଗତନଂ ଦୁଃଖ ଦାରିଦ୍ର୍ୟୟ ମେବ ଚ

ଆଗତା ସୁଖ-ସମ୍ପତ୍ତି ପୁଣ୍ୟହଙ୍ଗ ତବ ଦର୍ଶନାମ 

( अपराधसहस्त्राणि क्रियन्तेऽहर्निशं मया।

दासोऽयमिति मां मत्वा क्षमस्व परमेश्वर।।

गतं पापं गतं दु:खं गतं दारिद्रय मेव च।

आगता: सुख-संपत्ति पुण्योऽहं तव दर्शनात्।। )

ଏହି ମନ୍ତ୍ରର ଅର୍ଥ ହେଲା - ହେ ପରମେଶ୍ୱର ମୋ ଦ୍ୱାରା ଦିନ ରାତି ହଜାର ହଜାର ଅପରାଧ ହେଉଛି | ମୋତେ ଆପଣଙ୍କ ଦାସ ଭାବି ମୋ ଅପରାଧ ବା ଭୁଲଗୁଡିକୁ କୃପା ପୂର୍ବକ କ୍ଷମା କରିଦିଅନ୍ତୁ | ଆପଣଙ୍କ ଦର୍ଶନ ଲାଭ କରି ମୋ ପାପ ଏବଂ ଦୁଃଖର ବିନାଶ ହେଉ, ଦରିଦ୍ର୍ୟ ଦୂର ହେଉ ଏବଂ ମୋତେ ସୁଖ-ସମ୍ପତ୍ତି ପ୍ରାପ୍ତି ପାଇଁ ଆଶୀର୍ବାଦ କରନ୍ତୁ |

{"id":88274}

ମାନେ ରଖନ୍ତୁ ପ୍ରତ୍ୟେକ ପୂଜାର ଶେଷ ବେଳେ ଏହି ମନ୍ତ୍ର ଅବଶ୍ୟ ପାଠ କରନ୍ତୁ | ଏହି ମନ୍ତ୍ର ପଢିବା ଦ୍ୱାରା ଭଗବାନଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ସର୍ବଦା ରହିବ | ଯଦି ଦେବୀ ମା'ଙ୍କ ପୂଜା କରିଛନ୍ତି ତା'ହେଲେ ପରମେଶ୍ୱରଙ୍କ ଜାଗାରେ ପାରାମେଶ୍ୱରୀ ଉଚ୍ଚାରଣ କରିବେ |

{"id":88275,"width":583,"height":331}

ଅନ୍ୟ ମନ୍ତ୍ର ଜପ କିମ୍ବା ପାଠ କରିବା ପରେ ମଧ୍ୟ ଏହି ମନ୍ତ୍ର ପାଠ କରିପାରିବେ | କାରଣ ଅଜାଣତରେ ମଣିଷ ଦ୍ୱାରା କିଛି ନା କିଛି ଭୁଲ ହୋଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.