Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ରାଜା ମହାରାଜାଙ୍କ ଭଳି ବୈଭବ ପ୍ରାପ୍ତି ପାଇଁ ବୃଷ ସଂକ୍ରାନ୍ତିରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ଜପ କରନ୍ତୁ ଏହି ମନ୍ତ୍ର

13/05/2020 at 11:39 AM

ଭୁବନେଶ୍ୱର ୧୩/୦୫ : ଜ୍ୟୋତିଷଶାସ୍ତ୍ରରେ ଏବଂ ହିନ୍ଦୁ ସଂସ୍କୃତିରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନକୁ ମହତ୍ୱପୂର୍ଣ୍ଣ ବିଶ୍ୱାସ କରାଯାଏ | ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନକୁ ନେଇ ଅନେକ ଧାର୍ମିକ ମହତ୍ୱ ମଧ୍ୟ ରହିଛି | ପୌରାଣିକ ଗ୍ରନ୍ଥରେ ସୂର୍ଯ୍ୟଙ୍କୁ ଭଗବାନଙ୍କ ମାନ୍ୟତା ଦିଆଯାଇଛି | ସୂର୍ଯ୍ୟଙ୍କୁ ପ୍ରକାଶ, ଶକ୍ତି, ଆଧ୍ୟାତ୍ମିକ ଶକ୍ତି ଆଶା, ପୌରୁଷ ପ୍ରବୃତିର ପ୍ରତୀକ ଭାବେ ବିଶ୍ୱାସ କରାଯାଏ | ସୂର୍ଯ୍ୟଙ୍କୁ ଆତ୍ମାର କାରକ ବୋଲି ମଧ୍ୟ କୁହାଯାଏ | ସେଥିପାଇଁ ଲୋକେ ସକାଳୁ ଉଠି ସୂର୍ଯ୍ୟଙ୍କୁ ପ୍ରଣାମ କରିଥାନ୍ତି | ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ପ୍ରତିଦିନ ସକାଳୁ ସୂର୍ଯ୍ୟଙ୍କୁ ଜଳ ମଧ୍ୟ କରିବା ଉଚିତ | ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ସୂର୍ଯ୍ୟ ଶାନ୍ତି ହୋଇଥାନ୍ତି ଏବଂ ଆଶୀର୍ବାଦ ଦେଇଥାନ୍ତି |ସଂକ୍ରାନ୍ତିରେ ଦାନ ଧର୍ମ କଲେ ମଧ୍ୟ ପୁଣ୍ୟ ମିଳିଥାଏ |

ସୂର୍ଯ୍ୟ ମଣିଷକୁ ସକାରାତ୍ମକ ଶକ୍ତି ଆଡକୁ ପ୍ରେରିତ କରିଥାନ୍ତି | ସୂର୍ଯ୍ୟ ପୂର୍ବ ଦିଗର ସ୍ୱାମୀ ଅଟନ୍ତି | ଧାତୁ ମଧ୍ୟରେ ସୂର୍ଯ୍ୟ ତମ୍ବା ସୁନାର ପ୍ରତିନିଧିତ୍ବ କରିଥାନ୍ତି | ବୈଦିକ ଜ୍ୟୋତିଷରେ ସୂର୍ଯ୍ୟ ଗ୍ରହ ଜନ୍ମ କୁଣ୍ଡଳୀରେ ପିତାଙ୍କ ପ୍ରତିନିଧିତ୍ବ କରିଥାନ୍ତି | ସୂର୍ଯ୍ୟ ସିଂହ ରାଶିର ସ୍ୱାମୀ | ମେଷ ରାଶିରେ ସୂର୍ଯ୍ୟ ଉଚ୍ଚରେ ଥିବାବେଳେ ତୁଳା ରାଶିରେ ନୀଚରେ ରହନ୍ତି | ସୂର୍ଯ୍ୟ ଗ୍ରହ କେବେ ବକ୍ରୀ ଚଳନ କରନ୍ତିନି |

ସୂର୍ଯ୍ୟ ଯେଉଁଦିନ ଘର ପରିବର୍ତ୍ତନ କରନ୍ତି ସେହିଦିନକୁ ସଂକ୍ରାନ୍ତି କୁହାଯାଏ | ସୂର୍ଯ୍ୟଙ୍କ ଗୃହ ପରିବର୍ତ୍ତନ ସହ ତିଥି ମଧ୍ୟ ପରିବର୍ତ୍ତନ ହୋଇଥାଏ | ଆସନ୍ତାକାଲି, ମେ ୧୪ ତାରିଖରେ ସୂର୍ଯ୍ୟ ନିଜର ଉଚ୍ଚ ରାଶି ଛାଡି ବୃଷ ରାଶିରେ ପ୍ରବେଶ କରିବେ | ଏହାକୁ ବୃଷ ସଂକ୍ରାନ୍ତି କୁହାଯାଏ | ହିନ୍ଦୁ ଧର୍ମରେ ବୃଷ ସଂକ୍ରାନ୍ତିର ଅନେକ ମହତ୍ୱ ରହିଛି | ବୃଷ ସଂକ୍ରାନ୍ତିରେ ସୂର୍ଯ୍ୟଙ୍କ ମନ୍ତ୍ର ଜପ କରିବା ଦ୍ୱାରା ରାଜଯୋଗ ପ୍ରାପ୍ତ ହୋଇଥାଏ | ପ୍ରତିଦିନ ପ୍ରାତଃକାଳରେ ସୂର୍ଯ୍ୟଙ୍କ ଏହି ମନ୍ତ୍ର ଜପ କରିବା ଉଚିତ | ଯଦି ପ୍ରତିଦିନ ସମ୍ଭବ ନହୁଏ ତାହେଲେ ସଂକ୍ରାନ୍ତି ଓ ରବିବାର ଦିନ ଏହି ମନ୍ତ୍ର ଅବଶ୍ୟ ଜପ କରିବା ଉଚିତ | କାରଣ ରବିବାରକୁ ସୂର୍ଯ୍ୟଦେବଙ୍କ ଦିନ ବୋଲି ବିଶ୍ୱାସ କରାଯାଏ | ଏହି ମନ୍ତ୍ର ଜପ କରିବା ଦ୍ୱାରା ବୈଭବ ପ୍ରାପ୍ତି ହୋଇଥାଏ | ପ୍ରତି ସଂକ୍ରାନ୍ତିରେ ସକାଳୁ ସ୍ନାନ ସାରି ସୂର୍ଯ୍ୟଙ୍କୁ ପ୍ରଣାମ କରି ଅର୍ଘ୍ୟ ପ୍ରଦାନ କରନ୍ତୁ | ଏହାପରେ ଏକ ଆସନରେ ବସି ପୂର୍ବ ଦିଗକୁ ମୁହଁ କରି ସୂର୍ଯ୍ୟଙ୍କ ମନ୍ତ୍ର ୧୦୮ ଥର ଜପ କରନ୍ତୁ |  

ମନ୍ତ୍ରଟି ହେଲା – କନକବର୍ଣ୍ଣମହାତେଜାନଂ ରତ୍ନମାଳାଵିଭୂଷିତମ୍

ପ୍ରାତଃ କାଳେ ରବି ଦର୍ଶନମଃ ସର୍ବ ପାପ ବିମୋଚନମ୍

   Related Posts