କେତୁ ଗ୍ରହ ଦୋଷ ଯୋଗୁଁ ସମସ୍ୟା ଭୋଗୁଛନ୍ତି ଯଦି ଜପ କରନ୍ତୁ ଏହି ମନ୍ତ୍ର, ମିଳିବ ମୁକ୍ତି

Published By : Prameya-News7 Bureau | February 27, 2021 IST

ଭୁବନେଶ୍ୱର ୨୭/୦୨ : ସମୁଦ୍ର ମନ୍ଥନ ସମୟରେ ଦେବତାଙ୍କ ଲାଇନରେ ଛିଡା ହୋଇ ଜଣେ ରାକ୍ଷସ ଚାଲାକିର ସହ ଅମୃତ ପାନ କରିଦେଇଥିଲା। ଏହାପରେ ଭଗବାନ ବିଷ୍ଣୁ ନିଜ ଚକ୍ରରେ ରାକ୍ଷସର ମୁଣ୍ଡ ଗଣ୍ଡି ଅଲଗା ଅଲଗା କରି ଦେଇଥିଲେ। ଏଥିରୁ ରାହୁ କେତୁ ନାମକ ଦୁଇ ଗ୍ରହ ଉତ୍ପନ୍ନ ହୋଇଥିଲେ। ହିନ୍ଦୁ ଧର୍ମରେ ରାହୁ ଓ କେତୁଙ୍କୁ ପାପ ଗ୍ରହ ବୋଲି କୁହାଯାଏ। ମୁଣ୍ଡରୁ ରାହୁ ଓ ଗଣ୍ଡିରୁ କେତୁ ଗ୍ରହ ଉତ୍ପନ୍ନ ହୋଇଥିଲେ। କେତୁଙ୍କ ପାଖରେ ମୁଣ୍ଡ ନ ଥିବାରୁ ସେ ସମ୍ବନ୍ଧୀୟ ସମସ୍ୟା ଚିହ୍ନିବା ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ କଠିନ ହୋଇଥାଏ। ଆପଣ କୌଣସି ରୋଗର ଶିକାର ହୋଇଥିଲେ ରୋଗ ଜାଣିବା ଚିକିତ୍ସକଙ୍କ ପାଇଁ କଠିନ ହୋଇଥାଏ। ଅନ୍ୟାନ୍ୟ ଆର୍ଥିକ ଓ ସାମାଜିକ ସଙ୍କଟରେ କେତୁଙ୍କ ପ୍ରଭାବରୁ ପ୍ରତିକାର ଜାଣିବା କଠିନ ହୋଇଥାଏ। ଉଦାହରଣ ସ୍ୱରୂପ, ଯଦି ଜଙ୍ଗଲରେ ଜଣେ କାଦୁଅରେ ଫସି ରହିଯାଏ ଓ ତାଙ୍କୁ ତୁରନ୍ତ ଉଦ୍ଧାର କରାନଯାଏ ତାହେଲେ ସେ ଧୀରେ ଧୀରେ ସେହି କାଦୁଅରେ ଆହୁରି ଫସି ଚାଲିଥାଏ। ବ୍ୟକ୍ତି ଯେତେ ଚେଷ୍ଟା କରେ ଆହୁରି ଅଧିକ ଫସିଯାଏ। ଏହାର ବିପରୀତ ବ୍ୟକ୍ତି ଶାନ୍ତ ମନରେ ବିଚାର କରି କୌଣସି ବାହାରିଆ ସହଯୋଗ ସାହାଯ୍ୟରେ କାଦୁଅରୁ ବାହାରିପାରେ।

କେତୁ ଗ୍ରହ ଜୀବନରେ ଏହିଭଳି ସଙ୍କଟର ସଂକେତ ଦେଇଥାଏ। ଏହିସବୁ ସଙ୍କଟରୁ ମୁକ୍ତି ପାଇବାକୁ କେତୁଙ୍କର ଏହି ମନ୍ତ୍ର ଜପ କରିପାରିବେ। ଏହି ମନ୍ତ୍ର ଜପ ଦ୍ୱାରା ସଙ୍କଟ ଦୂର ହୋଇପାରେ।

ଧୂମ୍ରାଦ୍‌ୱିବାହବ ସର୍ବେଗଦିନୋ ବକ୍ରୁତାନନା ।

ଗ୍ରୁଧ୍ରାଗସନଗତାନିତ୍ୟଂ କେତବ ସ୍ୟୁର୍ବବଗପ୍ରଦା ।।

धूम्राद्विबाहवः सर्वेगदिनो विकृतानना।

गृध्रागसनगतानित्यं केतवः स्यूर्ववरप्रदाः।।

କେତୁ ଗ୍ରହକୁ ଛାୟା ଗ୍ରହ ବୋଲି କୁହାଯାଏ। ଏହି ମନ୍ତ୍ର ଜପ ଦ୍ୱାରା ଅନ୍ଧାରରୁ ଭୟ କରୁଥିବା ବ୍ୟକ୍ତିଙ୍କ ଭୟ ଦୂର ହୋଇଥାଏ। ଯେଉଁମାନଙ୍କ କୁଣ୍ଡଳୀରେ କେତୁ ଗ୍ରହ ଦୋଷ ରହିଥାଏ ସେମାନେ ଏହି ମନ୍ତ୍ର ଜପ କରିବା ଉଚିତ। ଏହି ମନ୍ତ୍ର ଜପ ଦ୍ୱାରା କେତୁ ଗ୍ରହ ସମ୍ବନ୍ଧୀୟ ସଙ୍କଟ ଦୂର ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.