ସପ୍ତାହର ସବୁଠୁ ଶୁଭ ଦିନ ହେଉଛି ବୃହସ୍ପତିବାର : ଜପନ୍ତୁ ଏହି ମନ୍ତ୍ର,ମିଳିବ ସୁଖ-ସମୃଦ୍ଧି ଏବଂ ଦୂର ହେବ ସମସ୍ତ କଷ୍ଟ

Published By : Prameya-News7 Bureau | April 23, 2020 IST

ବୃହସ୍ପତିବାର ଜଣେ ନୁହେଁ ୩ଜଣ ଦେବତାଙ୍କ ପାଇଁ ସମର୍ପିତ। ଭଗବାନ ବିଷ୍ଣୁ,ସାଇ ବାବା ଏବଂ ଦେବ ଗୁରୁ ବୃହସ୍ପତି। ଭଗବାନ ବିଷ୍ଣୁ ପରମେଶ୍ବରଙ୍କ ୩ଟି ରୂପ ବ୍ରହ୍ମା,ବିଷ୍ଣୁ ଏବଂ ମହେଶ୍ବରଙ୍କ ମଧ୍ୟରେ ମୁଖ୍ୟ ରୂପ। ପୁରାଣରେ ତ୍ରିମୂର୍ତ୍ତି ବିଷ୍ଣୁଙ୍କୁ ବିଶ୍ବର ପାଳନକର୍ତ୍ତା ବୋଳି କୁହାଯାଇଛି। ଭଗବାନ ବିଷ୍ଣୁଙ୍କ ସ୍ବରୂପ ସାତ୍ତ୍ବିକ ଅର୍ଥାତ୍ ଶାନ୍ତ,କୋମଳ ଏବଂ ଆନନ୍ଦମୟୀ। ଶାସ୍ତ୍ର ଏବଂ ପୁରାଣ ସାକ୍ଷୀ ରହିଛି ଯେ ଭଗବାନ ସଦା ନିଜ ଭକ୍ତଙ୍କ ରକ୍ଷା କରିଥାନ୍ତି।

ଶିରିଡ଼ିର ସାଇ ବାବା ‘ସବକା ମାଲିକ୍ ଏକ୍’ ଗୁଢ଼ ମନ୍ତ୍ରର ଜ୍ଞାନ ଦିଅନ୍ତି। ଭକ୍ତ ନିଜ ଶ୍ରଦ୍ଧା ଅନୁସାରେ ତାଙ୍କୁ ଗୁରୁ,ଯୋଗୀ,ଫକୀର,ଭଗବାନ ଶିବ କିମ୍ବା ଦତ୍ତାତ୍ରେୟ ଭଗବାନଙ୍କ ଅବତାର ମାନିଥାନ୍ତି। ସେ ହିନ୍ଦୁ ଏବଂ ମୁସଲିମଙ୍କୁ ନୂଆ ରୂପ ଦେଇଛନ୍ତି।

ଦେବ ଗୁରୁ ବୃହସ୍ପତି ନବଗ୍ରହ ମଧ୍ୟରେ ଶ୍ରେଷ୍ଠ ବୋଲି ଜଣା ଯାଆନ୍ତି। ଦେବତାଙ୍କ ମଧ୍ୟରେ ଗୁରୁ ପଦ ମଧ୍ୟ ତାଙ୍କୁ ପ୍ରାପ୍ତ ହୋଇଥାଏ। ଜ୍ୟୋତି​‌​‌ଷ ବିଦ୍ବାନ୍ କୁହନ୍ତି ଯେ ମନୁଷ୍ୟ ଜୀବନର ପ୍ରତ୍ୟେକ ସଫଳତା ପଛରେ ଦେବ ଗୁରୁ ବୃହସ୍ପତିଙ୍କ ଗ୍ରହ ସ୍ଥିତି ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ବୃହସ୍ପତିବାର ଆପଣ ‘ଓଁ ନମଃ ନାରାୟଣ’ ମନ୍ତ୍ର ଜପ କରିପାରିବେ ଯାହା ଦ୍ବାରା ଆପଣଙ୍କ ଜୀବନରେ ଆନନ୍ଦ,ଖୁସି,ଶାନ୍ତି ଏବଂ ସ୍ଥିରତା ଆସିବ। ଧନ ବୈଭବ ଏବଂ ସମ୍ପନ୍ନତା ପାଇଁ ଭଗବାନ ବିଷ୍ଣୁଙ୍କ ଲକ୍ଷ୍ମୀ ବିନାୟକ ମନ୍ତ୍ର ଜପ କରନ୍ତୁ।

ଦନ୍ତାଭୟେ ଚକ୍ର ଦରୋ ଦଧାନଂ,କରାଗ୍ରଗସ୍ବର୍ଣ୍ଣଘଟଂ ତ୍ରିନେତ୍ରମ୍ ।

ଧୃତାବ୍ଜୟା ଲିଙ୍ଗିତମବ୍ଧିପୁତ୍ରୟା,ଲକ୍ଷ୍ମୀ ଗଣେଶମ୍ କନକାଭମିଡେ।।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.