Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||

ରବିବାର ଦିନ କରନ୍ତୁ ସୂର୍ଯ୍ୟଦେବଙ୍କ ଆରାଧନା, ଜୀବନରେ ସଫଳତା ପ୍ରାପ୍ତି ସହ ମିଳିବ ଉର୍ଜା

27/09/2020 at 12:19 PM

ଭୁବନେଶ୍ୱର ୨୭/୦୯ : ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ ହୋଇଥାଏ । ସେଥିପାଇଁ ରବିବାର ଦିନ ସୂର୍ଯ୍ୟଦେବଙ୍କୁ ପୂଜା କରିବାର ବିଧାନ ରହିଛି । ହିନ୍ଦୁ ଧର୍ମରେ ପୌରାଣିକ ବିଶ୍ୱାସ ରହିଛି ଯେ ସୂର୍ଯ୍ୟଦେବ ପ୍ରତ୍ୟକ୍ଷ ରୂପରେ ଦର୍ଶନ ଦେଇଥାନ୍ତି । ପୌରାଣିକ ବେଦରେ ସୂର୍ଯ୍ୟଙ୍କ ଉଲ୍ଲେଖ ବିଶ୍ୱ ଆତ୍ମା ଓ ଈଶ୍ୱରଙ୍କ ନେତ୍ର ଭାବେ କରାଯାଇଛି । ସୂର୍ଯ୍ୟଦେବଙ୍କ ଆରାଧନା କରିବା ଦ୍ୱାରା ଜୀବନଶକ୍ତି, ମାନସିକ ଶାନ୍ତି, ଉର୍ଜା ଓ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ । ସେଥିପାଇଁ ଉଦୟ ହେଉଥିବା ସୂର୍ଯ୍ୟଙ୍କ ଦର୍ଶନ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ ।

ହିନ୍ଦୁ ଧର୍ମରେ ପ୍ରତିଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ମଧ୍ୟ ଶୁଭ ବୋଲି କୁହାଯାଏ । ରାମାୟଣରେ ମଧ୍ୟ ଏ ସମ୍ପର୍କରେ ଉଲ୍ଲେଖ ରହିଛି ଯେ ପ୍ରଭୁ ଶ୍ରୀରାମ ଲଙ୍କାକୁ ଯିବାକୁ ସେତୁ ନିର୍ମାଣ ପୂର୍ବରୁ ସୂର୍ଯ୍ୟଦେବଙ୍କୁ ଆରାଧନା କରିଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ସାମ୍ବ ମଧ୍ୟ ସୂର୍ଯ୍ୟଙ୍କୁ ଉପାସନା କରି କୁଷ୍ଠରୋଗରୁ ମୁକ୍ତି ପାଇଥିଲେ । ସୂର୍ଯ୍ୟଙ୍କୁ ଶକ୍ତିର ସ୍ରୋତ ବୋଲି କୁହାଯାଏ । ସୂର୍ଯ୍ୟଦେବଙ୍କ କିଛି ଶକ୍ତିଶାଳୀ ମନ୍ତ୍ର ରହିଛି ଯାହା ଜପ କରିବା ଦ୍ୱାରା ଜୀବନରେ ଶକ୍ତି ସଞ୍ଚାର ହୋଇଥାଏ ।

ସେହି ମନ୍ତ୍ରଗୁଡିକ ହେଲା :

ଓଁ ହ୍ରିଂ ହ୍ରିଂ ସୁର୍ୟାୟ ନମଃ ।

ଓଁ ହ୍ରିଂ ହ୍ରିଂ ସୁର୍ୟାୟ ସହସ୍ରକିରଣରାୟ ମନୋବାଞ୍ଚିତ ଫଲମ୍ ଦେହି ଦେହି ସ୍ୱାହା ।

ଓଁ ହ୍ରିଂ ଘ୍ରୁଣିଃ ସୁର୍ୟ ଆଦିତ୍ୟ କ୍ଲିଂ ଓଁ ।

ଏହାସହ ରବିବାର ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବା ସହ ସୂର୍ଯ୍ୟଙ୍କ ଆଳତି ମଧ୍ୟ କରିବା ଉଚିତ ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

   Related Posts