ମୁଖ୍ୟମନ୍ତ୍ରୀ କଥା ହେବାପରେ ମୌନବ୍ରତ ଭାଙ୍ଗିଲେ ସିଦ୍ଧୁ, ଡିଜିପି, ମହାଧିବକ୍ତା ଓ ‘ଦାଗି’ ନେତାଙ୍କ ନିଯୁକ୍ତିକୁ ନେଇ ଉଠାଇଲେ ପ୍ରଶ୍ନ

Published By : Prameya-News7 Bureau | September 29, 2021 IST

ଚଣ୍ଡିଗଡ଼ ୨୯।୯: ଅସନ୍ତୁଷ୍ଟ ନଭଜ୍ୟୋତ ସିଂ ସିଦ୍ଧୁଙ୍କ ସହ ପ୍ରସଙ୍ଗ ନେଇ ଆଲୋଚନା ନିମନ୍ତେ ପଞ୍ଜାବ ନୂଆ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ ବୁଧବାର ପ୍ରସ୍ତାବ ଦେଇଛନ୍ତି। ଚନ୍ନୀ ଫୋନରେ ସିଦ୍ଧୁଙ୍କ ସହ କଥା ହେବା ବେଳେ ଏହି ପ୍ରସ୍ତାବ ଦେଇଥିବା ଗଣମାଧ୍ୟମକୁ କହିଛନ୍ତି। ଏଥିରେ ସେ ସହମତ ଥିବା ଚନ୍ନୀ ସୂଚିତ କରିଛନ୍ତି । ସିଦ୍ଧୁ ଦିନକ ପୂର୍ବରୁ ପାର୍ଟିରୁ ଇସ୍ତଫା ଦେଇଥିଲେ। ଫଳରେ ପଞ୍ଜାବ କଂଗ୍ରେସରେ ନୂଆ ସଂକଟ ଦେଖା ଦେଇଥିଲା।

{"id":519611,"width":840,"height":471,"sizeSlug":"full","linkDestination":"none"}

ସାମ୍ବାଦିକଙ୍କ ସହ ଆଲୋଚନାରେ ଚନ୍ନୀ କହିଛନ୍ତି ଯେ ସିଦ୍ଧୁଙ୍କ ସହ ଆଳାପରେ  ପାର୍ଟି ସର୍ବୋପରୀ ଓ ରାଜ୍ୟରେ ସରକାର ପାର୍ଟିର ବିଚାରଧାରା ଅନୁସରଣ କରନ୍ତି ବୋଲି କହିଥିଲି। ପ୍ରଦେଶ କଂଗ୍ରେସ ସଭାପତି ଭାବେ ଆପଣ ରାଜ୍ୟରେ ଦଳର ମୁଖିଆ ଓ ପାର୍ଟିର ମୁରବୀ ହିସାବରେ ପରିବାର ସଦସ୍ୟଙ୍କ ମଝିରେ ବସିବା କଥା। ଏଣୁ ଆପଣଙ୍କୁ  ଆସି ବସିକି କଥା ହେବା ଦରକାର ବୋଲି କହିବାରୁ ସେ ଆସିବେ ବୋଲି କହିଥିବା ଚନ୍ନୀ ସୂଚିତ କରିଛନ୍ତି।

{"id":519612,"width":838,"height":511,"sizeSlug":"full","linkDestination":"none"}

ପଞ୍ଜାବ ପିସିସି ସଭାପତି ପଦରୁ ଇସ୍ତଫା ଦେଇ ସିଦ୍ଧୁ ନୂଆ ସଂକଟ ସୃଷ୍ଟି କରିଛନ୍ତି। ତେବେ ଚନ୍ନୀ କଥା ହେବା ପରେ ତାଙ୍କ ନିରବତା ଭଙ୍ଗ ହୋଇଛି। ସେ ପୋଲିସ ମହାନିର୍ଦ୍ଦେଶକ, ମହାଧିବକ୍ତା ଓ ଦାଗି ନେତାଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ଚନ୍ନୀ ମାମଲାରୁ ନିଜକୁ ନିରପେକ୍ଷ ରଖିଛନ୍ତି। ପାର୍ଟି ସଦସ୍ୟଙ୍କ ଫିଡବ୍ୟାକ୍‌ ଆଧାରରେ ସେ କାମ କରିଥିବା କହିଛନ୍ତି। ତେବେ କୌଣସି କଥାକୁ ନେଇ ମୋର ଆପତ୍ତି ନାହିଁ ଓ ନିଷ୍ପତ୍ତିର ପୁନର୍ବିଚାର ଲାଗି ମଧ୍ୟ ପ୍ରସ୍ତୁତ ବୋଲି କହିଛନ୍ତି ଚନ୍ନୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.