Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ସଭାପତି ପଦରୁ ସିଦ୍ଧୁଙ୍କ ହେବ ଛୁଟି ! ନୂତନ ପଞ୍ଜାବ କଂଗ୍ରେସ ମୁଖ୍ୟ ଚୟନ ପାଇଁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଚନ୍ନୀ

5/10/2021 at 8:58 PM

ନୂଆଦିଲ୍ଲୀ ୦୫।୧୦: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇ କଂଗ୍ରେସକୁ ଅକଳରେ ପକାଇଥିବା ନବଜୋତ ସିଂହ ସିଦ୍ଧୁଙ୍କୁ ହାଇକମାଣ୍ଡ ବଡ ଝଟକା ଦେବାକୁ ପ୍ରସ୍ତୁତି କରୁଛନ୍ତି। କୁହାଯାଉଛି ପାର୍ଟି ହାଇକମାଣ୍ଡ ସିଦ୍ଧୁଙ୍କୁ ସଭାପତି ପଦରୁ ବିଦାୟର ରାସ୍ତା ଦେଖାଇବାକୁ ମନସ୍ଥ କରି ସାରିଛନ୍ତି। ନୂତନ ସଭାପତି ଭାବେ ନବନୀତ ସିଂହ ବିଟ୍ଟୁଙ୍କ ନାମ ଉପରେ ଚର୍ଚ୍ଚା ଜାରି ରହିଛି।

ସୂଚନା ଅନୁଯାୟୀ, କଂଗ୍ରେସ  ହାଇକମାଣ୍ଡ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କୁ ନୂତନ ପ୍ରଦେଶ ଅଧ୍ୟକ୍ଷ ନାମରେ ଆଲୋଚନା ପାଇଁ ଦିଲ୍ଲୀ ଡକାଇଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଚନ୍ନୀ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ମଧ୍ୟ ଦିଲ୍ଲୀରେ ଭେଟିଛନ୍ତି। ଏହି ଗସ୍ତରେ ଚନ୍ନୀ ରାହୁଲ ଗାନ୍ଧୀଙ୍କୁ ଭେଟି ପାରନ୍ତି।

ଗତ ସପ୍ତାହରେ ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ପାର୍ଟି ଗତ ଦିନରୁ ସିଦ୍ଧୁଙ୍କୁ ପୁଣି ଥରେ ରାଜ୍ୟ ଦାୟିତ୍ଵ ଦେବାକୁ ବୁଝାଉଛନ୍ତି। ମାତ୍ର ଏବେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ସିଦ୍ଧୁଙ୍କ ଇସ୍ତଫା ମଞ୍ଜୁର କରି ପାରନ୍ତି।

ଏହା ମଧ୍ୟ କୁହାଯାଉଛି, ପାର୍ଟି ହାଇକମାଣ୍ଡ ନବନୀତ ସିଂହ ବିଟ୍ଟୁଙ୍କ ବ୍ୟତୀତ ପଞ୍ଜାବ କଂଗ୍ରସ ସଭାପତି ଭାବେ ମନୀଷ ତିଓ୍ଵାରୀ ଏବଂ ପ୍ରତାପ ସିଂହ ବାଜଓ୍ଵାଙ୍କ ନାମରେ ମଧ୍ୟ ବିଚାର କରୁଛନ୍ତି। ସିଦ୍ଧୁ ଚରଣଜିତ ସିଂହ ଚନ୍ନୀଙ୍କ ସରକାରରେ କିଛି ନିଯୁକ୍ତି ଉପରେ ଆପତ୍ତି ପ୍ରକାଶ କରି ନିଜ ପଦରୁ ଇସ୍ତଫା ଦେଇଥିଲେ। ସିଦ୍ଧୁଙ୍କୁ କ୍ୟାବିନେଟ୍ ସହିତ ଆଡଭୋକେଟ୍ ଜେନେରାଲ ଓ ଡିଜିପି ନିଯୁକ୍ତି ଉପରେ ଘୋର ଆପତ୍ତି ଥିଲା।

   Related Posts