Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପସନ୍ଦ ଆସୁନି ଆଗକାଳିଆ ନାଁ,ଏବେ ଗ୍ରାମର ନାମ ବଦଳାଇବା ପାଲଟିଛି ଟ୍ରେଣ୍ଡ

18/10/2020 at 8:58 PM

ନୂଆଦିଲ୍ଲୀ ୧୮।୧୦: ପରିବର୍ତ୍ତନର ପ୍ରଭାବ ଏବେ ଗ୍ରାମର ନାମ ଉପରେ ପଡିଛି। ଲୋକେ ପୁରୁଣାକାଳିଆ ନାମକୁ ଆଉ ପସନ୍ଦ କରୁନାହାନ୍ତି। ଗ୍ରାମ ବିକାଶ ସହ ଲୋକେ ନିଜନିଜ ଗାଁର ନାଁ ବି ବଦଳେଇ ଦେଲେଣି। ଯାହା ଏବେ ଦେଶରେ ମଡର୍ଣ୍ଣ ଟ୍ରେଣ୍ଡରେ ପରିଣତ ହୋଇଛି।   ଏଥିଲାଗି ଲୋକେ ଆଧୁନିକ ନାମକୁ ପସନ୍ଦ କରୁଛନ୍ତି। ଏଥିରେ ସେମାନଙ୍କ ଗାଁର ନାମକୁ ଦେବୀ ଦେବତାଙ୍କ ନାମରେ ନାମିତ କରିବାକୁ ଆଗ୍ରହୀ ହେଉଛନ୍ତି ଅଥବା ଶହିଦମାନଙ୍କ ନାମରେ। ନଚେତ ଗାଁ ନା ସହ ଆଇଲ୍ୟାଣ୍ଡ ଯୋଡି ଦେଉଛନ୍ତି। ଯେପରି ନେତାଜୀ ସୁଭାଷ ଆଇଲ୍ୟାଣ୍ଡ। 

ଏଥିଲାଗି ବଦଳୁଛି ଗ୍ରାମର ନାମ
ଅତୀତରେ ନାମକରଣ ହୋଇଥିବା ଜନପଦ ମଧ୍ୟରୁ ଏପରି କେତେକ ଗ୍ରାମ ଅଛନ୍ତି ଯେଉଁ ଗାଁର ନାମ ନେବାକୁ ଆଧୁନିକ ସମୟରେ ଲୋକେ ସଙ୍କୋଚ କରୁଛନ୍ତି। ଯେପରି ବିହାରର ‘ନଚନିୟା’,ଯାହାର ଅର୍ଥ ନାଚବାଲୀଙ୍କ ଗାଁ। ଏଭଳି ନାମକୁ ନେଇ ଲୋକେ ସଙ୍କୋଚ କରୁଥିବାରୁ ପରିବର୍ତ୍ତନ ଲାଗି ସରକାରଙ୍କୁ ନିବେଦନ କରିଥିଲେ। ଏବେ ନଚନିୟା ଗାଁର ନାଁକୁ ବଦଳାଇ ଲୋକେ କାଶୀପୁର କରିଦେଇଛନ୍ତି। ଦେଶରେ ଗତ ୩ ବର୍ଷରେ ୬୭ଟି ସହର, ଜନପଦ ଓ ଗାଁର ନାମ ବଦଳାଇବାକୁ ସରକାରଙ୍କୁ ପ୍ରସ୍ତାବ କରାଯାଇଛି।

ରାଜ୍ୟର ନାମ ବଦଳାଇବାକୁ ମଧ୍ୟ ମିଳିଛି ପ୍ରସ୍ତାବ
ଏହି ଟ୍ରେଣ୍ଡ କେବଳ ଗାଁ ପର୍ଯ୍ୟନ୍ତ ସୀମିତି ନାହିଁ। ଏଥିରେ ଏବେ ରାଜ୍ୟ ବି ସାମିଲ ହେଲେଣି। ପଶ୍ଚିମବଙ୍ଗ ନିଜର ନାମ ପରିବାର୍ତ୍ତନ କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିବା ଜଣାପଡିଛି। କେନ୍ଦ୍ର ଗୃହମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଅନୁସାରେ ପଶ୍ଚିମବଙ୍ଗ ନାମ ବଦଳାଇ କେବଳ ‘ବାଂଗଲା’ ରଖିବାକୁ ପ୍ରସ୍ତାବ ଦେଇଛି। ତେବେ ରାଜ୍ୟର ନାମ ବଦଳାଇବା ଗ୍ରାମର ନାମ ବଦଳାଇବା ଭଳି ନୁହେଁ। ଏଥିଲାଗି ସମ୍ବିଧାନ ସଂଶୋଧନର ଆବଶ୍ୟକତା ଥିବାରୁ ଏପର୍ଯ୍ୟନ୍ତ ନାମ ପରିବର୍ତ୍ତନ ହୋଇପାରିନଥିବା ରାୟ କହିଛନ୍ତି।

ଗତ ୩ ବର୍ଷରେ ହୋଇଥିବା ନାମ ପରିବର୍ତ୍ତନରେ ଆନ୍ଧ୍ରପ୍ରଦେଶ ରାଜମୁନ୍ଦ୍ରିର ନାମ ବଦଳାଇ ରାଜା ମହେନ୍ଦ୍ରବରମ କରାଯାଇଛି। ସେହିପରି ଗୁଜରାଟର ଗାଁ ଧେଧସାନାର ନାମ ପରିବର୍ତ୍ତନ କରାଯାଇ ଭରତପୁର ରଖାଯାଇଛି। ଓଡ଼ିଶାର ଆଉଟର ହ୍ୱିଲର ଦ୍ୱୀପକୁ ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଏ.ପି.ଜେ.ଅବ୍ଦୁଲ କଲାମ  ଆଇଲ୍ୟାଣ୍ଡ ନାମକରଣ କରାଯାଇଛି। ସେହିପରି ବିଲୁଙ୍ଗ ଗ୍ରାମର ନାମ ରଙ୍ଗବତୀ ବିଲୁଙ୍କ ନାମ ପ୍ରସ୍ତାବ ଏବେ ବିଚାରାଧୀନ ରହିଛି। ଆଣ୍ଡାମାନ ନିକୋବରରେ ରସ୍ ଆଇଲ୍ୟାଣ୍ଡ, ନିଲ ଆଇଲ୍ୟାଣ୍ଡ ଓ ହେଭଲକ୍ ଆଇଲ୍ୟାଣ୍ଡର ନାମ ବଦଳାଯାଇ ଯଥାକ୍ରମେ ନେତାଜୀ ସୁଭାଷଚନ୍ଦ୍ର ବୋଷ ଆଇଲ୍ୟାଣ୍ଡ, ସହିଦ ଦ୍ୱୀପ ଓ ସ୍ୱରାଜ ଦ୍ୱୀପ ନାମରେ ନାମିତ କରାଯାଇଛି।  

   Related Posts