ସୂର୍ଯ୍ୟ ବଦଳାଇଲେ ରାଶି, ଆଜିଠାରୁ ଏହି ୬ଟି ରାଶିର ବ୍ୟକ୍ତିଙ୍କର ବଦଳିବ ଭାଗ୍ୟ

Published By : Prameya-News7 Bureau | December 06, 2019 IST

ସିଂହ, କୁମ୍ଭ ରାଶି :

ଏହି ରାଶିର ବ୍ୟକ୍ତିଙ୍କ ନମ୍ରତା ଏବଂ ବୁଝିବା ଶକ୍ତି ସଂପର୍କରେ ଥିବା ତିକ୍ତତାକୁ ଦୂର କରିଦେବ । କେହି ସଂପର୍କୀୟ ଆପଣଙ୍କଠାରୁ ଦୂରେଇ ଯାଇଥିଲେ ତାଙ୍କୁ ଫେରି ପାଇବାକୁ ପ୍ରୟାସ କଲେ ଅବଶ୍ୟ ଫଳପ୍ରଦ ହେବ । ଫଳରେ ତାଙ୍କ ସହ ଆପଣଙ୍କ ସଂପର୍କ ଦୃଢ ହେବ । ଆପଣଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢିବ । ଯାତ୍ରା କରିବାର ଯୋଗ ରହିଛି ।

ମେଷ, ତୁଳା ରାଶି :

ଆପଣ ଆପଣଙ୍କ ବନ୍ଧୁମାନଙ୍କ ପାଇଁ ସମୟ ଦିଅନ୍ତୁ । ଏହି ସମୟରେ କୌଣସି ସ୍ଥାନକୁ ବୁଲିବାକୁ ଯିବାର ଯୋଗ ମଧ୍ୟ ରହିଛି । ପରିବାରଲୋକଙ୍କ ସହ ମଧ୍ୟ ଯାତ୍ରା କରିବାର ଯୋଗ ରହିଛି । ଏହି ସମୟରେ ଆପଣ ଲାଭବାନ୍ ମଧ୍ୟ ହୋଇପାରିବେ । ଶ୍ବଶୁରଘର ପକ୍ଷରୁ ଚିନ୍ତା ବଢିପାରେ । ସନ୍ତାନ ସୁଖ ପ୍ରାପ୍ତି ହୋଇପାରେ ।

ମକର, ମୀନ ରାଶି :

ଏହି ରାଶିର ବ୍ୟକ୍ତିଙ୍କ ଆଗାମୀ ଦିନ ସଫଳତା ପ୍ରଦାନ କରିବ । ଆପଣଙ୍କ ମନ ପ୍ରସନ୍ନ ରହିବ । ସରକାରୀ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିପାରିବ । ଆଚାନକ ଆମଦାନୀର ଅବସର ମିଳିବ । ଘର, ପରିବାର ପାଇଁ ମୂଲ୍ୟବାନ୍ ସାମଗ୍ରୀ କିଣିବାର ଯୋଜନା କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.