Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କେନ୍ଦ୍ର ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନାରେ ବୃଦ୍ଧି ହେଲା ସୁଧର ହାର, ୧୫ ବର୍ଷରେ ମିଳିବ ୭୩ ଲକ୍ଷ ଟଙ୍କା

20/12/2019 at 9:34 PM

ନୂଆଦିଲ୍ଲୀ୨୦/୧୨: କେନ୍ଦ୍ର ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଡିସେମ୍ବର ୧୨ ତାରିଖରୁ ସୁକନ୍ୟା ଯୋଜନାରେ କେନ୍ଦ୍ର ସରକାର ନୂଆ ନୋଟିଫିକେସନ ଜାରି କରିଛନ୍ତି। ଏହା ଏକ ସ୍ମଲ ସେଭିଙ୍ଗ୍‌ ସ୍କିମ୍‌। ଯାହା କି ଝିଅମାନଙ୍କ ଭବିଷ୍ୟତରେ ବହୁତ କାମରେ ଆସିଥାଏ। ଝିଅମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ଓ ବିବାହକୁ ଲକ୍ଷ୍ୟ କରି କେନ୍ଦ୍ର ସରକାର ସୁକନ୍ୟା ଯୋଜନା ଆରମ୍ଭ କରିଥିଲେ।

ଏହି ଯୋଜନାରେ ଝିଅମାନଙ୍କ ନାଁରେ ବର୍ଷକୁ ୧.୫୦ ଲକ୍ଷ ଟଙ୍କା ହିସାବରେ ୧୫ ବର୍ଷ ପର୍ଯ୍ୟନ୍ତ ରଖିପାରିବେ। ୧୫ ବର୍ଷ ପରେ ସୁଧ ସହ ଆପଣଙ୍କୁ ୭୩ ଲକ୍ଷ ଟଙ୍କା ପାଇ ପାରିବେ। ପୂର୍ବରୁ ସୁକନ୍ୟା ଯୋଜନାରେ ୮.୧ ପ୍ରତିଶତ ହାରରେ ସୁଧ ଦିଆଯାଉଥିଲା। କିନ୍ତୁ ଡିସେମ୍ବର ୧୨ ତାରିଖରୁ ସୁଧର ହାର ପରିବର୍ତ୍ତ କରି ୮.୪ ପ୍ରତିଶତକୁ ବୃଦ୍ଧି କରାଯାଇଛି। ସୁକନ୍ୟା ସମୃଦ୍ଧି ଯୋଜନାରେ ସୁଧ ହାର ବୃଦ୍ଧି ହୋଇଛି। ଆୟକର ଆଇନରେ ସେକ୍ସନ ୮୦ସିରେ ସୁକନ୍ୟା ସମୃଦ୍ଧି ଯୋଜନାରେ ଆୟକର ରିହାତି ମିଳିଥାଏ।

 ସୂଚନାଯୋଗ୍ୟ ଯେ  ସୁକନ୍ୟା ସମୃଦ୍ଧି ଯୋଜନାରେ ଗୋଟିଏ କନ୍ୟା ସନ୍ତାନ ପାଇଁ ଗୋଟିଏ ଖାତା ଖୋଲିପାରିବେ। ଯେଉଁ ଘରେ ଦୁଇଟି ଝିଅ ଅଛନ୍ତି ସେମାନେ ସୁକନ୍ୟା ଯୋଜନା​‌ରେ ତିନିଟି ଖାତା ଖୋଲିପାରିବେ। ଝିଅର ବୟସ ୧୮ ବର୍ଷ ହୋଇଗଲେ ମୂଳ ଟଙ୍କାର ୫୦ ପ୍ରତିଶତ ଟଙ୍କା ଉଠାଇ ପାରିବେ। ଝିଅର ବିବାହ କିମ୍ବା ପାଠ ପଢ଼ା ପାଇଁ ସବୁ ଜମା ଟଙ୍କା ଉଠାଇ ପାରିବେ।

 ଦେଶର କୌଣସି ଡାକଘର କିମ୍ବା ବ୍ୟାଙ୍କରେ ସୁକନ୍ୟା ଯୋଜନା ସମୃଦ୍ଧି ଯୋଜନାର ଖାତା ଖୋଲି ପାରିବେ। ଏହି ଯୋଜନାରେ ଖାତା ଖୋଲିବା ପାଇଁ କିଛି ପ୍ରମାଣ ପତ୍ରର ଆବଶ୍ୟକ ରହିଛି। ଝିଅର ଜନ୍ମ ପ୍ରମାଣ ପତ୍ର,  ବାପା-ମାଆଙ୍କ ପ୍ରମାଣ ପତ୍ର ଓ ବାପା-ମାଆଙ୍କ ନାଁରେ ପ୍ରମାଣ ପତ୍ର ନିହାତି ଆବଶ୍ୟକ।

   Related Posts