ଏହି ରାଜ୍ୟରେ ବଦଳିଲା ବାର୍ଦ୍ଧକ୍ୟ ଭତ୍ତା ଯୋଜନା ନିୟମ: କେବଳ ଆବେଦନକାରୀଙ୍କ ନୁହଁ, ପରିବାରର ସଦସ୍ୟଙ୍କ ମାସିକ ଆୟ ଆଧାରରେ ଦିଆଯିବ ଭତ୍ତା

Published By : Prameya-News7 Bureau | October 26, 2019 IST

ନୂଆଦିଲ୍ଲୀ୨୬|୧୦: ସମାଜ କଲ୍ୟାଣ ବିଭାଗ(Social Welfare Department) ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ​‌ ହିତାଧିକାରୀଙ୍କ କ୍ଷେତ୍ରରେ ପରିବର୍ତ୍ତନ ଆଣିଛନ୍ତି। ସୂଚନା ଅନୁସାରେ ଆବେଦନକାରୀଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ମାସିକ ଆୟ ୪ ହଜାରରୁ କମ୍‌ ହୋଇଥିବା ଆବଶ୍ୟକ। ପୂର୍ବ ନିୟମ ଅନୁସାରେ କେବଳ ଆବେଦନକାରୀଙ୍କ ମାସିକ ଆୟ ଚାରି ହଜାରରୁ କମ୍‌ ହୋଇଥି​‌ଲେ ସେମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉଥିଲା।

ହିତାଧିକାରୀଙ୍କ ମାସିକ ଆୟ ଓ ତାଙ୍କ ପରିବାରର ସଦସ୍ୟଙ୍କ ମାସିକ ଆୟ ଆଧାରରେ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦିଆଯିବ। ତହସିଲଦାରଙ୍କ ରିପୋର୍ଟ ଜିଲ୍ଲପାଳଙ୍କ ନିକଟରେ ଦାଖଲ ହେବା ପରେ ଆବେଦନାକର୍ତ୍ତାଙ୍କୁ ଭତ୍ତା ପ୍ରଦାନ କରାଯିବ। ଏହି ନିୟମ ଉତ୍ତରାଖଣ୍ଡରେ ଲାଗୁ କରାଯାଇଛି।

ସୁଚନାଯୋଗ୍ୟ ଯେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି , ଆବେଦନାକର୍ତ୍ତାଙ୍କ ପିଲା ସରକାରୀ ଓ ପ୍ରାଇଭେଟ୍‌ ସେକ୍ଟର ଭଲ ଚାକରି କରିଛନ୍ତି। ପାରିବାରିକ ମାସିକ ଆୟ ୫୦ ହଜାର। କିନ୍ତୁ ସେ ପରିବାରର ବୃଦ୍ଧ ମଧ୍ୟ ଭତ୍ତା ପାଉଛନ୍ତି । ତେବେ ଏବେ ଏଭଳି ପରିବାରରୁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ଭତ୍ତା ମିଳିବ ନାହିଁ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଜିତ୍‌ ସିଂହ ରାଓ୍ବତଙ୍କ କହିବା ଅନୁସାରେ ପାରିବାରିକ ମାସିକ ଆୟ ୪ ହଜାର ବ୍ୟକ୍ତିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.