କେନ୍ଦୁଝର ଓ ସମ୍ବଲପୁର ବିଜେଡି ଜିଲ୍ଲା ସଭାପତିଙ୍କୁ ଅବ୍ୟାହତି, କୁଶ ଆପଟଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର, ଦେବାଶିଷ ହେଲେ କଟକ ଜିଲ୍ଲା ସଭାପତି, ବିମ୍ବାଧର ଶ୍ରମିକ ସାମ୍ମୁଖ୍ୟ ଇନଚାର୍ଜ

Published By : Prameya-News7 Bureau | January 15, 2019 IST

ଭୁବନେଶ୍ବର୧୫|୧: ବିଜୁ ଜନତା ଦଳ ପଦାଧିକାରୀ ସ୍ତରରେ ଅଦଳ ବଦଳ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ଉପ ସଭାପତି ବିମ୍ବାଧର କୁଅଁରଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ଇନଚାର୍ଯ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ମିଳିଛି । ଫଳରେ ଦେବାଶିଷଙ୍କୁ ସାଧାରଣ ସମ୍ପଦକ ପଦରୁ ଅବ୍ୟାହତି ଦିଆଯାଇଛି ।

{"id":74482,"width":592,"height":376}

ଚନ୍ଦ୍ରଶେଖର ସାହୁଙ୍କୁ ଦଳର ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ବିକ୍ରମ ପଣ୍ଡାଙ୍କୁ ସାଧାରଣ ସମ୍ପାଦକ ଭାବେ ନୁଯୁକ୍ତି ଦିଆଯାଇଛି । ଡ. ସସ୍ମିତ ପାତ୍ରଙ୍କୁ ସଂପାଦକ(ସଂଖ୍ୟାଲଘୁ ସେଲ)ଭାବେ ନିଯୁକ୍ତି ଦିଆଯାଇଛି ।ସେହିଭଳି  ଅଶୋକ ବଳ, ସଂଗ୍ରାମ କେଶରୀ ପଇକରାୟ, ପ୍ରମୋଦ କୁମାର ସାହୁ, ଆଶିଷ ଚକ୍ରବର୍ତ୍ତି, ରବି ସାମଲ, ତପନ ଦାସ, ଟି. ପ୍ରସାଦ ରାଓ ଦୋରାଙ୍କୁ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି ।

{"id":74483,"width":594,"height":340}

ଆଶିଷ ଚକ୍ରବର୍ତ୍ତିଙ୍କୁ କେନ୍ଦୁଝର ଜିଲ୍ଲା ସଭାପତି ପଦରୁ ଅବ୍ୟାହତି ଦିଆଯାଇଛି । ସେହିପରି ଦଳର ସମ୍ବଲପୁର ଜିଲ୍ଲା ସଭାପତି ପଦରୁ ପ୍ରମୋଦ କୁମାର ରଥଙ୍କୁ ଅବ୍ୟାହତି ଦିଆଯାଇଛି । ସ୍ଥାନୀୟ ବିଧାୟକଙ୍କ ଅଭିଯୋଗ କ୍ରମେ ପ୍ରୋମଦ ରଥଙ୍କୁ ସଭାପତି ପଦରୁ ବହିଷ୍କାର କରାଯାଇଥିବା ଆଲୋଚନା ହେଉଛି ।

ବିମ୍ବାଧର ବିଶ୍ବାଳଙ୍କୁ ଦଳର କେନ୍ଦୁଝର ସଭାପତି ଭାବେ ନିଯୁକ୍ତ କରାଯାଇଛି । ତେବେ ରୀନା ବାରିକଙ୍କୁ କେନ୍ଦୁଝର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ ନିଯୁକ୍ତ କରାଯାଇଛି । ମହମ୍ମଦ ସକିଲଙ୍କୁ ମସାଲେପୁର ଏବଂ ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳିର ସହ ପର୍ଯ୍ୟବେକ୍ଷକଭାବେ ନିଯୁକ୍ତି ମିଳିଥିବାବେଳେ ମନୋହର ରନ୍ଧାରୀ  ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳିର ସହ ପର୍ଯ୍ୟବେକ୍ଷକଭାବେ ନିଯୁକ୍ତ ହୋଇଛନ୍ତି ।ପ୍ରିତମ ମେହେରଙ୍କୁ ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳିର ସହ ପର୍ଯ୍ୟବେକ୍ଷକ, ଶିବ ପଟ୍ଟନାୟକଙ୍କୁ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନଣଣ୍ଡଳିର ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାନସଭା ନିର୍ବାଚନମଣ୍ଡଳିର କୁଶ ଆପଟ ଏବଂ ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ରଂଜନ କୁମାର ଖଣ୍ଡୁଆଳ ଏବଂ ରମା ଖଣ୍ଡୁଆଳଙ୍କ ନିଲମ୍ବନ ଆଦେଶ ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରତ୍ୟାହାର କରିନେଇଥିବା ଦଳର ଗଣ ମାଧ୍ୟମ ସଂଯୋଜକ ମାନସ ମଙ୍ଗରାଜ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.