Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ପ୍ୟାନ ଓ ଆଧାର କାର୍ଡର ୧୦ଟି ନିୟମ ବଦଳିଲା, ପ୍ୟାନ କାର୍ଡ ବଦଳରେ ଏହି ସ୍ଥାନରେ ବ୍ୟବହାର କରିପାରିବେ ଆଧାର କାର୍ଡ, ଜାଣନ୍ତୁ ସମ୍ପୂର୍ଣ୍ଣ ନିୟମ

20/09/2019 at 1:02 PM

ନୂଆଦିଲ୍ଲୀ୨୦|୯: କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଧାର କାର୍ଡ, ଟଙ୍କା ଉଠାଇବା, ଟଙ୍କା ପୈଠ କରିବା ଓ ଆଇଟିଆର ଫିଲିଂ ଉପରେ ନିୟମ ପରିବର୍ତ୍ତନ କରିଛନ୍ତି। ଡିଜିଟାଲ ଇଣ୍ଡିଆ ଆହୁରି କିପରି ଶକ୍ତିଶାଳୀ ହେବ ସେହି ଦିଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୃଷ୍ଟି ଦେଉଛନ୍ତି।

ପ୍ୟାନ କାର୍ଡ ଓ ଆଧାର କାର୍ଡ ଅନ୍ତର୍ଗତ ୧୦ଟି ନିୟମ…

୧- ବଜେଟ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ଯେଉଁ ବ୍ୟକ୍ତିଙ୍କ ପାଖରେ ପ୍ୟାନ କାର୍ଡ ନାହିଁ। ସେମାନେ ଆଧାର କାର୍ଡ ଦେଖାଇ ଟାକ୍ସ ରିଟର୍ନ ଫାଇଲ କରି ପାରିବେ।

୨- ୧୦ ଲକ୍ଷ ଟଙ୍କାର ସମ୍ପତ୍ତି କିଣିବା ବେଳେ ପ୍ୟାନ କାର୍ଡ ବଦଳରେ ଆଧାର ନମ୍ବର ବ୍ୟବହାର କରି ପାରିବେ।

୩- ବ୍ୟାଙ୍କରେ ୫୦ ହଜାରରୁ ଅଧିକା ଟ୍ରାଞ୍ଜାକ୍ସନ କରିବା ବେଳେ ପ୍ୟାନ ନମ୍ବର ବଦଳରେ ଆଧାର ନମ୍ବର ବ୍ୟବହାର କରିପାରିବେ।

୪- ଚାରି ଚକିଆ ଯାନ କିଣିବା ବେଳେ ପ୍ୟାନ ନମ୍ବର ବଦଳରେ ଆଧାର ନମ୍ବର ସୋ ରୁମ୍‌ରେ ବ୍ୟବହାର କରିପାରିବେ।

୫- ଏବେ କ୍ରେଡିଟ କାର୍ଡ ଆବେଦନ କରିବା ଲାଗି ପ୍ୟାନ ନମ୍ବର ବଦଳରେ ଆଧାର ନମ୍ବର ବ୍ୟବହାର କରି ପାରିବେ।

୬-  ୨ ଲକ୍ଷ ଟଙ୍କାର ଅଳଙ୍କାର କିଣିବା ବେଳେ ପ୍ୟାନ କାର୍ଡ ବଦଳରେ ଆଧାର କାର୍ଡ ନମ୍ବର ବ୍ୟବହାର କରି ପାରିବେ।

୭- ଲିଷ୍ଟେଡ୍ ହୋଇ ନଥିବା କମ୍ପାନୀର ୧ ଲକ୍ଷ ଟଙ୍କାର ଶେୟାର କିଣିବା ଲାଗି ପ୍ୟାନ କାର୍ଡ ବଦଳରେ ଆଧାର କାର୍ଡ ନମ୍ବର ବ୍ୟବହାର ହୋଇପାରିବେ।

୮-  ଜୀବନ ବୀମା କମ୍ପାନୀରେ ପ୍ରିମିୟମ ଆକାରରେ ବର୍ଷକୁ ୫୦ ହଜାର ଟଙ୍କା ପୈଠ କରିବା ଲାଗି ପ୍ୟାନ ନମ୍ବର ବଦଳରେ ଆଧାର ନମ୍ବର ବ୍ୟବହାର ହୋଇପାରିବ।

୯- ମ୍ୟୁଚୁଆଲ ଫଣ୍ଡ ନି​‌ବେଶ କିମ୍ବା ଶେୟାର କିଣି, ବିକ୍ରି କରିବା ଲାଗି ପ୍ୟାନ ନମ୍ବର ବଦଳରେ ଆଧାର ନମ୍ବର ବ୍ୟବହାର କରିପାରିବେ।

୧୦-  ହୋଟେଲ ବିଲ ବାବଦକୁ ୫୦ ହଜାର ଟଙ୍କା ପେମେଣ୍ଟ କରିବା ଲାଗି ପ୍ୟାନ ନମ୍ବର ବଦଳରେ ଆଧାର ନମ୍ବର ବ୍ୟବହାର କରିପାରିବ।
ଆଧାର କାର୍ଡରେ ପ୍ୟାନ କାର୍ଡ କିପରି ଲିଙ୍କ୍‌ କରିବେ ଜାଣନ୍ତୁ..

ଆଧାର କାର୍ଡରେ ପ୍ୟାନ କାର୍ଡ ଲିଙ୍କ୍ କରିବା ଲାଗି ଯେଉଁ ସାଇଟ୍ ପ୍ରଯୁଜ୍ୟ ସେହି ସାଇଟ୍‌କୁ ପ୍ରଥମେ ଯାଆନ୍ତୁ। ଯଦି ଆପଣ ପ୍ରଥମ ଥର ଲଗ୍ଇନ କରୁଥିବେ ତେବେ ରେଜିଷ୍ଟର (Register Here )ଉପରେ କ୍ଲିକ୍ କରନ୍ତୁ। ପ୍ୟାନ ଡିଟେଲ୍ସ ଦେଖି ଓଟିପି ଭେରିଫିକେସନ କରିବା ପରେ ନିଜର ପାସଓ୍ବାର୍ଡ ତିଆର କରନ୍ତୁ।

  • ୟୁଜର ଆଇଡିରେ ନିଜର ପ୍ୟାନ ନମ୍ବରକୁ ଲେଖନ୍ତୁ। ପାସଓ୍ବାର୍ଡ ଓ ଆବଶ୍ୟକୀୟ ପ୍ରମାଣପତ୍ର ଲେଖିବା ପରେ ଲଗ୍ଇନ କରନ୍ତୁ।
  • ଏହା କଲେ ପରେ ଗୋଟେ ନୂଆ ପେଜ ଖୋଲିଯିବ। ଯାହାଦ୍ବାରା ଆପଣଙ୍କ ଆଧାର କାର୍ଡରେ ପ୍ୟାନ କାର୍ଡକୁ ଲିଙ୍କ କରିପାରିବେ।
  • ଆଧାର ନମ୍ବର ଓ ଆବଶ୍ୟକ ପ୍ରମାଣ ପତ୍ର ଦେବା ପରେ ଲିଙ୍କ୍‌ ନାଓ(Link Now )ଉପରେ କ୍ଲିକ କରନ୍ତୁ।
  • ଏହା ପରେ ପ୍ୟାନ କାର୍ଡରେ ଆଧାର କାର୍ଡ ଲିଙ୍କ୍ ହୋଇଯିବ।

   Related Posts