ଆଜିଠୁ ବଦଳୁଛି ଏଟିଏମ୍ ଏବଂ ହ୍ବାଟସଆପ୍ ସହ ଜଡ଼ିତ ଏହି ୪ଟି ନିୟମ : ଜାଣନ୍ତୁ ଆପଣଙ୍କୁ ଫାଇଦା ହେବ ବା କ୍ଷତି

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ ୧/୨: ଆମେ ଆଜି ଆପଣଙ୍କୁ ଏପରି କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ବିଷୟରେ କହିବାକୁ ଯାଉଛୁ , ଯାହା ଆଜିଠୁ ଲାଗୁ ହୋଇଯାଇଛି। ଏଗୁଡ଼ିକରେ ବନ୍ଦ ହେଉଥିବା ଏଲଆଇସିର ୨୩ଟି ଯୋଜନା,ବ୍ୟାଙ୍କ କର୍ମଚାରୀଙ୍କ ହରତାଳ,ହ୍ବାଟସଆପ୍,ଏଟିଏମ୍ କାର୍ଡ଼ ସହ ଜଡ଼ିତ ଗୁରୁତ୍ବପୂର୍ଣ୍ଣ ସୂଚନା ଆଦି ସାମିଲ ରହିଛି। ଏହି ନୂଆ ନିୟମ ଯୋଗୁଁ ଆପଣଙ୍କୁ କେତେକ କ୍ଷେତ୍ରରେ ଆଶ୍ବସ୍ତି ମିଳିବ କିନ୍ତୁ ଯଦି ଆପଣ କେ​ତେକ କଥା ପ୍ରତି ଧ୍ୟାନ ନ ରଖିଲେ ତେବେ ଆପଣଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ଆସନ୍ତୁ ଜାଣିବା ଏହି ପରିବର୍ତ୍ତନ ଗୁଡ଼ିକ ବିଷୟରେ

{"id":218654,"width":592,"height":417,"sizeSlug":"large"}

ହ୍ବାଟସଆପ୍ ଆଜିଠୁ ଲକ୍ଷ ଲକ୍ଷ ସ୍ମାର୍ଟଫୋନରେ ନିଜ ସେବା ବନ୍ଦ କରି ଦେଇଛି। ଏପରି ପରିସ୍ଥିତିରେ ପୁରୁଣା ଅପରେଟିଙ୍ଗ୍ ସିଷ୍ଟମ୍ ଥିବା ସ୍ମାର୍ଟଫୋନ୍ ୟୁଜର୍ସଙ୍କୁ ଜାନୁୟାରୀ ୩୧ତାରିଖ ସୁଦ୍ଧା ନୂଆ ସ୍ମାର୍ଟଫୋନ୍ କିଣିବାକୁ ସମୟ ମିଳିଥିଲା। ଫେବୃୟାରୀ ୧ତାରିଖ ଅର୍ଥାତ୍ ଆଜିଠୁ ହ୍ବାଟସଆପ୍ ଆଣ୍ଡ୍ରଏଡର ୨.୩.୭ ସ୍ମାର୍ଟଫୋନ୍ ଏବଂ ଆଇଓଏସ୍ ୭ ଆଇଫୋନ୍ ରେ ହ୍ବାଟସଆପ୍ କାମ କରିବ ନାହିଁ। କମ୍ପାନୀ କହିଛି ଯେ ତାଙ୍କର ଏହି ନିଷ୍ପତ୍ତିର ପ୍ରଭାବ ଅଧିକ ୟୁଜରଙ୍କ ଉପରେ ପଡ଼ିବ ନାହିଁ,କାରଣ ପ୍ରାୟତଃ ୟୁଜରଙ୍କ ପାଖରେ ନୂଆ ଫୋନ୍ ରହିଛି। କମ୍ପାନୀ ଆହୁରି ମଧ୍ୟ କହିଛି ଯେ ଆଣ୍ଡ୍ରଏଡର କିଟକ୍ୟାଟ୍ ଅର୍ଥାତ୍ ୪.୦.୩ ଭର୍ସନ୍ କିମ୍ବା ଏହାର ଉପର ଭର୍ସନ ଥିବା ସ୍ମାର୍ଟଫୋନରେ ହ୍ବାଟସଆପର ସପୋର୍ଟ ମିଳିବ। କିନ୍ତୁ ଏହା ତଳ ଭର୍ସନ ଥିବା ସ୍ମାର୍ଟଫୋନ୍ ୟୁଜର ହ୍ବାଟସଆପର ବ୍ୟବହାର କରିପାରିବେ ନାହିଁ। ଏହା ପୂର୍ବରୁ କମ୍ପାନୀ ସୈବିୟାନ୍ ଏସ୬୦ରେ ଜୁନ୍ ୩୦ ୨୦୧୭,ବ୍ଲାକବେରି ଓଏସ୍ ଏବଂ ବ୍ଲାକବେରି ୧୦ରେ ଡିସେମ୍ବର ୩୧ ୨୦୧୭ ,ନୋକିଆ ଏସ୪୦ରେ ଡିସେମ୍ବର ୩୧ ୨୦୧୮ପରଠୁ ସପୋର୍ଟ ବନ୍ଦ କରି ଦିଆଯାଇଛି।

{"id":218655,"width":589,"height":415,"sizeSlug":"large"}

ଯଦି ଆପଣ ଭାରତୀୟ ଜୀବନ ବୀମା ନିଗମ ଅର୍ଥାତ୍ ଏଲଆଇସିର କୌଣସି ଯୋଜନା ନେବାକୁ ବିଚାର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏଲଆଇସି ଜାନୁୟାରୀ ୩୧ ୨୦୨୦ପରେ ପାଖାପାଖି ଦୁଇ ଡର୍ଜନ ପ୍ଲାନ୍ ବନ୍ଦ କରି ଦେଇଛି।

{"id":218656,"width":591,"height":409,"sizeSlug":"large"}

ଡାକ ବିଭାଗ ଜମା ଖାତାଧାରକଙ୍କଠୁ ନିଜର ମୋବାଇଲ୍ ନମ୍ବର ଅପଡେଟ୍ କରିବା ଏବଂ ଜାନୁୟାରୀ ୩୧ତାରିଖ ସୁଦ୍ଧା ମ୍ୟାଗ୍ନେଟିକ୍ ଏଟିଏମ୍ କାର୍ଡ଼କୁ ନୂଆ ଇଏମବି ଚିପରେ ବଦଳିବାକୁ ନିର୍ଦେଶ ଦେଇଥିଲା। ମ୍ୟାଗ୍ନେଟିକ୍ କାର୍ଡ଼ ତୁଳନାରେ ଇଏମବି ଇଏମବି ଚିପ୍ ଥିବା କାର୍ଡ଼ ଅଧିକ ସୁରକ୍ଷିତ। ଏପରି ନକରିବା ଦ୍ବାରା ତାଙ୍କ କାର୍ଡ଼ ବ୍ଲକ୍ ହୋଇପାରେ।

{"id":218657,"width":594,"height":488,"sizeSlug":"large"}

ଯଦି ଆପଣ ବ୍ୟାଙ୍କ କାମ ସାରିବା ବିଷୟରେ ଭାବୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଆଜିଠୁ ୩ଦିନ ଯାଏଁ ବ୍ୟାଙ୍କ ବନ୍ଦ ରହିବ। ଜାନୁୟାରୀ ୩୧ତାରିଖଠୁ ବ୍ୟାଙ୍କ ୟୁନିଅନ ଦୁଇ ଦିନର ହରତାଳ କରିବାର ଘୋଷଣା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.