ବଦଳିଲା ଏୟାର ଇଣ୍ଡିଆ ଟେଣ୍ଡର ସର୍ତ୍ତାବଳୀ: ହରଦୀପ ସିଂପୁରୀ

Published By : Prameya-News7 Bureau | October 29, 2020 IST

ନୂଆଦିଲ୍ଲୀ ୨୯।୧୦: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂପୁରୀ ଏୟାର ଇଣ୍ଡିଆର ଟେଣ୍ଡର ସର୍ତ୍ତ ପରିବର୍ତ୍ତନ ହୋଇଥିବା ଗୁରୁବାର ସୂଚନା ଦେଇଛନ୍ତି। ଏବେ ଏଣ୍ଟରପ୍ରାଇଜ୍ ମୂଲ୍ୟରେ ଟେଣ୍ଡର ଆହ୍ୱାନ କରାଯାଇଥିବା ପୁରୀ କହିଛନ୍ତି। ଏ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଦେଶରେ କରୋନା ସଂକ୍ରମଣ ଯୋଗୁ ପରିସ୍ଥିତିରେ ଦ୍ରୁତ ପରିବର୍ତ୍ତନ ହୋଇଛି। ଏଣୁ ପରିବର୍ତ୍ତିତ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ବଦଳାଯାଇଥିବା କେନ୍ଦ୍ର ବିମାନ ମନ୍ତ୍ରାଳୟ ସଚିବ ପ୍ରଦୀପ ଖରୋଲା କହିଛନ୍ତି।

{"id":353024,"sizeSlug":"large"}

ସଚିବ କହିଛନ୍ତି ଯେ ନୂଆ ସର୍ତ୍ତରେ ଏବେ ଆବେଦନକାରୀଙ୍କୁ ଏୟାର ଇଣ୍ଡିଆର କେତେ ଋଣର ଦାୟିତ୍ୱ ନେଇପାରିବେ ସେନେଇ ଟେଣ୍ଡରରେ ସୂଚିତ କରିବାକୁ ପଡିବ। ସରକାରୀ ବିମାନ କମ୍ପାନୀ ବିକ୍ରୟ ଲାଗି ସର୍ତ୍ତ ପରିବର୍ତ୍ତନ ପରେ ଏବେ ଏୟାର ଇଣ୍ଡିଆ କିଣିବା ଲାଗି ଆଗ୍ରହୀ କମ୍ପାନୀଙ୍କ ଲାଗି ଟେଣ୍ଡର ପକାଇବାର ସମୟ ସୀମା ମଧ୍ୟ ବୃଦ୍ଧି କରାଯିବ। ଏଥିଲାଗି ହୁଏତ ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଅଧିକ ସମୟ ମିଳିପାରେ।

{"id":353026,"sizeSlug":"large"}

ଏୟାର ଇଣ୍ଡିଆ ଋଣ ପରିମାଣକୁ ନେଇ ସରକାର ଏବେ ନିୟମ କୋହଳ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଏବେ ଏୟାର ଇଣ୍ଡିଆ ଲାଗି ଟେଣ୍ଡର ଜମା କରିବାର ଶେଷ ତାରିଖ ଅକ୍ଟୋବର ୩୦ ତାରିଖ ରହିଛି। ତେବେ ସ୍ୱତନ୍ତ୍ର ବିକଳ୍ପ ବ୍ୟବସ୍ଥାରେ ଏହି ସମୟ ସୀମାକୁ ଡିସେମ୍ବର ୧୪ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ। ଏୟାର ଇଣ୍ଡିଆର ବିକ୍ରୟ ଲାଗି ଗତ ଜାନୁୟାରୀରେ ଲେଟର ଅଫ ଇଣ୍ଟ୍ରେଷ୍ଟ ଜାରି ହୋଇଥିଲା। ଯେଉଁଥିରେ ୩୧ ମାର୍ଚ୍ଚ ୨୦୧୯ ସୁଦ୍ଧା ଏୟାର ଇଣ୍ଡିଆର ଋଣ ପରିମାଣ ୬୦୭୪ କୋଟି ଟଙ୍କାରେ ପହଞ୍ଚିଥିବା ସୂଚିତ କରାଯାଇଥିଲା।

ତେବେ ବିମାନ କମ୍ପାନୀ କ୍ରୟ ଲାଗି ଆଗ୍ରହୀ ଟେଣ୍ଡର ଦାତାଙ୍କୁ ୨୩,୨୮୬.୫ କୋଟି ଟଙ୍କାର ଋଣ ଭାର ବହନ କରିବାକୁ ପଡିବ। ବାକି ଋଣ ଏୟାର ଇଣ୍ଡିଆ ଆସେଟ୍ ହୋଲ୍ଡିଂସ( ଏଆଇଏଏଚଏଲ) ଙ୍କ ଉପରେ ନ୍ୟସ୍ତ ରହିବ। ସରକାରୀ ବିମାନ କମ୍ପାନୀ ବିକ୍ରି ସହ ଏଥିରେ ଥିବା ସରକାର ତାଙ୍କର ସମସ୍ତ ଭାଗିଦାରୀ ବିକ୍ରି କରିଦେବେ। ଏଥିରେ ଏୟାର ଇଣ୍ଡିଆ ସହ ଏହାର ଅନୁଷଙ୍ଗି ଏୟାର ଇଣ୍ଡିଆ ଏକ୍ସପ୍ରେସ ଲିମିଟେଡର ଶତପ୍ରତିଶତ ଓ ଏୟାର ଇଣ୍ଡିଆ ଏଏଟିଏସ୍ ଏୟାରପୋର୍ଟ ସର୍ଭିସେସ ପ୍ରାଇଭେଟ ଲିମିଟେଡର ୫୦ ପ୍ରତିଶତ ଭାଗିଦାରୀ ମଧ୍ୟ ବିକ୍ରି ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.