ବାସ୍ତୁ ଅନୁସାରେ ଆପଣଙ୍କୁ ଯଦି ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଆଣିବାକୁ ଚାହାନ୍ତି ତ ପ୍ରଥମାଙ୍ଗୁଷ୍ଠୀ ବା ବୃଦ୍ଧାଙ୍ଗୁଳିରେ ଲଗାନ୍ତୁ ରୂପାର ରିଂ। ସାମୁଦ୍ରିକ ଶାସ୍ତ୍ର ବା ହସ୍ତରେଖା ଶାସ୍ତ୍ରରେ ବୃଦ୍ଧାଙ୍ଗୁଳିକୁ ଶୁକ୍ରଙ୍କ ସହ ସମ୍ବଦ୍ଧିତ କରିଦେଖାଯାଏ। ଏଣୁ ଶୁକ୍ରଙ୍କ କାରକ ଧାତୁ ରୌପ୍ୟ ବୃଦ୍ଧାଙ୍ଗୁଳିରେଲଗାଇଲେ ବ୍ୟକ୍ତିକୁ ଏହାର ଶୁଭ ଫଳ ମିଳିବାକୁ ଲାଗିଥାଏ। ତେବେ ଆସନ୍ତୁ ଏ ସମ୍ପର୍କରେ ବିସ୍ତୃତ ଚର୍ଚ୍ଚା କରିବା।
{"id":154803,"width":574,"height":574}ଜାତକରେ ଶୁକ୍ରଙ୍କ ମିତ୍ର ଓ ଶତ୍ରୁ ଗ୍ରହଙ୍କ ଅନୁସାରେ ବ୍ୟକ୍ତିକୁ ଶୁଭାଶୁଭ ଫଳ ମିଳେ। ଶନି, ବୁଦ୍ଧ ଓ ରାହୁ ଗ୍ରହ ଶୁକ୍ରଙ୍କର ମିତ୍ର ଗ୍ରହ ବୋଲି ଜ୍ୟୋତିଷରେ ଆକଳନ କରାଯାଇଛି। ଏମାନଙ୍କ ସ୍ଥିତି ଖରାପ ହେଲେ ବ୍ୟକ୍ତିଙ୍କୁ ଧନ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ସେହିପରି ମଙ୍ଗଳ ଓ ବୃହସ୍ପତ୍ତିଙ୍କ ସ୍ଥିତି ମଧ୍ୟ ଶୁକ୍ରଙ୍କ ପ୍ରଭାବ ଲାଗି ଦାୟି ହୋଇଥାନ୍ତି।
{"id":154804}ଚନ୍ଦ୍ରମା ଓ ସୂର୍ଯ୍ୟଙ୍କୁ ଶୁକ୍ରଙ୍କର ଶତ୍ରୁ ଗ୍ରହ ବୋଲି ମନେ କରାଯାଏ। ଏଣୁ ଏହି ଦୁଇ ଗ୍ରହ ଯଦି ଜାତକରେ ନିଚ ହୁଅନ୍ତି ତେବେ ଶୁକ୍ର ବି ନିଚ ହୋଇଯାଏ। ଏଭଳି ପରିସ୍ଥିତି ଉପୁଜିଲେ ମଣିଷର ଉନ୍ନତି ମାର୍ଗ ଅଟକି ଯାଏ। ଏଣୁ ବୃଦ୍ଧାଙ୍ଗୁଷ୍ଠି ସମ୍ପର୍କିତ ଏହି ଜ୍ୟୋତିଷୀୟ ଉପାୟ ଆପଣଙ୍କୁ ହୁଏତ ସୁଖ ସୁବିଧାରେ ପରିପୂର୍ଣ୍ଣ ଜୀବନ ଦେଇପାରେ ଓ ଆପଣଙ୍କ ଭାଗ୍ୟରେ ସୁଧାର ହୁଏତ ଆଣିପାରେ।