Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ଭୁଲ୍, ଶୁଣାଣି ବେଳେ ଯୋଧା-ଆକବରଙ୍କ ଉଦାହରଣ ଦେଲେ ହାଇକୋର୍ଟ

3/08/2021 at 6:43 PM

ପ୍ରୟାଗରାଜ ୦୩।୦୮: ଉତ୍ତର ପ୍ରଦେଶରେ ବଢୁଥିବା ଲଭ ଜିହାଦ ମାମଲାର ପୂରା ଘଟଣାକ୍ରମରେ ଏବେ ଆକବର ଓ ଯୋଧାବାଇଙ୍କ କାହାଣୀର ଏଣ୍ଟ୍ରି ହୋଇଛି। ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ କେବଳ ବିବାହ ପାଇଁ ଧର୍ମ ପରବିର୍ତ୍ତନ କରାଯିବା ଉପରେ ଚିନ୍ତା ପ୍ରକାଶ କରିଛନ୍ତି।

ଏହି ମାମଲାର ଶୁଣାଣି ସମୟରେ ଆହ୍ଲାବାଦ ହାଇକୋର୍ଟ ମୋଗଲ ବାଦଶାହା ଆକବର ଓ ଯୋଧାବାଇଙ୍କ ବିବାହର ଉଦାହରଣ ଦେଇ ଧର୍ମ ପରିବର୍ତ୍ତନରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ, ଆକବର-ଯୋଧାବାଇଙ୍କ ବିବାହରୁ ଉଚିତ୍ ଶିକ୍ଷା ନେଇ ଧର୍ମ ପରିବର୍ତ୍ତନ ପରି ଅନାବଶ୍ୟକ କାମରୁ ବଞ୍ଚିତ ହୁଅନ୍ତୁ।

ବିଚାରପତି ନିଜ ଟିପ୍ପଣୀରେ କହିଥିଲେ ଯେ, ଆକବର-ଯୋଧାବାଇ ବିନା ଧର୍ମ ପରିବର୍ତ୍ତନରେ ବିବାହ କରିଥିଲେ। ପରସ୍ପରକୁ ସମ୍ମାନ କରୁଥିଲେ ଏବଂ ଧାର୍ମିକ ଭାବନାକୁ ମଧ୍ୟ ଆଦର କରୁଥିଲେ। ଧର୍ମ ଉଭୟଙ୍କ ସଂପର୍କରେ କେବେ ବାଧକ ସାଜିନଥିଲା କି ଫାଟ ସୃଷ୍ଟି କରିନଥିଲା।

ଉତ୍ତର ପ୍ରଦେଶର ଏଟା ଜିଲ୍ଲାର ନିବାସୀ ଜାଭେଦଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ଉପରୋକ୍ତ ଟିପ୍ପଣୀ କରିଛନ୍ତି। ଅଦାଲତ କହିଛନ୍ତି ଧର୍ମ ଆସ୍ଥାର ବିଷୟ ଏବଂ ଏହା ଆପଣଙ୍କ ଜୀବନ ଶୈଳୀକୁ ଦର୍ଶାଇଥାଏ।

ହାଇକୋର୍ଟ କହିଛନ୍ତି, ଈଶ୍ଵରଙ୍କ ପ୍ରତି ଆସ୍ଥା ଦେଖାଇବା ପାଇଁ କୌଣସି ସ୍ଵତନ୍ତ୍ର ପୂଜା ପଦ୍ଧତି କରିବା ଆବଶ୍ୟକ ନୁହେଁ। ବିବାହ  ପାଇଁ ସମାନ ଧର୍ମ ହେବା କଦାପି ଜରୁରୀ ନୁହେଁ। ତେଣୁ କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରାଯିବା ସଂପୂର୍ଣ୍ଣ ଭୁଲ୍ ଅଟେ।

ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି, ଏହି ଧରଣର ଧର୍ମ ପରିବର୍ତ୍ତନରେ ଧର୍ମ ପ୍ରତି କୌଣସି ଆସ୍ଥା ରହିନଥାଏ। ଧର୍ମ ପରିବର୍ତ୍ତନ ନିଷ୍ପତ୍ତି ସର୍ବଦା ଚାପ, ଭୟ ଏବଂ ପ୍ରଲୋଭନରେ ନିଆଯାଇଥାଏ। କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ଭୁଲ୍ ଅଟେ ଏବଂ ଏହାର କୌଣସି ସାମ୍ବିଧାନିକ ମାନ୍ୟତା ମଧ୍ୟ ନାହିଁ।

ନିଜ ନିଷ୍ପତ୍ତିରେ କଠୋର ଟିପ୍ପଣୀ କରି ବିଚାରପତି କହିଛନ୍ତି, ବ୍ୟକ୍ତିଗତ ଫାଇଦା ପାଇଁ କରାଯାଉଥିବା ଧର୍ମ ପରିବର୍ତ୍ତନ କେବଳ ବ୍ୟକ୍ତିକୁ କ୍ଷତି ପହଞ୍ଚାଇନଥାଏ ବରଂ ଏହା ଦେଶ ଓ ସମାଜ ପାଇଁ ଘାତକ  ହୋଇଥାଏ। ଏହି ଧରଣର ଧର୍ମ ପରିବର୍ତ୍ତନ ଘଟଣାରେ ଧର୍ମର ଠିକାଦାରଙ୍କୁ ଶକ୍ତି ମିଳିଥାଏ। ଏଥିରେ ବିଘଟନକାରୀଙ୍କୁ ପ୍ରୋତ୍ସାହନ ମିଳିଥାଏ।

କଣ ମାମଲା

ସୂଚନା ଅନୁଯାୟୀ, ଏଟା ଜିଲ୍ଲାର ଜାଭେଦ ହିନ୍ଦୁ ଯୁବତୀଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଇ ବିବାହ କରିଥିଲା। ପରେ ଯୁବତୀଙ୍କ ଧର୍ମ ପରିବର୍ତ୍ତନ ପାଇଁ କାଗଜରେ ଦସ୍ତଖତ କରାଇ ନିଆଯାଇଥିଲା। ପରେ ଯୁବତୀ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ନିଜ ସହିତ ହୋଇଥିବା ଠକାମୀ ଘଟଣା ବର୍ଣ୍ଣନା କରିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ଜାଭେଦକୁ ଗିରଫ କରି ଜେଲ୍ ପଠାଇ ଦେଇଥିଲା। ଏବେ ଜାଭେଦଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଛନ୍ତି।

   Related Posts