Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଜୋର ଧରିଲା ପୁରୀ ସହ ନାମ ଯୋଡା ରାଜନୀତି: ଏମିତି ମତ ରଖିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ବିଚାର କରିବେ ରାଜ୍ୟ ସରକାର !

6/11/2021 at 8:06 PM

ପୁରୀ ୦୬।୧୧: ପୁରୀର ନାମ ପରିବର୍ତ୍ତନ କରାଯାଇ ଶ୍ରୀଜଗନ୍ନାଥ ଧାମ ପୁରୀ ରଖିବାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହୋଇଥିବା ବେଳେ ନାମ ପରିବର୍ତ୍ତନ ନୁହେଁ ବରଂ ନାମ ଯୋଡିବା ପାଇଁ ଶ୍ରୀଜଗନ୍ନାଥ ସେନା ଦାବି କରିଛି। ଏନେଇ ଆଜି ରାଜ୍ୟ ସରକାରଙ୍କ ୫ଟି ସଚିବ ଭି.କେ ପାଣ୍ତିଆନ ଓ ପୁରୀ ପୀଠ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ  ସେନା ପକ୍ଷରୁ ଏକ ଦାବି ପତ୍ର ଦିଆଯାଇଛି। ସେପଟେ ରାଜ୍ୟ ସରକାର ଏନେଇ ବିଚାର ବିମର୍ଶ କରି ଉଚିତ ପଦକ୍ଷେପ ନେବେ ଜିଲ୍ଲା ବିଜେଡି ନଗର ସଭାପତି କହିଛନ୍ତି। ସେପଟେ ବିଶ୍ଵରେ ପୁରୀକୁ ଜଗନ୍ନାଥଙ୍କ ନାମରେ ସମସ୍ତେ ଜାଣିଥିବା ବେଳେ ଆଉ ଏଥିରେ କୌଣସି ପରିବର୍ତ୍ତନ କି ନାଁ ଯୋଡିବା ଆବଶ୍ୟକ ନୁହେଁ ବୋଲି ମତ ରଖିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ।

ପୁରୀର ନାମ ପରିବର୍ତ୍ତନ କରାଯାଇ ଶ୍ରୀଜଗନ୍ନାଥ ଧାମ ପୁରୀ ଭାବେ ନାମକରଣ ନେଇ ଏବେ ବିଭିନ୍ନ ସ୍ତରରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ପୁରୀ ନାମକୁ ଶ୍ରୀଜଗନ୍ନାଥ ଧାମ ପୁରୀ ଭାବେ ନାମକରଣ କରିବା ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆଜି ରାଜ୍ୟ ସରକାର ଙ୍କ 5ଟି ସଚିବ ଭି.କେ ପାଣ୍ତିୟାନ ଙ୍କୁ ଏକ ଦାବି ପତ୍ର ଦିଆଯାଇଛି। ଆଜି ସକାଳେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୁରୀରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ ସେବାୟତଙ୍କ ସହ ଆଲୋଚନା କରିଥିଲେ 5ଟି ସଚିବ ଭି. କେ ପାଣ୍ତିଆନ। ତେବେ 5ଟି ସଚିବଙ୍କୁ ଭେଟି ପୁରୀର ନାମ ଶ୍ରୀଜଗନ୍ନାଥ ଧାମ ପୁରୀ ରଖିବା ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏକ ଦାବି ପତ୍ର ଦିଆଯାଇଥିଲା।

ସେହିପରି ସେନା ପକ୍ଷରୁ ଆଜି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଙ୍କୁ ମଧ୍ୟ ଏନେଇ ଏକ ସ୍ମାରକ ପତ୍ର ଦିଆଯାଇଥିଲା। ବିଶ୍ବରେ ପୁରୀ କୁ ଜଗନ୍ନାଥ ପୁରୀ ନାମରେ ହିଁ ସମସ୍ତ ଭକ୍ତ ଜାଣନ୍ତି। ଯଦି କୌଣସି ସଙ୍ଗଠନ ପୁରୀ ର ନାମ ପରିବର୍ତ୍ତନ କିମ୍ବା ଯୋଡିବା ପାଇଁ ଦାବି କରୁଛନ୍ତି ସେଥିରେ ମୋର କୌଣସି ଆପତ୍ତି ନାହିଁ। ଏହାକୁ ମୁଁ ବିରୋଧ କିମ୍ବା ସମର୍ଥନ କରୁନାହିଁ ବୋଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି। ତେଣୁ ପୁରୀର ନାମ କେବଳ ପୁରୀ ରହିଲେ କୌଣସି  ଅସୁବିଧା ନଥିବା କହିଛନ୍ତି ଜଗଦଗୁରୁ।

ଏପଟେ ପୁରୀ ର ନାମ ପରିବର୍ତ୍ତନ ନେଇ ଜୋର ଧରିଛି ରାଜନୀତି। ଗତକାଲି ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଥିବା ବେଳେ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ତେବେ ପୁରୀର ନାମ ପରିବର୍ତ୍ତନ ହେଉ କିମ୍ବା ଏଥିରେ ଯୋଡିବା ହେଉ ଏସବୁ କ୍ଷେତ୍ରରେ ରାଜ୍ୟ ସରକାର ଉଚିତ୍ ପଦକ୍ଷେପ ନେବେ ବୋଲି ଜିଲ୍ଲା ବିଜେଡି ନଗର ସଭାପତି କହିଛନ୍ତି। ସେହିପରି ପୁରୀର ନାମ ପରିବର୍ତ୍ତନ ପାଇଁ ଯେଉଁ ସଙ୍ଗଠନ ମାନେ ଦାବି କରିଆସୁଛନ୍ତି ତାହା ଉପରେ ବିଚାର ବିମର୍ଶ କରାଯିବାର ଆବଶ୍ୟକତା ରହିଛି। ଏଥିପାଇଁ ବୁଦ୍ଧିଜୀବୀ, ମଠାଧିଶ, ଗଜପତି ମହାରାଜା, ଶ୍ରୀମନ୍ଦିର ପରିଚାଳନା କମିଟି ଓ ସବୁବର୍ଗର ଲୋକଙ୍କ ମତାମତ ନେଇ ନିଷ୍ପତ୍ତି ନିଆଯାଉ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ତିତ ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି।

ପୁରୀର ନାମକରଣ ପରିବର୍ତ୍ତନ କରି ଶ୍ରୀ ଜଗନ୍ନାଥ ଧାମ ପୁରୀ କରିବାକୁ ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ଜୋରଦାର ହୋଇଥିବା ବେଳେ ଏଥିରେ କୌଣସି ପରିବର୍ତ୍ତନ ଯୋଡିବାର ଆବଶ୍ୟକତା ନଥିବା ଜଗଦଗୁରୁ ମତ ରଖିଛନ୍ତି। ତେବେ ଆଗାମୀ ଦିନରେ ପୁରୀର ନାମ ପରିବର୍ତ୍ତନ ହେଉଛି କି ନାହିଁ ତାକୁ ହିଁ ସମସ୍ତ ଙ୍କ ଅପେକ୍ଷା।

   Related Posts