ବଦଳିଲା ପେନସନ ନିୟମ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଲେ ମଞ୍ଜୁରୀ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

Published By : Prameya-News7 Bureau | September 24, 2019 IST

ନୂଆଦିଲ୍ଲୀ୨୪|୯: ସରକାର ପେନସନ ନିୟମର ସଂଶୋଧନ କରି ବିଜ୍ଞପ୍ତି ଜାରି କରିଛନ୍ତି। ଚାକିରି କରିବାର ୭ ବର୍ଷ ମଧ୍ୟରେ ଯଦି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟେ ତା’ହେଲେ ତାଙ୍କ ପରିବାରକୁ ୩୦% ହାରରେ ପାରିବାରିକ ପେନସନ ମିଳିଥାଏ। ଏପରି କ୍ଷେତ୍ରରେ ମୃତ ସରକାରୀ କର୍ମଚାରୀଙ୍କ ପରିବାର ବର୍ଦ୍ଧିତ ୫୦% ହାରରେ ପାରିବାରିକ ପେନସନ ପାଇବା ଲାଗି ଯୋଗ୍ୟ ହୋଇନଥାନ୍ତି।

ସରକାରଙ୍କ ଅଧିସୂଚନା ଅନୁସାରେ, ୧୯୭୨ ମସିହାରେ କେନ୍ଦ୍ରୀୟ ପ୍ରଶାସିନିକ ସେବା ନିୟମ ସଂଶୋଧନ କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରି ଦେଇଛନ୍ତି। ଏହି ନିୟମ ୨୦୧୯ ମସିହା ଅକ୍ଟୋବର ୧ ତାରିଖରୁ ଲାଗୁ କରାଯିବ । ତେବେ ଏହି ତାରିଖର ୧୦ ବର୍ଷ ପୂର୍ବରୁ ୭ ବର୍ଷର କାର୍ଯ୍ୟକାଳ ପୂରଣ କରିନପାରି ପ୍ରାଣ ହରାଇଥିବା ସରକାରୀ କର୍ମଚାରୀଙ୍କ ପରିବାର ମଧ୍ୟ ୧୦ ବର୍ଷଲାଗି  ସେମାନଙ୍କ ପାରିବାରିକ ପେନସନ ପାଇବାକୁ ଯୋଗ୍ୟ ବିବେଚିତ ହେବେ।

 ତେବେ ଏହି ସୁବିଧା ସେମାନେ୧ଅକ୍ଟୋବର, ୨୦୧୯ ଠାରୁ ପାଇବେ। ଚାକିରିରେ ଯୋଗଦେବାର ୭ ବର୍ଷ ମଧ୍ୟରେ ଦୁର୍ଭାଗ୍ୟଜନକ ଭାବେ ମୃତ୍ୟୁବରଣ କରୁଥିବା କେନ୍ଦ୍ରୀୟ ସଶସ୍ତ୍ର ଆରକ୍ଷୀ ବାହିନୀ (ସିଏପିଏଫ) କର୍ମଚାରୀଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀଙ୍କ ପରିବାର ଏହି ସଂଶୋଧିତ ସୁବିଧାର ଲାଭ ପାଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.