ମହାକାଶରେ ଆରମ୍ଭ ହେବ ଭାରତର ଜୟଯାତ୍ରା, ୨୦୨୨ ଅଗଷ୍ଟ ୧୫ ସୁଦ୍ଧା ସଫଳ ହେବ ଇସ୍ରୋର ଗଗନଯାନ ମିଶନ

Published By : Prameya-News7 Bureau | September 21, 2019 IST

ଭୁବନେଶ୍ୱର -  ମହାକାଶରେ ଆରମ୍ଭ ହେବ ଭାରତର ଜୟଯାତ୍ରା । ଚନ୍ଦ୍ରଯାନ ୨ ମିଶନ ମୁନ ମିଶନ ଫେଲ ହୋଇନି । ଏହା ଭାରତୀୟ ମହାକାଶ ବିଜ୍ଞାନରେ ସଫଳତାର ନୂଆ ପୃଷ୍ଠା ଯୋଡ଼ିଛି। ଆଇଆଇଟି ଭୁବନେଶ୍ବରର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ରକେଟ୍ ମ୍ୟାନ୍ ତଥା ଇସ୍ରୋ ଅଧ୍ୟକ୍ଷ କେ. ଶିବନ । ୨୦୨୨ ଅଗଷ୍ଟ ୧୫ ସୁଦ୍ଧା ଇସ୍ରୋର ଗଗନଯାନ ମିଶନ ସଫଳ ହେବ ବୋଲି ସେ କହିଛନ୍ତି ।…

ଭାରତର ମହାକାଶ ଜୟଯାତ୍ରା ମିଶନ ମୁନ ଚନ୍ଦ୍ରାଯାନ-୨ ଫେଲ୍‌ ହୋଇନି ।ଏହା ୯୮ ପ୍ରତିଶତ ଲକ୍ଷ୍ୟ ହାସଲ କରିଛି । ଅର୍ବିଟରର ୮ଟି ପେଲୋଡ ଭଲ ଭାବେ କାମ କରୁଛି । ଏହାକୁ ବ୍ୟବହାର କରି ଚନ୍ଦ୍ର ଉପରେ ବୈଜ୍ଞାନିକ ଗବେଷଣା ଆରମ୍ଭ ହେଲାଣି । ଭୁବନେଶ୍ବର ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ଭାରତର ରକେଟମ୍ୟାନ ଇସ୍ରୋର ଅଧ୍ୟକ୍ଷ ଡକ୍ଟର କେ. ଶିବନ । ଅରବିଟରର ପେଲୋଡ୍‌ରେ ଏଭଳି କିଛି ଟେକ୍ନୋଲୋଜି ବ୍ୟବହାର କରାଯାଇଛି ଯାହାକି ବିଶ୍ବରେ ପ୍ରଥମ । ଏଥିରେ ଲାଗିଥିବା ହାଇ ରିଜୋଲ୍ୟୁସନ୍‌ କ୍ୟାମେରା ଚନ୍ଦ୍ରପୃଷ୍ଠର ଅତି ସୁକ୍ଷ୍ମ ଭାବରେ ଫଟୋ ଉତ୍ତୋଳନ କରିବ ।…

ଚନ୍ଦ୍ରାଯାନ-୨,  ଅରବିଟର୍‌ରେ ରହିଥିବା ଡୁଆଲ ବ୍ୟାଣ୍ଡ ସିନ୍‌ଥେଟିକ୍ ଆପରେଟର ରାଡାର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଜଳ ଅଛିକି ନାହିଁ ସେ ବିଷୟରେ ସୂଚନା ଦେଇପାରିବ । ଏବେ ଅରବିଟରରେ ଥିବା ସବୁ ସାଇଣ୍ଟିଫିକ୍‌ ପେଲୋଡ୍‌ କାର୍ଯ୍ୟକ୍ଷମ ହୋଇ କାର୍ଯ୍ୟ ଆରମ୍ଭ କଲାଣି ବୋଲି ସୂଚନା ଦେଇଛନ୍ତି ଶିବନ । ଚନ୍ଦ୍ରଯାନ-୨ର ଅର୍ବିଟର ଯେଉଁଭଳି ଭାବରେ ଡିଜାଇନ କରାଯାଇଥିଲା ତାହା ୧ ବର୍ଷ ପାଇଁ କାମ କରିବ କଥା । କିନ୍ତୁ ଇସ୍ରୋର ମିଶନ ମ୍ୟାନେଜମେଣ୍ଟ ଏପରି ରହିଛି ଯାହାଦ୍ବାରା ଏହା ୭ ବର୍ଷରୁ ଅଧିକ କାମ କରିବ । ଚନ୍ଦ୍ରପୃଷ୍ଠରୁ ଅନେକ ଆବିଷ୍କାର ପାଇଁ ଏହା ରାସ୍ତା ଫିଟାଇବ ।ତେବେ ବିକ୍ରମ ଲ୍ୟାଣ୍ଡର ସହ ଇସ୍ରୋର ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଥିବା ଇସ୍ରୋ ଅଧ୍ୟକ୍ଷ କେ. ଶିବନ, କହିଛନ୍ତି ।

ଇସ୍ରୋର ସବୁଠୁ ବଡ଼ ପ୍ରକଳ୍ପ ରହିଛି ଗଗନଯାନ । ଗଗନଯାନ ମିଶନ  ପ୍ରଥମ ସମ୍ପୂର୍ଣ୍ଣ ମେଡ ଇନ୍ ଇଣ୍ଡିଆ ପ୍ରୋଜେକ୍ଟ ଯାହା ୨୦୨୨ ଅଗଷ୍ଟ ୧୫ ସୁଦ୍ଧା ଭାରତୀୟକୁ ମହାକାଶକୁ ପଠାଇବା । ୨୦୨୧ ଡିସେମ୍ବର ସୁଦ୍ଧା ମାନବବିହୀନ ଯାନ ମହାକାଶ କୁ ଯିବ ଓ ୨୦୨୨ ସୁଦ୍ଧା ମହାକାଶରେ  ଅତି ସହଜରେ ପହଞ୍ଚିବେ ଭାରତୀୟ ମାନେ ।ଏହା ସହିତ ସୂର୍ଯ୍ୟ ଉପରେ ଗବେଷଣା ପାଇଁ ଆଦିତ୍ୟ ଏଲ୍‌ ୱାନ ମିଶନ ଆରମ୍ଭ ହେବ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.