ଚନ୍ଦ୍ରଯାନ-୨ : ଇସ୍ରୋକୁ ଆଉ ଏକ ସଫଳତା, ଅର୍ବିଟରରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ

Published By : Prameya-News7 Bureau | September 02, 2019 IST

ନୂଆଦିଲ୍ଲୀ ୨୯: ଇସ୍ରୋ ବୈଜ୍ଞାନିକଙ୍କୁ ଆଉ ଏକ ବଡ ସଫଳତା ମିଳିଛି । ଚନ୍ଦ୍ର ନିକଟକୁ ଆହୁରି ପାଖେଇଛି ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର । ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ଅର୍ବିଟରଠାରୁ ଅଲଗା ହୋଇଛି ଲ୍ୟାଣ୍ଡର ବିକ୍ରମ । ଅପରାହ୍ନ ୧ଟା ୧୫ ମିନିଟ୍ ରେ ଏହି ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଛି ।

ଏବେ ଚନ୍ଦ୍ରପୃଷ୍ଠଠାରୁ ମାତ୍ର ୧୦୦କିଲୋମିଟର କକ୍ଷପଥରେ ଅର୍ବିଟର ଘୂରିବ । ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ଲାଗି ପ୍ରସ୍ତୁତ ହେବ । ଆସନ୍ତାକାଲି ଲ୍ୟାଣ୍ଡର ବିକ୍ରମର ହେଲ୍ଥ ଚେପଅପ ହେବ । ଆସନ୍ତା ସପ୍ଟେମ୍ବର ୪ରେ ଇସ୍ରୋ ବିକ୍ରମକୁ ଲ୍ୟାଣ୍ଡିଂ ମୋଡ୍ ରେ ରଖିବ

। ଏବେ ଆଉ ମାତ୍ର ୬ଦିନର ଅପେକ୍ଷା । ସେପ୍ଟେମ୍ବର ୭ ତାରିଖରେ ଭୋର ୧ଟା ୪୦ରେ ବିକ୍ରମର ଅବତରଣ ପ୍ରକ୍ରିୟା ଆରମ୍ଭ ହେବ । ଏହା ପରର ୧୫ମିନିଟ୍ ସବୁଠୁ ଜଟିଳ ପ୍ରକ୍ରିୟା ରହିଛି । ଯଦି ସବୁ ଠିକଠାକ ରହେ ତେବେ ୧ଟା ୫୫ରେ ବିକ୍ରମ ଚନ୍ଦ୍ରପୃଷ୍ଠ ଛୁଇଁବ । ଏହାର ପ୍ରାୟ ୪ଘଣ୍ଟା ପରେ ଏହାଭିତରୁ ରୋଭର ପ୍ରଜ୍ଞା ବାହାରି ଆସି ଚନ୍ଦ୍ରପୃଷ୍ଠରେ ଗଡିବ । ଆଉ ଲେଖିବ ନୂଆ ଇତିହାସ ।

ଜୁଲାଇ ୨୨ତାରିଖରେ ଶ୍ରୀହରିକୋଟା ସତୀଶ ଧାଓ୍ବନ ସ୍ପେଶ ସେଣ୍ଟରରୁ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.