Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଚନ୍ଦ୍ରଯାନ-୩ରେ ରହିବ ନାହିଁ ଅର୍ବିଟର, ଇସ୍ରୋ ମୁଖ୍ୟ ସିବନ କହିଲେ- କେବେ ହେବ ଏହାର ଲଞ୍ଚ୍

21/02/2021 at 10:00 PM

ନୂଆଦିଲ୍ଲୀ ୨୧।୦୨: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ମୁଖ୍ୟ କେ ସିବନ କହିଛନ୍ତି ଚନ୍ଦ୍ରଯାନ-୩ର ପ୍ରକ୍ଷେପଣ ୨୦୨୨ରେ ହେବାର ସମ୍ଭାବନା ରହିଛି, ଯାହା ପୂର୍ବେ ୨୦୨୦ ଶେଷ ଆଡକୁ ଉତକ୍ଷେପଣ ହେବାର ଥିଲା। କୋଭିଡ୍-୧୯ ଲକ୍‌ଡାଉନ୍ କାରଣରୁ ଚନ୍ଦ୍ରଯାନ-୩ ଓ ଦେଶର ପ୍ରଥମ ମାନବ ମହାକାଶ ଅଭିଯାନ ‘ଗଗନଯାନ’ ସହିତ ଇସ୍ରୋର ଅନେକ ପ୍ରକଳ୍ପ ଗୁରୁତର ପ୍ରଭାବିତ ହୋଇଛି।

ଚନ୍ଦ୍ରଯାନ-୩ରେ ପୂର୍ବବର୍ତ୍ତୀ ଯାନ ପରି ଅର୍ବିଟର ରହିବ ନାହିଁ। ସିବନ କହିଛନ୍ତି, ଏହି ମିଶନ ଉପରେ କାମ ଜାରି ରହିଛି। ଏହା ଚନ୍ଦ୍ରଯାନ-୨ ପରି ରହିଛି, ମାତ୍ର ଏଥିରେ ଅର୍ବିଟର ରହିବ ନାହିଁ। ଏହାର ସମ୍ଭାବନା ଅଧିକ ଯେ ଚନ୍ଦ୍ରଯାନ-୩ର ପ୍ରକ୍ଷେପଣ ୨୦୨୨ରେ ହେବାର ସମ୍ଭାବନା ରହିଛି।

ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ ୨୦୧୯ ଜୁଲାଇ ୨୨ରେ ହୋଇଥିଲା। ଏହାକୁ ଚନ୍ଦ୍ର ଦକ୍ଷିଣ ମେରୁରେ ରୋଭରର ଅବତରଣ ପାଇଁ ପ୍ରକ୍ଷେପଣ କରାଯାଇଥିଲା। ତେବେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ୨୦୧୯ ସେପ୍ଟେମ୍ବର ୭ରେ ଅବତରଣ କରିବାରେ ସଫଳ ହୋଇନଥିଲା। ପ୍ରଥମ ପ୍ରୟାସରେ ସଫଳତା ହାସଲ କରିବାରେ ଭାରତର ସ୍ଵପ୍ନ ଅଧୁରା ରହିଥିଲା।

ଇସ୍ରୋ ପାଇଁ ଚନ୍ଦ୍ରଯାନ-୩ ମଧ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ମିଶନ, ଯାହା ଭାରତର ମହାକାଶ ଗବେଷଣା ପାଇଁ ମାର୍ଗ ପ୍ରଶସ୍ତ କରିବ। ସିବନ କହିଛନ୍ତି, ଗଗନଯାନ ପ୍ରକଳ୍ପ ଆଧାରରେ ଚଳିତ ବର୍ଷ ଡିସେମ୍ବରରେ ଇସ୍ରୋ ପ୍ରଥମ ମାନବବିହୀନ ମିଶନକୁ ସଫଳ କରିବାକୁ ଯୋଜନା ରଖିଛି। ଏହି ମିଶନ ଗତ ବର୍ଷ ଡିସେମ୍ବରରେ ଉତକ୍ଷେପଣ ହେବାର ଥିଲା।

   Related Posts