ଚନ୍ଦ୍ରଯାନକୁ ନେଇ ଖୁସୀ ଖବର– ୨୦୨୦ ସୁଦ୍ଧା ଚନ୍ଦ୍ରପୃଷ୍ଟକୁ ଯିବ ଚନ୍ଦ୍ରଯାନ-୩

Published By : Prameya-News7 Bureau | November 14, 2019 IST

ନୂଆଦିଲ୍ଲୀ ୧୪।୧୧ - ଭାରତୀୟ ମହାକାଶ ଗବେଷଣା ସଂସ୍ଥା, ଇସ୍ରୋ ଖୁବ ଶୀଘ୍ର ଚନ୍ଦ୍ରପୃଷ୍ଠକୁ ପଠାଇବ ଚନ୍ଦ୍ରଯାନ-୩  । ପ୍ରଥମ ଉଦ୍ୟମ ଚନ୍ଦ୍ରଯାନ-୨ ୯୮ ପ୍ରତିଶତ ସଫଳ ହେବା ପରେ ଚନ୍ଦ୍ରାବତରଣ ପାଇଁ ନଭେମ୍ବର ୨୦୨୦ ସୁଦ୍ଧା ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ଚନ୍ଦ୍ରଯାନ-୩ ପ୍ରେରଣ କରିବା ପାଇଁ କାମ ଆରମ୍ଭ କରି ଦେଇଛି।

ଏବେ ବି ଚନ୍ଦ୍ରଯାନ-୨ର ଅର୍ବିଟର କାମ କରୁଛି ଓ ବୈଜ୍ଞାନିକଙ୍କ କହିବା ଅନୁସାରେ ଏହା ସାତ ବର୍ଷ ଯାଏଁ କାମ କରିବ । ଇସ୍ରୋ କିଛି କମିଟି ଗଠନ କରିଛି ଏବଂ ପ୍ୟାନେଲ ସହିତ ଅକ୍ଟୋବରରୁ ଏଯାଏଁ ୩ଟି ଉଚ୍ଚସ୍ତରୀୟ କମିଟି ଗଠନ କରିଛି । ତେବେ ଏହି ମିଶନରେ କେବଳ ଲ୍ୟାଣ୍ଡର ଓ ରୋବର ରହିବ । ଅର୍ଥାତ ଅର୍ବିଟରକୁ ପଠାଯିବ ନାହିଁ । କାରଣ ଚନ୍ଦ୍ରଯାନ-୨ର ଅର୍ବିଟର ଚନ୍ଦ୍ରପୃଷ୍ଠରେ ରହିଛି ।

ଚନ୍ଦ୍ରଯାନ-୩ ମିଶନ ପାଇଁ ଏକ ଓଭରଭ୍ୟୁ କମିଟି ଗଠନ କରାଯାଇଥିଲା ।  ସବ୍ କମିଟି ପରିଚାଳନା ଶକ୍ତି, ସେନସର, ଇଞ୍ଜିନିୟରିଂ ଓ ନାଭିଗେଶନକୁ ନେଇ ପ୍ରସ୍ତାବ ଦିଆୟାଇଛି । କିଛି ବୈଜ୍ଞାନିକଙ୍କ ଅନୁସାରେ  ଚନ୍ଦ୍ରଯାନ-୩ କାମ ଦ୍ରୁତ ଗତିରେ ଆଗକୁ ବଢୁଛି । ଏଯାଏଁ ଇସ୍ରୋ ୧୦ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଖାସ୍ ନଜର ଦେଇଛି । ଏଥିରେ ଲ୍ୟାଣ୍ଡିଙ୍ଗ ସାଇଟ୍, ଲୋକାଲ ନାଭିଗେଶନ ଆଦି ସାମିଲ ରହିଛି । ଏହି ଅଭିଯାନ ନିମନ୍ତେ ଇସ୍ରୋ ଗୋଟିଏ ନୂଆ ଲ୍ୟାଣ୍ଡର୍  ଏବଂ ରୋଭର୍  ନିର୍ମାଣ କରିବ।ସେହିପରି ଆଉ କିଛି ବୈଜ୍ଞାନିକଙ୍କ କହିବା ଅନୁସାରେ ଯଦି ଏହି ସମୟସୀମା ମଧ୍ୟରେ ସମସ୍ତ କାମ ଶେଷ ନ ହୁଏ ତେବେ ଅତି ବେଶିରେ ଆଉ ଦୁଇ ବର୍ଷ ସମୟ ଲାଗିପାରେ ଏହି ଚନ୍ଦ୍ରଯାନ-୩  ପୂରଣ ହେବା ପାଇଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.