୨୦୨୧ ପ୍ରାରମ୍ଭରେ ଲଞ୍ଚ୍ ହେବ ଚନ୍ଦ୍ରଯାନ-୩, ‘ହାର୍ଡ ଲ୍ୟାଣ୍ଡିଂ’ ଯୋଗୁଁ ଚନ୍ଦ୍ରଯାନ-୨ର ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା

Published By : Prameya-News7 Bureau | September 07, 2020 IST

ନୂଆଦିଲ୍ଲୀ ୦୭.୦୯: ଆସନ୍ତା ବର୍ଷ ପ୍ରାରମ୍ଭରେ ଚନ୍ଦ୍ରଯାନ-୩ ଲଞ୍ଚ୍ ହୋଇପାରେ। ଏଥିରେ ଅର୍ବିଟର ପରିବର୍ତେ ଗୋଟିଏ ଲ୍ୟାଣ୍ଡର ଓ ରୋଭର ରହିବ। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଗତବର୍ଷ ସେପ୍ଟେମ୍ବରରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ‘ହାର୍ଡ ଲ୍ୟାଣ୍ଡିଂ’ କରିବା ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହା ପରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଚନ୍ଦ୍ରଯାନ-୩ ଲଞ୍ଚର ଯୋଜନା କରିଥିଲେ। କରୋନା ମହାମାରୀ ଓ ଲକଡାଉନ୍ ଯୋଗୁଁ ଏହାର ଲଞ୍ଚରେ ବିଳମ୍ବ ହୋଇ ଚାଲିଛି। ଏବେ କିନ୍ତୁ ଏହାର ଲଞ୍ଚ ୨୦୨୧ରେ ହେବା ସମ୍ଭାବନା ରହିଛି।

ସେ ସ୍ପଷ୍ଟ କରିଛନ୍ତି ଯେ ଚନ୍ଦ୍ରଯାନ-୩, ଚନ୍ଦ୍ରଯାନ-୨ର ପୁନଃ ଅଭିଯାନ ହେବ। ଏଥିରେ ଚନ୍ଦ୍ରଯାନ-୨ ପରି ଗୋଟିଏ ଲ୍ୟାଣ୍ଡର ଓ ରୋଭର ରହିବ। ଚନ୍ଦ୍ରଯାନ-୩ ସହ ମହାକାଶକୁ ମାନବ ପଠାଇବା ଲକ୍ଷ୍ୟରେ ଗଗନାୟନ ମିଶନର ବି ପ୍ରସ୍ତୁତି ଜାରି ରହିଛି। ୨୦୨୨ ସୁଦ୍ଧା ଗଗନାୟନ ଲଞ୍ଚ ହେବ।

ତେବେ ଚନ୍ଦ୍ରଯାନ-୨ର ସମ୍ପର୍କ ବିଚ୍ଛିନ୍ନ ହେବା ପରେ ମଧ୍ୟ ଏହାର ଅର୍ବିଟର ଭଲ କାମ କରୁଛି। ଚନ୍ଦ୍ରପୃଷ୍ଠରୁ କମ୍ରାଗତ ତଥ୍ୟ ପଠାଇ ଚାଲିଛି। ୨୦୦୮ରେ ଲଞ୍ଚ ହୋଇଥିବା ଚନ୍ଦ୍ରଯାନ-୧ର କିଛି ଫଟୋ ମଧ୍ୟ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.