ଇସ୍ରୋର ବଡ଼ ପ୍ରସ୍ତୁତି: ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରରେ ପାଞ୍ଚ ନୁହେଁ ରହିବ ଚାରିଟି ଇଞ୍ଜିନ

Published By : Prameya-News7 Bureau | September 17, 2020 IST

ନୂଆଦିଲ୍ଲୀ ୧୭/୦୯: ଇସ୍ରୋ ଆସନ୍ତାବର୍ଷ ଚନ୍ଦ୍ରଯାନ-୩ ଲଞ୍ଚ କରିବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏଥର ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ତୁଳନାରେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ରହିବ ଟିକେ ଭିନ୍ନ । ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡରରେ ଥିଲା ୫ଟି ଇଞ୍ଜିନ ମାତ୍ର ଏଥର ଚନ୍ଦ୍ରଯାନ-୩ରେ ରହିବ ୪ଟି ଇଞ୍ଜିନ। ଏହି ମିଶନରେ ଲ୍ୟାଣ୍ଡର ଓ ରୋଭର ଯିବ। ଚନ୍ଦ୍ର ଚତୁପାର୍ଶରେ ପରିକ୍ରମା କରୁଥିବା ଚନ୍ଦ୍ରଯାନ୨ର ଅର୍ବିଟର ସହିତ ଲ୍ୟାଣ୍ଡର ରୋଭରର ସମ୍ପର୍କ ସ୍ଥାପନା କରାଯିବ।

ବିକ୍ରମ ଲ୍ୟାଣ୍ଡରର ଚାରି କୋଣରେ ଗୋଟିଏ ଗୋଟିଏ ଇଞ୍ଜିନ ଥିଲା। ସେଥିରୁ ବଡ଼ ଇଞ୍ଜିନ ଏହାର ମଝିରେ ରହିଥିଲା। ଏଥର କିନ୍ତୁ ଚନ୍ଦ୍ରଯାନ-୩ ସହ ଲ୍ୟାଣ୍ଡର ଯିବ ଓ ତାର ମଝି ଇଞ୍ଜିନକୁ ହଟାଇ ଦିଆଯିବ। ଏହା ଦ୍ବାରା ଲ୍ୟାଣ୍ଡରର ଭାର କମ୍ ହେବ। ଲ୍ୟାଣ୍ଡିଂ ସମୟରେ ଚନ୍ଦ୍ରଯାନ-୨କୁ ଧୂଳିରୁ ବଞ୍ଚିବା ପାଇଁ ପଞ୍ଚମ ଇଞ୍ଜିନ୍ ଲଗାଯାଇଥିଲା। ଏବେ କିନ୍ତୁ ଧୂଳିକଣାକୁ ନେଇ କୌଣସି ସସମ୍ୟା ହେବ ନାହିଁ ବୋଲି ଇସ୍ରୋ କହିଛି।

ପଞ୍ଚମ ଇଞ୍ଜିନ ଯୋଗୁ ଲ୍ୟାଣ୍ଡରର ଓଜନ ବଢ଼ୁଥିବାରୁ ଏବେ ଏହାକୁ ହଟାଇବା ନିଷ୍ପତି ନିଆଯାଇଛି। ଲ୍ୟାଣ୍ଡରର ଗୋଡରେ ବି କିଛିଟା ପରିବର୍ତନ ଆଣିବାକୁ ଇସ୍ରୋ ବୈଜ୍ଞାନିକ ସୁପାରିଶ କରିଛନ୍ତି। ଏବେ ଦେଖିବାର ଅଛି ଏଥିରେ କେଉଁ ପ୍ରକାର ପରିବର୍ତନ ଆସିବ। ଏହା ବ୍ୟତୀତ ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ଭଳି ଘଟଣା ନ ଘଟିବା ପାଇଁ ଏଥିରେ ଲ୍ୟାଣ୍ଡର ଡେଭଲପର ଭେଲୋସିମିଟର (ଏଲଡିଭି) ଲଗାଯାଇଛି।

ତେବେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ଠିକ୍ ଭାବରେ କାମ କରିବା ପାଇଁ ବେଙ୍ଗାଲୁରୁରୁ ୨୧୫ କିମି ଦୂର ଛଲ୍ଲାକାରେ ନକଲି କ୍ରାଟର ତିଆରି କରାଯିବ। ଏ ନେଇ ସେଠାରେ ଟେଣ୍ଡର ମଧ୍ୟ ଜାରି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.