Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ମହାକାଶକୁ ଯିବ ମିଶନ ଚନ୍ଦ୍ରଯାନ-୨ : ଅପରାହ୍ନ ୨ଟା ୪୩ରେ ଶ୍ରୀହରିକୋଟାରୁ ଉତକ୍ଷେପଣ

22/07/2019 at 8:09 AM

ନୂଆଦିଲ୍ଲୀ ୨୨/୭: ଆଜି ମହାକାଶକୁ ଯିବ ଚନ୍ଦ୍ରଯାନ-୨। ସେଥିପାଇଁ  ଗତକାଲିଠୁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ । ପ୍ରାକ୍ ଉତକ୍ଷେପଣ ଅଭ୍ୟାସ ଶେଷ ସହ ବୈଷୟିକ ତ୍ରୁଟିକୁ ସଜଡାଯାଇଛି । ଆଜି ଅପରାହ୍ନ ୨ଟା ୪୩ରେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ ଚନ୍ଦ୍ରଯାନ-୨ । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ  ସୂଚନା ଦିଆଯାଇଛି।  ଯେଉଁ ବୈଷୟିକ ତ୍ରୁଟି ଯୋଗୁଁ ଜୁଲାଇ ୧୫ ତାରିଖ ଦିନ ଉତକ୍ଷେପଣ ସ୍ଥଗିତ ରଖାଯାଇଥିଲା  ତାହା ସଜାଡ଼ି ଦିଆଯାଇଛି ।

ଆଜି ଦିନ ୨ଟା ୪୩କୁ ଅପେକ୍ଷା।  ଅପେକ୍ଷା କରି ରହିଛି ସାରା ଦେଶ । ମହାକାଶକୁ ଯାତ୍ରା କରିବ ଚନ୍ଦ୍ରଯାନ ୨।  ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ। ମିଶନ୍  ଚନ୍ଦ୍ରଯାନ -୨ର ଉତ୍ କ୍ଷେପଣ ପାଇଁ ଟିମ୍ ଇସ୍ରୋ ସମ୍ପୁର୍ଣ୍ଣ ପ୍ରସ୍ତୁତ । ପ୍ରାକ୍ ଉତକ୍ଷେପଣ ପର୍ଯ୍ୟାୟ ସବୁ ଶେଷ ହୋଇଛି।  ବୈଷୟିକ ତ୍ରୁଟି ପାଇଁ ଜୁଲାଇ ୧୫ ତାରିଖରେ ଶେଷ ମୁହୁର୍ତ୍ତରେ ଚନ୍ଦ୍ରଯାନ୍ -୨ର ଉତକ୍ଷେପଣକୁ  ସ୍ଥଗିତ ରଖାଯାଇଥିଲା । ତେବେ ଏସବୁ ତ୍ରୁଟିକୁ ସଜଡ଼ା ଯାଇଛି । ଏବେ ମିଶନ୍  ଭରିବାରେ କୌଣସି ସମସ୍ୟା ନାହିଁ । 

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଚନ୍ଦ୍ରାୟନ-୨, ଚନ୍ଦ୍ରର ଅପରିଚିତ ଅଞ୍ଚଳ ଆବିଷ୍କାର କରିବ । ଏହି ମହାକାଶ ଯାନରେ ଗୋଟାଏ ଅର୍ବିଟର୍ , ଗୋଟିଏ ଲ୍ୟାଣ୍ଡର୍  ଏବଂ ଗୋଟିଏ ରୋଭର୍ ରହିଛି । ଯାହାର ସମୁଦାୟ ଓଜନ ୩. ୮ ଟନ୍ ।  ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏଏସ୍  କିରଣ କୁମାର ସୂଚନା ଦେଇଛନ୍ତି ଜୁଲାଇ ଚନ୍ଦ୍ରଯାନ ଆସନ୍ତା କାଲି ଉତ୍ କ୍ଷେପଣ ପରେ ଅଗଷ୍ଟ ୧୪ ତାରିଖରେ ଚନ୍ଦ୍ର ଆଡ଼କୁ ଗତି କରି ସେପ୍ଟେମ୍ବର ୬ ତାରିଖ ଦିନ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବ । ଚନ୍ଦ୍ରଯାନ-୨ ଅଭିଯାନକୁ ପାଇଁ ମୋଟ୍  ୯୭୮କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଭାରତ ଏହି ମିଶନ୍ ରେ ସଫଳ ହେଲେ ଏଲିଟ୍ ଫେର ନେସନ୍  କ୍ଲବରେ ସାମିଲ ହେବ। ତେଣୁ ସମସ୍ତଙ୍କର ଆଶା ଏଥର ଭାରତକୁ  ଚନ୍ଦ୍ରଯାନ -୨ ମିଶନରେ  ନିଶ୍ଚୟ ସଫଳତା ମିଳିବ ।

   Related Posts