Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉତକ୍ଷେପଣ ହେଲା ଚନ୍ଦ୍ରଯାନ -୨

22/07/2019 at 2:34 PM

ଶ୍ରୀହରିକୋଟା ୨୨/୭: ଉତକ୍ଷେପଣ ହେଲା ଚନ୍ଦ୍ରଯାନ -୨। ଆନ୍ଧ୍ରର ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୨। ଏହା ମହାକାଶ ବିଜ୍ଞାନର ଭାରତର ସବୁଠୁ ବଡ଼ ଅଭିଯାନ। ଇସ୍ରୋ ଅନୁଯାୟୀ ରକେଟର ବେଗ ଏବଂ ସ୍ଥିତି ସ୍ବାଭାବିକ ରହିଛି। ଜିଏସକେ ଏମକେ-୩ ରକେଟ ଜରିଆରେ ଚନ୍ଦ୍ରଯାନ -୨ ଉତକ୍ଷେପଣ କରାଯାଇଛି।

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଚନ୍ଦ୍ରାୟନ-୨, ଚନ୍ଦ୍ରର ଅପରିଚିତ ଅଞ୍ଚଳ ଆବିଷ୍କାର କରିବ । ଏହି ମହାକାଶ ଯାନରେ ଗୋଟାଏ ଅର୍ବିଟର୍ , ଗୋଟିଏ ଲ୍ୟାଣ୍ଡର୍  ଏବଂ ଗୋଟିଏ ରୋଭର୍ ରହିଛି । ଯାହାର ସମୁଦାୟ ଓଜନ ୩. ୮ ଟନ୍ ।  ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏଏସ୍  କିରଣ କୁମାର ସୂଚନା ଦେଇଛନ୍ତି ଜୁଲାଇ ଚନ୍ଦ୍ରଯାନ ଆସନ୍ତା କାଲି ଉତକ୍ଷେପଣ ପରେ ଅଗଷ୍ଟ ୧୪ ତାରିଖରେ ଚନ୍ଦ୍ର ଆଡ଼କୁ ଗତି କରି ସେପ୍ଟେମ୍ବର ୬ ତାରିଖ ଦିନ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବ । ଚନ୍ଦ୍ରଯାନ-୨ ଅଭିଯାନକୁ ପାଇଁ ମୋଟ୍  ୯୭୮କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଭାରତ ଏହି ମିଶନ୍ ରେ ସଫଳ ହେଲେ ଏଲିଟ୍ ଫେର ନେସନ୍  କ୍ଲବରେ ସାମିଲ ହେବ। ତେଣୁ ସମସ୍ତଙ୍କର ଆଶା ଏଥର ଭାରତକୁ  ଚନ୍ଦ୍ରଯାନ -୨ ମିଶନରେ  ନିଶ୍ଚୟ ସଫଳତା ମିଳିବ ।

   Related Posts