Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଚନ୍ଦ୍ରଯାନ-୨: ଚନ୍ଦ୍ରକୁ ୯୦୦୦ରୁ ଅଧିକ ଥର ପରିକ୍ରମା କଲାଣି ଯାନ, ମିଳୁଛି ଉତ୍କୃଷ୍ଟ ତଥ୍ୟ

6/09/2021 at 9:55 PM

ନୂଆଦିଲ୍ଲୀ ୦୬।୦୯: ଚନ୍ଦ୍ରଯାନ-୨କୁ ପୂରିଲା ଦୁଇ ବର୍ଷ। ଦୁଇ ବର୍ଷ ପୂର୍ତ୍ତି ଅବସରରେ ଇସ୍ରୋ ସୋମବାର ଚନ୍ଦ୍ର ବିଜ୍ଞାନ କର୍ମଶାଳା ଆୟୋଜନ କରିଛି। ଏହାର ଉଦଘାଟନ ଇସ୍ରୋର ପ୍ରମୁଖ କେ ଶିବନ କରିଛନ୍ତି। ଶିବନ କହିଛନ୍ତି ଚନ୍ଦ୍ରଯାନ-୨ ଚନ୍ଦ୍ର ଚତୁଃପାର୍ଶ୍ଵରେ ୯୦୦୦ରୁ ଅଧିକ ଥର ପରିକ୍ରମା ମାରି ସାରିଛି। ସେଥିରେ ଲାଗିଥିବା ଇମେଜିଙ୍ଗ ଓ ବୈଜ୍ଞାନିକ ଉପକରଣ ମାଧ୍ୟମରେ ଇସ୍ରୋକୁ ଉତ୍କୃଷ୍ଟ ତଥ୍ୟ ମିଳି ପାରୁଛି।

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ପରିଷଦ(ଇସ୍ରୋ)ର ଦୁଇ ଦିନିଆ କର୍ମଶାଳା ସୋମବାର ଆରମ୍ଭ ହୋଇ ଯାଇଛି। ନିଜର ଉଦଘାଟନ ଭାଷଣରେ ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ଯେ, ଆଜି ଦିନ ସୁଦ୍ଧା ଚନ୍ଦ୍ରଯାନ-୨ ନଅ  ହଜାରରୁ ଅଧିକ ଥର ଚନ୍ଦ୍ରକୁ ପରିକ୍ରମା କରି ସାରିଛି। ଶିବନ ମହାକାଶ ବିଭାଗର ସଚିବ ମଧ୍ୟ ଅଛନ୍ତି। ଇସ୍ରୋର  ବେଙ୍ଗାଲୁରୁ ସ୍ଥିତ ମୁଖ୍ୟାଳୟରେ ସେ ଚନ୍ଦ୍ରଯାନ-୨ ସଂପର୍କିତ ତଥ୍ୟ ଏବଂ ବିଜ୍ଞାନ ଦସ୍ତାବିଜ ଜାରି କରିଛନ୍ତି। ଶିବନ କହିଛନ୍ତି, ଏ ପର୍ଯ୍ୟନ୍ତ ପରିଣାମ ବହୁତ ଉତ୍ସାହଜନକ ରହିଛି। ଚନ୍ଦ୍ରଯାନ-୨ର ଉପକରଣରୁ ଆମକୁ ଉତ୍କୃଷ୍ଟ ତଥ୍ୟ ମିଳୁଛି। ଦୁଇ ଦିନିଆ ଏହି କର୍ମଶାଳାକୁ ଇସ୍ରୋର ଓ୍ଵେବସାଇଟ୍‌ ଏବଂ ଫେସବୁକ୍‌ ପେଜ୍‌ରେ ପ୍ରସାରଣ କରାଯାଉଛି।

   Related Posts