Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଅଭିନେତା ବିଜୟ ମହାନ୍ତିଙ୍କ ଚିକିତ୍ସା ପାଇଁ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

9/07/2020 at 8:26 AM

ନୂଆଦିଲ୍ଲୀ, ୦୯|୦୭:  ଗୁରୁତର କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିବା ଓଡ଼ିଶାର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କର ଉତ୍ତମ ଚିକିତ୍ସା ନିମନ୍ତେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଓଡ଼ିଶା ଓ ଭାରତୀୟ ସଂସ୍କୃତିର ପୃଷ୍ଠପୋଷକତା ନିମନ୍ତେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ ପ୍ରେରଣାରେ ଗଠିତ ଗୁରୁଗ୍ରାମସ୍ଥିତ ସିବି ଶତପଥୀ କଲ୍‍ଚରାଲ୍‍ ଫାଉଣ୍ଡେସନ ପକ୍ଷରୁ ଦେଶର ବିଭିନ୍ନ ପ୍ରାନ୍ତର କଳାକାରମାନଙ୍କୁ ସହାୟତା କରାଯାଇଥାଏ ।

ଅଭିନୟ ଜଗତରେ ନିଜର ଉତ୍କର୍ଷତା ନିମନ୍ତେ ଓଡ଼ିଶାରେ ଘରେ ଘରେ ପରିଚିତ ବିଜୟ ମହାନ୍ତି ଏହି ସହାୟତା ପାଇବେ । ବିଜୟ ମହାନ୍ତିଙ୍କର ଅସୁସ୍ଥତା ତଥା ତାଙ୍କର ଚିକିତ୍ସା ନିମନ୍ତେ ଅର୍ଥର ଆବଶ୍ୟକତା ଥିବା ସମ୍ପର୍କରେ ଖବର ପାଇ ଗୁରୁଜୀ ଡଃ ଶତପଥୀ ଆଜି ଟେଲିଫୋନ ଯୋଗେ ଅଭିନେତା ବିଜୟ ମହାନ୍ତିଙ୍କ ଧର୍ମପତ୍ନୀ ଅଭିନେତ୍ରୀ ତନ୍ଦ୍ରା ରାୟ ତଥା ତାଙ୍କର କନ୍ୟା ସହ କଥାବାର୍ତ୍ତା କରିଥିଲେ । ଏହି ସମୟରେ ଗୁରୁଜୀ ଡଃ ଶତପଥୀ ଲୋକପ୍ରିୟ କଳାକାର ବିଜୟ ମହାନ୍ତିଙ୍କର ଆଶୁ ଆରୋଗ୍ୟ କାମନା କରିବା ସହିତ ପରିବାରବର୍ଗଙ୍କୁ ଧୈର୍ଯ୍ୟ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ସିବି ଶତପଥୀ କଲ୍‍ଚରାଲ୍‍ ଫାଉଣ୍ଡେସନ ପକ୍ଷରୁ ଇ-ଟ୍ରାନ୍ସଫର ଯୋଗେ ଏହି ସହାୟତା ରାଶି ପଠାଯାଉଥିବା ସୂଚନା ମିଳିଛି ।

ପୂର୍ବରୁ ଗୁରୁଜୀ ଡଃ ଶତପଥୀଙ୍କ ପ୍ରେରଣାରେ କର୍କଟ ରୋଗରେ ପୀଡ଼ିତ ଓଡ଼ିଶାର ଅନ୍ୟତମ ଲୋକପ୍ରିୟ କଳାକାର ହର ପଟ୍ଟନାୟକଙ୍କୁ ମଧ୍ୟ ଅନୁରୂପ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

   Related Posts