ଅଟୋ ଡ୍ରାଇଭରଙ୍କୁ ମାଡ ପ୍ରତିବାଦ, ଥାନା ଘେରିଲା ଚାଳକ ମହାସଂଘ

Published By : Prameya-News7 Bureau | September 12, 2021 IST

ଭୁବନେଶ୍ୱର ୧୨/୦୯ : ଭୁବନେଶ୍ୱରରେ ଅଟୋ ଡ୍ରାଇଭରଙ୍କୁ ମାଡ । ଏହାରି ପ୍ରତିବାଦରେ ଚାଳକ ମହାସଂଘ ତରଫରୁ ଚନ୍ଦ୍ରଶେଖରପୁର ଥାନା ଘେରାଉ କରାଯାଇଥିଲା । ଅଟୋରିକ୍ସା ଧରି ଏକାଠି ହୋଇଥିଲେ ଶତାଧିକ ଅଟୋ ଚାଳକ । ତେବେ ଡ୍ରାଇଭରଙ୍କୁ ମାରିଥିବା ବ୍ୟକ୍ତିଙ୍କୁ ପୋଲିସ ଆଣି ଥାନାରେ ଅଟକ ରଖିଛି । ଫଳରେ ଚନ୍ଦ୍ରଶେଖରପୁର ଅଂଚଳରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.