Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ବ୍ରହ୍ମପୁର ଲୋକସଭା ଏବଂ ଭଟଲି ବିଧାନସଭା ପାଇଁ ନାମାଙ୍କନ ପାତ୍ର ଦାଖଲ କଲେ ଚନ୍ଦ୍ରଶେଖର ସାହୁ

21/03/2019 at 6:42 PM

ଭୁବନେଶ୍ୱର ୨୧/୩ : ବିଭିନ୍ନ ସ୍ଥାନରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବ୍ରହ୍ମପୁର ଲୋକସଭା ପାଇଁ ବିଜେଡିର ଚନ୍ଦ୍ରଶେଖର ସାହୁ ନାମାଙ୍କନ ପତ୍ର ଦାଖନ କରିଛନ୍ତି । ସେହିପରି ମନ୍ତ୍ରୀ ସୁଶାନ୍ତ ସିଂ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ତିରୁପତି ପାଣିଗ୍ରାହୀ ପାରଳାଖେମୁଣ୍ଡି ପାଇଁ ନାାମାଙ୍କନ ପତ୍ର ଦାଖନ କରିଛନ୍ତି । …


ବ୍ରହ୍ମପୁର ଲୋକସଭା ଆସନରୁ ବିଜୁ ଜନତା ଦଳ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବ୍ରହ୍ମପୁର ଗୋସାଣି ନୂଆଗାଁ ବାସଭବନରୁ ହଜାର ହଜାର ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ବାହାରି ଛତ୍ରପୁରରେ ପହଞ୍ଚିଥିଲେ ଚନ୍ଦ୍ରଶେଖର ସାହୁ ।

ଡି.ଆର୍.ଡି.ଏଙ୍କ କାର୍ଯ୍ୟାଳୟରେ ପହଞ୍ଚି ରଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନବୀନ ବାବୁଙ୍କ ଲୋକପ୍ରିୟତା ଓ ବି.ଜେ.ଡି ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଯୋଗୁଁ ଆଗାମୀ ନିର୍ବାଚନରେ ବିପୁଳ ଭୋଟ୍‌ରେ ବିଜୟୀ ହେବେ ବୋଲି କହିଛନ୍ତି ଚନ୍ଦ୍ର ଶେଖର ସାହୁ । ପାରଳାଖେମୁଣ୍ଡିରେ ପୂର୍ବତନ ବିଧାୟକ କେ. ନାରାୟଣ ରାଓ ବି.ଜେ.ଡି ଛାଡି ବି.ଜେ.ପିରେ ଯୋଗ ଦେବା ପରେ ଦଳର ସ୍ଥିତି ଟିକେ ଦୋହଲିଛି । ହେଲେ ଏହାର କୌଣସି ପ୍ରଭାବ ଦଳ ଉପରେ ପଡିବ ନାହିଁ ବୋଲି କହିଛନ୍ତି ଚନ୍ଦ୍ର ଶେଖର ସାହୁ ।


ଭଟଲି ନିର୍ବାଚନ ମଣ୍ଡଳୀ ପାଇଁ ଆଜି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ । ନିଜ ସମର୍ଥଥକଙ୍କ ଗହଣରେ ଶୋଭାଯାତ୍ରାରେ ଆସି ପହଞ୍ଚିଥିଲେ ସୁଶାନ୍ତ ସିଂ ।ସେ ଦୁଇ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବିଜେଡି ସବୁବେଳେ ବିକାଶର ଏଜେଣ୍ଡାକୁ ନେଇ ନିର୍ବାଚନ ଲଢ଼ିଥାଏ, ଜିତିବାର ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ହିଁ ମୁଖ୍ୟମନ୍ତ୍ରୀ ଟିକେଟ ପ୍ରଦାନ କରିଥାନ୍ତି ବୋଲି କହିଛନ୍ତି ସୁଶାନ୍ତ ସିଂ । ବିଗତ ନିର୍ବାଚନ ଅପେକ୍ଷା ଏଥର ଅଧିକ ଭୋଟ୍ ବ୍ୟବଧାନରେ ସେ ନିର୍ବାଚନ ଜିତିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସୁଶାନ୍ତ ସିଂ ।


ସେପଟେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ତିରୁପତି ପାଣିଗ୍ରାହୀ । କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରୁ ସେ କଂଗ୍ରେସର ଆଶାୟୀ ଅଛନ୍ତି । ତେବେ ସେହି ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା ହୋଇନାହିଁ । ହେଲେ ତିରୁପତିଙ୍କ ଦୃଢୋକ୍ତି ଯେ ତାଙ୍କୁ ହିଁ କଂଗ୍ରେସ ଟିକେଟ୍ ମିଳିବ ।

   Related Posts