ଡାକ୍ତରରୁ ମହାଜ୍ଞାନୀ ଚାଣକ୍ୟ : କିଭଳି ଥିଲା ଚନ୍ଦ୍ରପ୍ରକାଶ ଦ୍ବିବେଦୀଙ୍କ ସଫଳତାର କାହାଣୀ
17/04/2020 at 12:04 PM

ନୂଆଦିଲ୍ଲୀ ୧୭/୪: ଦୂରଦର୍ଶନରେ ରାମାୟଣ,ଶକ୍ତିମାନ ଏବଂ ମହାଭାରତ ବ୍ୟତୀତ ଆଉ ଏକ ହିଟ୍ ଶୋ ଚାଣକ୍ୟର ମଧ୍ୟ ପୁନଃ-ପ୍ରସାରଣ କରାଯାଉଛି। ୧୯୯୦ମସିହାରେ ପ୍ରଥମ ଥର ପ୍ରସାରିତ ହୋଇଥିବା ଏହି ଶୋକୁ ଜବରଦସ୍ତ ଲୋକପ୍ରିୟତା ହାସଲ ହୋଇଥିଲା। ଚାଣକ୍ୟର ନିର୍ଦେଶନା ଚନ୍ଦ୍ରପ୍ରକାଶ ଦ୍ବିବେଦୀ ଦେଇଥିଲେ।

ଚନ୍ଦ୍ରପ୍ରକାଶ ଦ୍ବିବେଦୀ ଜଣେ ମେଡିକାଲ୍ ପ୍ରୋଫେସନାଲ୍ ଥିଲେ କିନ୍ତୁ ଭାରତୀୟ ସାହିତ୍ୟରେ ଗଭୀର ଆଗ୍ରହ ଥିବା ଯୋଗୁଁ ସେ ଥିଏଟରରେ କାମ କରିବା ଆରମ୍ଭ କରିଥିଲେ। ସେ ୧୯୯୦ମସିହାରୁ ଆରମ୍ଭ କରି ୨ବର୍ଷ ଯାଏଁ ଚାଣକ୍ୟ ଶୋର ନିର୍ଦେଶନା ଦେଇଥିଲେ। ସେ ଏହି ଧାରାବାହିକରେ ଚାଣକ୍ୟଙ୍କ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ ମହାଭାରତ ଶୋ ମଧ୍ୟ କ୍ରିଏଟ୍ କରିବାକୁ ଉଦ୍ୟମ କରିଥିଲେ। ସେ ‘ଏକ ଔର ମହାଭାରତ’ ନାମକ ଏକ ଧାରାବାହିକ ନେଇ ଆସିଥିଲେ।

୧୪ଟି ଏପିସୋଡ ପରେ ସେ ଏହି ଶୋକୁ ଅଲବିଦା କହି ଦେଇଥିଲେ କାରଣ ଏହି ଧାରାବାହିକରେ ଲୋକଙ୍କ ଭଲ ରେସପନ୍ସ ମିଳିନଥିଲା। ସେ ଦୂରଦର୍ଶନର ପ୍ରସିଦ୍ଧ ଧାରାବାହିକ ଛତ୍ରପତି ଶିବାଜୀ ପାଇଁ ମଧ୍ୟ ଡାଇଲଗ୍ସ ଲେଖିଥିଲେ।

୨୦୦୮ ମସିହାରେ ଚନ୍ଦ୍ରପ୍ରକାଶ ଦ୍ବିବେଦୀ ଉପନିଷଦ ଉପରେ ଏକ ଟିଭି ଧାରାବାହିକ ନିର୍ମାଣ କରିଥିଲେ ଯାହାର ନାଁ ଥିଲା ଉପନିଷଦ ଗଙ୍ଗା। ଲକଡାଉନରେ ଧାରାବାହିକ ଉପନିଷଦ ଗଙ୍ଗାକୁ ମଧ୍ୟ ଦୂରଦର୍ଶନରେ ରି-ଟେଲିକାଷ୍ଟ କରାଯାଉଛି। ଏହି ଧାରାବାହିକ ମଧ୍ୟ ବିଶେଷ ଚର୍ଚ୍ଚାରେ ରହିଥିଲା। ଉର୍ମିଳା ମାତୋଣ୍ଡକର ଏବଂ ମନୋଜ ବାଜପାୟୀ ଅଭିନୀତ ଫିଲ୍ମ ପିଞ୍ଜାରର ନିର୍ଦେଶନା ମଧ୍ୟ ସେ ଦେଇଥିଲେ ଯେଉଁଥିରେ ଭାରତ-ପାକିସ୍ତାନ ବିଭାଜନ ହୋଇଥିଲା।