ଗଲଓ୍ୱାନ୍‌ ଘାଟିରେ ଓଡିଆ ଯବାନ ସହିଦ, ଆସନ୍ତାକାଲି ଗାଁରେ ପହଞ୍ଚିବ ମରଶରୀର

Published By : Prameya-News7 Bureau | June 17, 2020 IST

ନୂଆଦିଲ୍ଲୀ ୧୭।୦୬: LACରେ ସୋମବାର ଦିନ ଭାରତ-ଚୀନ୍‌ ମଧ୍ୟରେ ହିଂସାତ୍ମକ ଘଟଣା ଘଟିଛି । ଯେଉଁଥିରେ ପ୍ରଥମେ ଦୁଇଜଣ ଯବାନ ଓ ଜଣେ ଅଫିସର ସହିଦ ହୋଇଥିବା ଖବର ଆସିଥିଲା । କିନ୍ତୁ ରାତିରେ ସହିଦଙ୍କ ସଂଖ୍ୟା ବଢି ୨୦ରେ ପହଞ୍ଚିଛି । ଯାହାଦ୍ୱାରା କି ଭାରତ ତାର ୨୦ଜଣ ବୀର ଯବାନଙ୍କୁ ହରାଇଦେଇଛି । ଲଦାଖର ଗଲଓ୍ୱାନ୍‌ ଘାଟିରେ ସାମୀ ବିବାଦ ନେଇ ଭାରତ-ଚୀନ୍‌ ସେନା ହାତାହାତି ହୋଇଥିଲା । ହାତାହାତି ଏତେ ଭୟଙ୍କର ଥିଲା ଯେ ଭାରତର ୨୦ ଯବାନ ସହିଦ ହୋଇଥିବା ବେଳେ ଚୀନ୍‌ ୪୦ରୁ ଅଧିକ ଯବାନ ମୃତାହତ ହୋଇଥିବା ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କିନ୍ତୁ ଚୀନ୍‌ ବର୍ତ୍ତମାନ ସୁଦ୍ଧା ତା କେତେ ପରିମାଣର ସୈନ୍ୟ ମୃତାହତ ହୋଇଛନ୍ତି । ତାହା ସ୍ପଷ୍ଟ କରିନାହିଁ । ଚୀନ୍‌ର ଖବରକାଗଜ ଅନୁଯାୟୀ ଏହି ଘଟଣାରେ ଚୀନ୍‌ର ୫ଜଣ ସୈନ୍ୟ ମୃତ୍ୟୁ ବରଣ କରିଛନ୍ତି ।

{"id":287467,"sizeSlug":"large"}

ଲଦାଖର ଗଲଓ୍ୱାନ ଘାଟିରେ ଚୀନ୍‌ ସେନା ସହିତ ହୋଇଥିବା ହିଂସାତ୍ମକ ଘଟଣାରେ ଭାରତର ୨୦ଜଣ ଯବାନ ସହିଦ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଓଡିଶାରେ ଜଣେ ଯବାନ ରହିଛନ୍ତି । ସହିଦ ହୋଇଥିବା ଯବାନଙ୍କ ନାମ ଚନ୍ଦ୍ରକାନ୍ତ ପ୍ରଧାନ ବୋଲି ଜଣାପଡିଛି । ଚନ୍ଦ୍ରକାନ୍ତଙ୍କ ଘର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବେଓରପଙ୍ଗା ଗାଁରେ ବୋଲି ଜଣାପଡିଛି । ଆସନ୍ତାକାଲି ତାଙ୍କ ମରଶରୀର ଆସି ଗାଁରେ ପହଞ୍ଚିବ । ଗଲଓ୍ୱାନ ଘାଟିରେ ଚୀନ୍‌ ସହିତ ହିଂସାତ୍ମକ ଘଟଣାରେ ସହିଦ ହୋଇଛନ୍ତି ଚନ୍ଦ୍ରକାନ୍ତ ପ୍ରଧାନ ।  ସେହିପରି ଭାରତ ଚୀନ୍ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ସହିଦ ହୋଇଛନ୍ତି କର୍ଣ୍ଣେଲ ବି.ସନ୍ତୋଷ ବାବୁ । ତେଲେଙ୍ଗାନା ସୁରିୟାପେଟ୍ ବାସିନ୍ଦା ସନ୍ତୋଷ ବାବୁ 16-ବିହାର ରେଜିମେଣ୍ଟରେ କମାଣ୍ଡିଂ ଅଫିସର ଭାବେ କାର୍ଯ୍ୟରତ ଥିଲେ । ଲଦାଖ ବର୍ଡରରେ ସେ ନିୟୋଜିତ ଥିଲେ । ସନ୍ତୋଷ ବାବୁଙ୍କ ସହିତ ହାବିଳଦାର କେ. ପଲାନି ଏବଂ ଯବାନ କୁନ୍ଦନ ଓଝା ସହିଦ ହୋଇଛନ୍ତି । ପଲାନିଙ୍କ ଘର ତାମିଲନାଡୁରେ ଏବଂ ଓଝାଙ୍କ ଘର ଝାଡ଼ଖଣ୍ଡରେ । ତାମିଲନାଡ଼ୁର ରାମନାଥପୁରମ ଜିଲ୍ଲା କାଡୁକାଲ୍ଲୁର ବାସିନ୍ଦା ପାଲାନି ପ୍ରାୟ ୨୨ ବର୍ଷ ଧରି ଜଣେ ସୈନିକଭାବେ ଦେଶମାତୃକାର ସେବା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.