Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୋଦି ବିରୋଧୀ ମହାମେଣ୍ଟ ପାଇଁ ଏକାଠି ହେଲେଣି ବିରୋଧୀ, ଆଜି ରାହୁଲଙ୍କୁ ଭେଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ ୧୮|୫: କାଲି ୧୯ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ । ଏଥିପାଇଁ ଶୁକ୍ରବାର ପ୍ରଚାର ଶେଷ ହୋଇଛି । ଏପଟେ ମହାମେଣ୍ଟ ଗଠନ ପାଇଁ ବିରୋଧୀ ଅଭିଯାନ ଆରମ୍ଭ କରିଦେଇଛନ୍ତି । ଚଳିତ ଥର କୌଣସି ଜାତୀୟ ଦଳକୁ ବହୁମତ ମିଳିବ ନାହିଁ ବୋଲି କିଛି ଦଳ ଅଙ୍କ କଷିଛନ୍ତି । ତେଣୁ ଏପରି ସ୍ଥିତିରେ ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମହାମେଣ୍ଟ ଅଭିଯାନ ପାଇଁ କାର୍ଯ୍ୟ କରୁଛନ୍ତି । ଦିଲ୍ଲୀରେ ବିଭିନ୍ନ ନେତାମାନଙ୍କ ସହିତ ମିଶି ଆଲୋଚନା କରୁଛନ୍ତି ।

ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ଶରଦ ଯାଦବଙ୍କୁ ସାକ୍ଷାତ କରିବେ । ରାହୁଲଙ୍କ ସହ ସାକ୍ଷାତ ପରେ ବିଏସପି ମୁଖ୍ୟ ମାୟାବତୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟି ଆଲୋଚନା କରିବେ । ଗତକାଲି ସନ୍ଧ୍ୟାରେ ସିପିଆଇ(ଏମ) ମହାସଚିବ ସୀତାରାମ ୟେଚୁରୀ ଏବଂ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସହ କଥା ହୋଇଛନ୍ତି । ଏହା ପୂର୍ବରୁ କଂଗ୍ରେସ ନେତା ଅଭିଷେକ ମନୁ ସିଂଘୱୀଙ୍କୁ ଭେଟି ନିଜର ଏଜେଣ୍ଡା ବିଷୟରେ ଆଲୋଚନା କରିଥିଲେ । ଏହା ସହ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ତାଙ୍କ ସମର୍ଥନ ହାସଲ କରିଥିଲେ ।

65 Views

   ସମ୍ବନ୍ଧିତ ଖବର