ମେଣ୍ଟ ପଲିଟିକ୍ସ : ନାଇଡୁଙ୍କୁ କଣ କହିଲେ ନବୀନ

Published By : Prameya-News7 Bureau | November 12, 2018 IST

ଭୁବନେଶ୍ବର ୧୨|୧୧:  ନବୀନଙ୍କୁ ଟେଲିଫୋନ୍ କଲେ ଚନ୍ଦ୍ରବାବୁ ନାଇଡୁ । ମୋଦି ବିରୋଧି ଫ୍ରଣ୍ଟରେ ନଭେମ୍ବର ୨୨ରେ ଦିଲ୍ଲୀରେ ହେବାକୁ ଥିବା ମହାମେଣ୍ଟରେ ସାମିଲ ପାଇଁ ପ୍ରସ୍ତାବ ଦେଲେ । ନବୀନ କଣ କହିଲେ ତାହା ଜଣାପଡିନି ତେବେ ବିଜେଡି ସୁପ୍ରିମୋ ତାଙ୍କ ଆନ୍ଧ୍ର ପ୍ରତିପକ୍ଷଙ୍କ କଥାକୁ ଝୁଲାଇ ରଖିଦେଇଥିବେ ବୋଲି କୁହାଯାଉଛି । ସେପଟେ କିଛି ନେତା ନିର୍ବାଚନ ପରେ ମେଣ୍ଟରେ ମିଶିବେ ବୋଲି ଚନ୍ଦ୍ରବାବୁ କହିବା ରାଜ୍ୟ ରାଜନୀତିକୁ ହଲଚଲ କରିଛି । ମୋଦି ବିରୋଧି ମେଣ୍ଟରେ ସାମିଲ ପାଇଁ ନବୀନଙ୍କୁ ଅନୁରୋଧ କଲେ ଚନ୍ଦ୍ରବାବୁ ନାଇଡୁ । ଆଗରୁ ଦଳୀୟ ସ୍ତରରେ ଫାଷ୍ଟ ରାଉଣ୍ଡ କଣ୍ଟାକ୍ଟ ହୋଇଥିଲା । ହେଲେ କାଲି ଏହି ଦୁଇ ନେତା ଟେଲିଫୋନରେ ଜାତୀୟ ରାଜନୀତି ଦୃଶ୍ୟପଟ ଉପରେ ଖୋଲାଖୋଲି କଥା ହୋଇଛନ୍ତି । ମୋଦି ବିରୋଧି ମେଣ୍ଟ ପାଇଁ ଚନ୍ଦ୍ରବାବୁ ନାଇଡୁ କଂଗ୍ରେସ ସମେତ ବିଭିନ୍ନ ଆଞ୍ଚଳିକ ଦଳର ନେତାଙ୍କ ସହ ଯେଉଁ ଭେଟଘାଟ କରୁଛନ୍ତି ।  ନଭେମ୍ବର ୨୨ ରେ ଦିଲ୍ଲୀରେ ହେବ ମୋଦି ବିରୋଧି ଶକ୍ତି ମହାସମ୍ମିଳନୀ । ଗୋଟିଏ ମଞ୍ଚରେ ଏକାଠି ହେବେ।  ସେଥିପାଇଁ ନବୀନଙ୍କୁ ବି ଆମନ୍ତ୍ରଣ କରିଛନ୍ତି ଚନ୍ଦ୍ରବାବୁ ।  ମୋଦି ବିରୋଧି ମେଣ୍ଟରେ କଂଗ୍ରେସ ଏକ ବଡ ଭୂମିକା ନେଉଛି ।  ଓଡ଼ିଶାରେ ବିଜେଡି, କଂଗ୍ରେସ ଓ ବିଜେପିଠାରୁ ସମଦୂରତା କଥା କହି ଆସୁଛି । ସେଥିପାଇଁ ବିଜେଡି ତାର କାର୍ଡ ଖୋଲିବା ମୁଡ୍ ରେ ନାହିଁ । ସେପଟେ କଂଗ୍ରେସ ଓ ବିଜେପି ନବୀନଙ୍କ ଗୋଟି ଚାଳନାକୁ ସହଜରେ ବିଶ୍ବାସକୁ ନେବା ସ୍ଥିତିରେ ନାହାଁନ୍ତି । ଉଭୟ କଂଗ୍ରେସ ଓ ବିଜେପି ବିଜେଡିର ମୁଭ୍‌ ଉପରେ ନଜର ରଖିଛନ୍ତି। ସେଭ୍ ଡେମୋକ୍ରାସି- ସେଭ୍ ନେସନ ପ୍ଲାଟଫର୍ମ ନାଁରେ ମୋଦି ବିରୋଧି ମେଣ୍ଟ ପାଇଁ ବିଭିନ୍ନ ଦଳର ନେତାଙ୍କ ସହ ଭେଟୁଛନ୍ତି ଚନ୍ଦ୍ରବାବୁ ନାଇଡୁ। ଶରତ ପାଓାର, ଫାରୁକ ଅବଦୁଲା, ଅଖିଳେଶ ଯାଦବ, ଏମ.କେ ଷ୍ଟାଲିନ୍, ଦେବେଗୌଡା, ଏଚ.ଡି. କୁମାର ସ୍ବାମୀ, ରାହୁଲ ଗାନ୍ଧିଙ୍କ ସହିତ ମେଣ୍ଟ ଫର୍ମୁଲା କଷୁଛନ୍ତି। ତେବେ ନବୀନଙ୍କ ବିଜେଡି କେଉଁ ପଟେ ଠିଆ ହେଉଛି ତାକୁ ଦେଖିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.