Thursday, November 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏବଂ ତାଙ୍କ ପୁଅ ନଜରବନ୍ଦୀ

ଅମରାବତୀ ୧୧।୯: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏବଂ ତାଙ୍କ ପୁଅ ନର ଲୋକେଶ ନଜରବନ୍ଦୀ । ଏମାନଙ୍କ ସହ ଅନ୍ୟ କେତେକ ଟିଡିପି ନେତାଙ୍କୁ ଗୃହବନ୍ଦୀ କରାଯାଇଛି । ଟିଡିପି ପକ୍ଷରୁ ‘ଚଲୋ ଆତ୍ମାକୁର’ ରାଲି ନିମନ୍ତେ ଆହ୍ଵାନ ଦେଇଥିବା କାରଣରୁ ତାଙ୍କୁ ଗୃହବନ୍ଦୀ କରାଯାଇଛି ।

ବିଜୟୱାଡା ନିକଟ ଉଣ୍ଡାବାଲ୍ଲି ସ୍ଥିତ ବାସଭାବନରେ ପୋଲିସ ତାଙ୍କୁ ଗୃହବନ୍ଦୀ କରିବା ପରେ ଆନ୍ଧ୍ରପ୍ରଦେଶରେ ଉତ୍ତେଜନା ଦେଖାଦେଇଛି । ପ୍ରତିବାଦରେ ଆଜି ସକାଳ ୮ଟାରୁ ସନ୍ଧ୍ୟା ୮ଟା ଯାଏଁ ନାଇଡୁ ଅନଶନ ଆରମ୍ଭ କରିଛନ୍ତି ।

ନାଇଡୁଙ୍କ ଘର ବାହାରେ ଜମା ହୋଇଥିବା ଟିଡିପିର କେତେକ ସଦସ୍ୟ ଏହି ଅଟକ ବିରୋଧରେ ପ୍ରତିବାଦ କରିବା ସହ ସେମାନଙ୍କ ପୋଲିସ ସହ ଧସ୍ତାଧସ୍ତି ହୋଇଛି । ରାଜ୍ୟ ସରକାରଙ୍କ ବିରୋଧରେ ଟିଡିପି ‘ଚଲୋ ଆତ୍ମାକୁର’ ପ୍ରତିବାଦ ରାଲି ଆୟୋଜନ କରିଛି । ଫଳରେ ସରକାର ଏପରି ପଦକ୍ଷେପ ନେଇଛନ୍ତି ।

288 Views

   ସମ୍ବନ୍ଧିତ ଖବର