Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଆୟକର ବିଭାଗର ଚଢ଼ାଉକୁ ବିରୋଧ କରି ଧାରଣାରେ ବସିଲେ ଚନ୍ଦ୍ରାବାବୁ ନାଇଡୁ : କହିଲେ ମୋଦିଙ୍କ ନିର୍ଦେଶରେ ଚାଲିଛି ଚଢ଼ାଉ

5/04/2019 at 1:54 PM

ବିଜୟବାଡା ୫/୪ : ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଆୟକର ବିଭାଗ ଅଧିକାରୀ ଅନେକ ଜାଗାରେ ଚଢ଼ାଉ କରୁଛନ୍ତି | ଟିଡ଼ିପି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଆଜି ବିଜୟବାଡାରେ ଧାରଣାରେ ବସିଛନ୍ତି | ଆୟକର ବିଭାଗ ଟିଡ଼ିପି କର୍ମୀ ଏବଂ ସମର୍ଥକଙ୍କ ବାସଭବନରେ ଆଜି ଚଢ଼ାଉ କରିଛନ୍ତି | ଚଢ଼ାଉକୁ ବିରୋଧ କରି ଚନ୍ଦ୍ରାବାବୁ ନାଇଡୁ ଧାରଣାରେ ବସିଛନ୍ତି |


ଚନ୍ଦ୍ରାବାବୁ ନାଇଡୁ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି ଯେ, ଏହି ସବୁ ଚଢ଼ାଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦେଶରେ ହେଉଛି | ନିର୍ବାଚନ ଘୋଷଣା ପରେ ସବୁ ନିର୍ବାଚନ ଆୟୋଗଙ୍କ ନଜରକୁ ଆସିଥାଏ | ସେ କହିଛନ୍ତି ଯେ, ସବୁ ଦଳଙ୍କ ପାଖରେ ସମାନ ଅଧିକାର ଅଛି | ତେବେ ଯେଉଁ ଦଳ ମୋଦିଙ୍କୁ ସମର୍ଥନ କରୁନାହିଁ ସେହି ଦଳ ଉପରେ ଏହିଭଳି ଭାବେ ଚାପ ପକାଇବା ଉଚିତ ବୁହେଁ ବୋଲି କହିଛନ୍ତି ନାଇଡୁ |


ବର୍ତ୍ତମାନ ପୁରା ପ୍ରଶାସନ ନିର୍ବାଚନ ଆୟୋଗ ସହ ରହିଛି | କିଛି ଦିନ ପୂର୍ବରୁ ବହୁଜନ ମହାସଂଘ ଦଳର ମୁଖ୍ୟ ପ୍ରକାଶ ଆମ୍ବେଦକରଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କୁ ଧମକ ଦେବା ଅଭିଯୋଗରେ ମାମଲା ରୁଜ୍ଜୁ ହୋଇଥିଲା | ଅପରପକ୍ଷରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡ଼ି କୁମାରସ୍ବାମୀ ମଧ୍ୟ ନିର୍ବାଚନ ଆୟୋଗ ଏବଂ ଆୟକର ଟ୍ୟାକ୍ସର ଚଢ଼ାଉ ଯୋଗୁଁ ଚିନ୍ତିତ ହୋଇପଡିଛନ୍ତି | ଏଚଡ଼ି କୁମାରସ୍ବାମୀ କହିଛନ୍ତି ଯେ, ନିର୍ବାଚନ ଆୟୋଗ ଏବଂ ଆୟକର ଟ୍ୟାକ୍ସ ବିଭାଗ ତାଙ୍କୁ ଏବଂ ତାଙ୍କ ପରିବାରକୁ ହଇରାଣ ହରକତ କରୁଛନ୍ତି | ନିର୍ବାଚନ ଆୟୋଗ ନିଜ କାମ କରୁ କିନ୍ତୁ ସନ୍ଦେହ ଦୃଷ୍ଟିରେ କାହାକୁ ହଇରାଣ ନାକରୁ ବୋଲି କହିଛନ୍ତି କୁମାରସ୍ବାମୀ |


ଆନ୍ଧ୍ର ପ୍ରଦେଶ କୃଷ୍ଣା ଜିଲ୍ଲାର ମୋଗୁଲୂରୁ ରୁ କେ. ଭେଙ୍କଟ ରାଓଙ୍କ ଘରୁ ୫୦ ହଜାର ଟଙ୍କାର ମଦ ଜବତ କରିଛି ପୋଲିସ | ପୋଲିସ ଏକ ମାମଲା ରୁଜ୍ଜୁ କରି ଭେଙ୍କଟ ରାଓକୁ ହେପାଜତରେ ରଖି ମାମଲାର ତଦନ୍ତ ଆରମ୍ଭ କରିଛି |
ଆନ୍ଧ୍ର ପ୍ରଦେଶ କଡପା ଜିଲ୍ଲାରେ ତେଲୁଗୁ ଦେଶମ ପାର୍ଟି ବିଧାୟକ ସି.ଏମ.ରମେଶଙ୍କ ସମ୍ପତ୍ତିକୁ ସନ୍ଦେହ ସୃଷ୍ଟି ହୋଇଥିଲା | ଆୟକର ବିଭାଗ ତାଙ୍କ ବାସଭବନରେ ଚଢ଼ାଉ କରିଛି | ତେବେ ଚଢ଼ାଉ ଏବେ ଜାରି ରହିଛି |

   Related Posts