କେନ୍ଦ୍ର ଏଜେନ୍ସିକୁ ନିର୍ଦେଶ ଦେଉଛନ୍ତି ସରକାର : ଦିନେ ୨ ଦିନ ଭିତରେ ମୁଁ ବି ଗିରଫ ହୋଇପାରେ ବୋଲି କହିଲେ ନାଇଡୁ

Published By : Prameya-News7 Bureau | April 06, 2019 IST

ବିଜୟବାଡା ୬/୪ : ୫ ଦିନ ପରେ ଆନ୍ଧ୍ର ପ୍ରଦେଶରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ହେବାକୁ ଯାଉଛି | ନିର୍ବାଚନ ପୂର୍ବରୁ ଗତକାଲି ନିର୍ବାଚନ ଆୟୋଗ ମୁଖ୍ୟ ସଚିବ ଅନିଲ ଚନ୍ଦ୍ର ପୂନେଠାଙ୍କୁ ଟ୍ରାନ୍ସଫର କରିଦିଆଯାଇଛି | ଅନିଲ ଚନ୍ଦ୍ରଙ୍କ ଟ୍ରାନ୍ସଫରକୁ ନେଇ ଅନ୍ଧତ୍ୱ ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ବିରୋଧ କରିଛନ୍ତି |

ବିଶାଖାପାଟନମରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ନାଇଡୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି | କେନ୍ଦ୍ର ସରକାରଙ୍କୁ ଇଙ୍ଗିତ କରି ନାଇଡୁ କହିଛନ୍ତି ଯେ, ୨ ଦିନ ପରେ ମୋତେ ମଧ୍ୟ ଗିରଫ କରିଦିଆ ଯାଇପାରେ |
ଅନିଲ ଚନ୍ଦ୍ରଙ୍କର କୌଣସି ଭୁଲ ନଥିଲା ତଥାପି ତାଙ୍କୁ ଟ୍ରାନ୍ସଫର କରିଦିଅଗଲା ବୋଲି ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ନାଇଡୁ | ଏହା ପୂର୍ବରୁ ସେ ସିବିଆଇର ୨ ଅଫିସରଙ୍କ ସହିତ ମଧ୍ୟ ଏହିଭଳି କରିଥିଲେ | ଏହା ଏନଡିଏ ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ଷଡଯନ୍ତ୍ର ଏବଂ ଧମକ | ଏଥିରୁ ସ୍ପଷ୍ଟ ହୋଇଯାଇଛି ବୋଲି କହିଛନ୍ତି ନାଇଡୁ |


ରାଜ୍ୟ ସହ ହୋଇଥିବା ଅନ୍ୟାୟ ବିରୋଧରେ ସେ କେନ୍ଦ୍ରକୁ ବିରୋଧ କରିଥିବାରୁ ମୋଦି ତାଙ୍କ ଦଳ, ଟିଡ଼ିପି ସହ ଏହିଭଳି ବ୍ୟବହାର କରିଛି ବୋଲି କହିଛନ୍ତି ନାଇଡୁ | ଗତ କିଛି ଦିନ ହେଲା ସରକାର ଟିଡ଼ିପି ନେତାଙ୍କ ଘରେ ଆୟକର ବିଭାଗ, ପ୍ରବର୍ତନ ନିର୍ଦେଶାଳୟ ଏବଂ ପୋଲିସ ଦ୍ୱାରା ଚଢ଼ାଉ କରାଉଛନ୍ତି |


ତେବେ ଯଦି ଦିନେ କି ୨ ଦିନ ମଧ୍ୟରେ ତାଙ୍କୁ ଗିରଫ କରି ନିଆଯାଏ ତାହେଲେ ସେ ଜମାବି ଆଶ୍ଚର୍ଯ୍ୟ ହେବେ ନାହିଁ ବୋଲି କହିଛନ୍ତି ନାଇଡୁ | ତାଙ୍କ ଦ୍ୱାରା କଣ ଭୁଲ ହୋଇଛି ? ନିଜ ଅଧିକାର ମାଗିବା ଭୁଲ କି ବୋଲି ପ୍ରଶ୍ନ କରିଥିଲେ ନାଇଡୁ | ସେ କେବଳ ରାଜ୍ୟର ଅଧିକାର ପାଇଁ ଲଢ଼ୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.