୨୩ରେ ଫଳାଫଳ : ଅଣବିଜେପି ସରକାର ଗଠନ ଲାଗି ଦିଲ୍ଲୀରେ ଚାଲିଛି କସରତ

Published By : Prameya-News7 Bureau | May 20, 2019 IST

ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଥିବାବେଳେ ୨୩ରେ ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ କେନ୍ଦ୍ରରେ ଅଣବିଜେପି ସରକାର ଗଠନ ଲାଗି ଦିଲ୍ଲୀରେ ଜୋରସୋର କସରତ ଚାଲିଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ରବିବାର ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହିତ ଦ୍ବିତୀୟ ପର୍ଯ୍ୟାୟ କଥାବାର୍ତ୍ତା କରିଛନ୍ତି । ଶନିବାର ବିଭିନ୍ନ ବିରୋଧୀ ଦଳ ନେତାଙ୍କୁ ଭେଟି ଅଣ ବିଜେପି ସରକାର ଗଠନ ସମ୍ପର୍କରେ ଆଲୋଚନା କରିଥିଲେ ଚନ୍ଦ୍ରବାବୁ ନାଇଡୁ ।

{"id":113774}
LUCKNOW, MAY 18 (UNI):- Andhra Pradesh Chief Minister and TDP chief N Chandrababu Naidu meeting BSP Chief Mayawati at her residence at Lucknow on Saturday. UNI PHOTO-103U

ଏହା ସହିତ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଏନସିପି ମୁଖ୍ୟ ଶରଦ ପୱାର, ଲୋକତାନ୍ତ୍ରିକ ଜନତା ଦଳ ମୁଖ୍ୟ ଶରଦ ଯାଦବ ଓ ସିପିଆଇ ନେତାମାନଙ୍କୁ ଭେଟିଥିଲେ । ଏହା ପୂର୍ବରୁ ନାଇଡୁ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ, ସିପିଆଇ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଥିଲେ । ଚନ୍ଦ୍ରବାବୁ ସମସ୍ତ ବିରୋଧୀ ଦଳଗୁଡିକୁ ନେଇ କେନ୍ଦ୍ରରେ ଅଣବିଜେପି ସରକାର ଗଠନର ଯୋଜନା ଚଳାଇଛନ୍ତି । ଏନଡିଏ ଯଦି ସଂଖ୍ୟା ଗରିଷ୍ଠତା ପାଇବାରେ ବିଫଳ ହୁଏ ତେବେ ସମସ୍ତ ବିରୋଧୀ ଦଳ ଏକଜୁଟ୍ ହୋଇ ସରକାର ଗଠନ ପାଇଁରଣନୀତି ଚାଲିଛି  । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.