ରାହୁଲ-ଚନ୍ଦ୍ରବାବୁ ଭେଟ : ଅଣ ବିଜେପି ଦଳ ଏକତ୍ରିତ ହେବାକୁ ଆହ୍ବାନ

Published By : Prameya-News7 Bureau | November 01, 2018 IST

ନୂଆଦିଲ୍ଲୀ ୧|୧୧: ୨୦୧୯ରେ ବିଜେପିକୁ ମାଟି ଚଟାଇବାକୁ ରଣନୀତି । ଅଣ-ବିଜେପି ଦଳଗୁଡ଼ିକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବାକୁ ଉଦ୍ୟମ । ଏନସିପି ବସ୍ ଶରଦ ପାୱାର୍ ଏବଂ ଏନସି ବସ୍ ଫାରୁକ୍ ଅବଦ୍ଦୁଲ୍ଲାଙ୍କୁ ସାକ୍ଷାତ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଲେ ଟିଡିପି ମୁଖ୍ୟ ଏନ୍. ଚନ୍ଦ୍ରବାବୁ ନାଇଡୁ । ମୋଦି ସରକାର ଯୋଗୁଁ ଦେଶର ଗଣତନ୍ତ୍ର ଭୁଶୁଡ଼ି ପଡ଼ିବାକୁ ବସିଲାଣି । ସିବିଆଇ, ଆରବିଆଇ ଭଳି ସଂସ୍ଥାକୁ ମଧ୍ୟ ନଷ୍ଟ କରିଦେବାକୁ ବସିଛନ୍ତି । ଏପରିକି ସୁପ୍ରିମକୋର୍ଟ ମଧ୍ୟ ବାଦ୍ ପଡ଼ିବନି । ତେଣୁ ଏଭଳି ସ୍ଥିତିରେ ଅତୀତ ଭୁଲି, ସବୁ ଅଣ-ବିଜେପି ରାଜନୈତିକ ଦଳ ଗୋଟିଏ ପ୍ଲାଟଫର୍ମରେ ଛିଡ଼ା ହେବାର ଆବଶ୍ୟକତା ଥିବା କହିଛନ୍ତି ରାହୁଲ ଗାନ୍ଧି ଏବଂ ଚନ୍ଦ୍ରବାବୁ ନାଇଡୁ । ଦେଶର ସ୍ବାର୍ଥ ଦୃଷ୍ଟିରୁ ଏଭଳି ପଦକ୍ଷେପର ଆବଶ୍ୟକତା ଥିବା କହିଛନ୍ତି ଦୁଇ ନେତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.