ରାହୁଲଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଅଣ ବିଜେପି ମେଣ୍ଟ ନେଇ ଆଲୋଚନା

Published By : Prameya-News7 Bureau | May 18, 2019 IST

ନୂଆଦିଲ୍ଲୀ ୧୮|୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ। ମେ ୨୩ରେ ଭୋଟ ଗଣତି ପୂର୍ବରୁ କେନ୍ଦ୍ରରେ ଅଣ ବିଜେପି ମେଣ୍ଟ ନେଇ ଆଲୋଚନା କରିଛନ୍ତି। ଅଣ ବିଜେପି ମେଣ୍ଟ ଲାଗି ନାଇଡୁ ଆଜି ଲକ୍ଷ୍ନୌ ଯିବେ। ସମାଜୱାଦି ପାର୍ଟି ମୁଖ୍ୟ  ଅଖିଳେଶ ଯାଦବ ଓ ବିଏସପି ସୁପ୍ରିମୋ ମାୟୱତୀଙ୍କୁ ଭେଟିବାର ନାଉଡୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଗତକାଲି ସିପିଆଏମ ଜେନେରାଲ ସେକ୍ରେଟାରି ସୀତାରାମ ୟେଚୁରୀ ଏବଂ ଆମ ଆଦମି ପାର୍ଟି ଜାତୀୟ ଆବାହକ ଅରବିନ୍ଦ କେଜରିୱାଲଙ୍କୁ ଭେଟିଛନ୍ତି ନାଇଡୁ।

କେନ୍ଦ୍ରରେ ନିର୍ବାଚନ ପରବର୍ତ୍ତୀ ରାଜନୈତିକ ସମୀକରଣ ନେଇ  ସେ ଆଲୋଚନା କରିଛନ୍ତି।କ୍ଷମତାରୁ ବିଜେପିକୁ ଦୂରେଇ ରଖିବାପାଇଁ ଯେକୌଣସି ଅଣବିଜେପି ମେଣ୍ଟକୁ ନାଇଡୁ ସ୍ବାଗତ କରୁଛନ୍ତି। କେନ୍ଦ୍ରରେ ଅଣ ବିଜେପି ସରକାର କସରତରେ ଟିଆରଏସ ସମେତ ଯେକୌଣସି ରାଜନୈତିକ ଦଳ ଯଦି ସାମିଲ ହେବାକୁ ଚାହାଁନ୍ତି ସେମାନଙ୍କୁ ସ୍ବାଗତ ବୋଲି କହିଛନ୍ତି ନାଇଡୁ। ସେପଟେ କେନ୍ଦ୍ରରେ ଅଣବିଜେପି ଓ ଅଣକଂଗ୍ରେସ ସରକାର ଗଠନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୁଖ୍ୟ ଫେଡ୍ରାଲ ଫ୍ରଣ୍ଟ ପାଇଁ ଚଳାଛନ୍ତ କସରତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.