Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇଭିଏମ୍ ଅନିୟମିତତା ନେଇ ପୁଣି ଉଠିଲା ଅଭିଯୋଗ, ଇଭିଏମ୍ ବଦଳରେ ବାଲଟ୍ ପେପରରେ ଭୋଟ୍ କରିବାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଦାବି

14/04/2019 at 2:26 PM

ନୂଆଦିଲ୍ଲୀ ୧୪|୪: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଇଭିଏମ ଅନିୟମିତତା ନେଇ ପୁଣି ଥରେ ଉଠିଛି ଝଡ଼ । ଇଭିଏମ ବଦଳରେ ପୁଣି ଥରେ ବାଲଟ୍ ପେପର ମାଧ୍ୟମରେ ଭୋଟ୍ କରାଯିବାକୁ ଦାବି କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ।  ଇଭିଏମ ନେଇ  ନିର୍ବାଚନ ଆୟୋଗ–ଟିଡିପି ମଧ୍ୟରେ ବିବାଦ ଥମିବାର ନାଁ ନେଉନି । ଆଜି ଭୋଟିଂ ମେସିନ ନେଇ ସବୁ ବିରୋଧୀ ଦଳ ନୂଆଦିଲ୍ଲୀରେ କରିଛନ୍ତି ବୈଠକ। ଏହାପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସେମାନେ ନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଶନିବାର ନାଇଡୁଙ୍କ ନେତୃତ୍ବରେ ଏକି ବିଶେଷଜ୍ଞ ଦଳ ନିର୍ବାଚନ  ଆୟୋଗଙ୍କୁ ଭେଟିଥିଲା । ତେବେ ନାଇଡୁଙ୍କ ଦଳରେ  ୨୦୧୦ରେ ଇଭିଏମ ଚୋରି ଅଭିଯୋଗରେ ଗିରଫ ହୋଇଥିବା ହରିପ୍ରସାଦ ଥିବାନେଇ ଆପତ୍ତି ଉଠାଇଛନ୍ତି ନିର୍ବାଚନ ଆୟୋଗ । ଇଭିଏମ ଚୋରି ଅଭିଯୋଗରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ କେମିତି ନିର୍ବାଚନ ଅଧିକାରୀଙ୍କୁ ଭେଟିବା ଦଳରେ ସାମିଲ କରାଗଲା ସେନେଇ ଟିଡିପିକୁ ଚିଠି ଲେଖିଛନ୍ତି ନିର୍ବାଚନ ଆୟୋଗ ।

ଚିଠିର କଡା ଉତ୍ତର ରଖିଛି ଟିଡିପି । ବିବାଦ ଆଗକୁ ବଢିଥିବାରୁ ନିର୍ବାଚନ ଆୟୋଗ ଉପରେ ବର୍ଷିଛନ୍ତି ଚନ୍ଦ୍ରବାବୁ ନାଇଡୁ । ପ୍ରସଙ୍ଗର ସମାଧାନ କରିବା ବଦଳରେ ନିର୍ବାଚନ ଆୟୋଗ ପ୍ରସଙ୍ଗକୁ ଏଡାଇବାକୁ ଚେଷ୍ଟା କରୁଛନ୍ତି  ବୋଲି ନାଇଡୁ ଅଭିଯୋଗ କରିଛନ୍ତି।

   Related Posts